ଦୋଷୀ ସାବ୍ୟସ୍ତ ହେଲେ କେତେ ବର୍ଷ ଜେଲରେ ରହିବେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ  

ମୁମ୍ବାଇ: ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଓଡ଼ିଆ ଲିଙ୍କ୍ ଆସିଛି।  ମଝି ଦରିଆରେ ନିଶା ଆସରର ଗୁମର ଖୋଲିଥିବା NCB ହାତରେ ଧରାପଡ଼ିଛନ୍ତି ଓଡ଼ିଆ ଯୁବକ । ଯାହାଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳୁଥିଲେ ବି ସଂପୃକ୍ତ ଯୁବକ କିଏ ? କଣ ରହିଥିଲା ତାଙ୍କ ଭୂମିକା ? ସେ ସମ୍ପର୍କରେ ସ୍ପଷ୍ଟ ହୋଇନଥିବାବେଳେ ସଂପୃକ୍ତ ଓଡ଼ିଆ ସମେତ ଗିରଫ ୪ ଜଣଙ୍କୁ […]

saharukh

Tapas Behera
  • Published: Tuesday, 05 October 2021
  • , Updated: 05 October 2021, 09:41 PM IST

ମୁମ୍ବାଇ: ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଓଡ଼ିଆ ଲିଙ୍କ୍ ଆସିଛି।  ମଝି ଦରିଆରେ ନିଶା ଆସରର ଗୁମର ଖୋଲିଥିବା NCB ହାତରେ ଧରାପଡ଼ିଛନ୍ତି ଓଡ଼ିଆ ଯୁବକ । ଯାହାଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳୁଥିଲେ ବି ସଂପୃକ୍ତ ଯୁବକ କିଏ ? କଣ ରହିଥିଲା ତାଙ୍କ ଭୂମିକା ? ସେ ସମ୍ପର୍କରେ ସ୍ପଷ୍ଟ ହୋଇନଥିବାବେଳେ ସଂପୃକ୍ତ ଓଡ଼ିଆ ସମେତ ଗିରଫ ୪ ଜଣଙ୍କୁ ୧୧ ତାରିଖ ଯାଏଁ NCB ରିମାଣ୍ଡରେ ନେଇଥିବା ସୂଚନା ମିଳିଛି।  ତେଣେ ଆର୍ଯ୍ୟନ୍‌ଙ୍କ ସମେତ ୧୧ରୁ ଅଧିକଙ୍କୁ ଗିରଫ କରିଥିବା NCB ରେଭ୍ ପାର୍ଟିର ବିଦେଶୀ ଲିଙ୍କ୍ ହାତେଇଛି। ଡ୍ରଗ୍ସ ଓ ଏ ସମ୍ପର୍କିତ ଅନ୍ୟ ସାମଗ୍ରୀ ସବୁ ବିଦେଶରୁ ଆସୁଥିବା ସୁରାକ୍ ପାଇଛି ।

ମୁମ୍ବାଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ସୂଚନା ଅନୁଯାୟୀ, ୨ ଯୁବକ ହେଉଛନ୍ତି ରାଉରକେଲା ଟାଉନସିପ୍‌ର ମନୀଷ ରାଜଗରିଆ ଏବଂ ଅଭିନ୍ ସାହୁ । ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ଜବତ ହୋଇଥିବା ନେଇ କୋର୍ଟଙ୍କୁ ଜଣାଇଛି NCB । ସେହିପରି ଅଭିନ କ୍ରୁଜ୍ରେ ୨ଥର ଗଂଜେଇ ଟାଣିଥିବାନେଇ ନିଜେ ଅଭିନ୍ ମାନିଥିବା NCB କୋର୍ଟଙ୍କୁ ଅବଗତ କରାଇଛନ୍ତି । ତେବେ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ସହ କଣ ଥିଲା ଏମାନଙ୍କ ଲିଙ୍କ ? ଓଡ଼ିଶାରୁ ମୁମ୍ବାଇ ଯାଏଁ ଏମାନେ ପହଞ୍ଚିଲେ କେମିତି ? କୌଣସି ଡ୍ରଗ୍ ପେଡଲରଙ୍କ ସହ ଏମାନଙ୍କ ରହିଛି କି ସମ୍ପର୍କ ? ଏହି ୨ ଓଡ଼ିଆଙ୍କ ସହ ଆଜି ମୋଟ ୪ ଜଣଙ୍କୁ ଗିରଫ କରି ଏସବୁର ଖୋଳତାଡ଼ କରୁଛି NCB । ଏମାନଙ୍କୁ ମିଶାଇ ଇତିମଧ୍ୟରେ ଡ୍ରଗ୍ସ ପାର୍ଟି ମାମଲାରେ ୧୧ରୁ ଅଧିକଙ୍କ ଗିରଫ କରିସାରିଲାଣି NCB।  ଆଉ ଜାରି ରହିଥିବା ଖୋଳତାଡ଼ ଭିତରେ NCB ହାତେଇଛି ବହୁ ଚାଞ୍ଚଲ୍ୟକର ତଥ୍ୟ। କୁହାଯାଉଛି, କ୍ରୁଜ୍ ପାର୍ଟିରୁ ଜବତ ଡ୍ରଗ୍ସକୁ କିଣାଯାଇଥିଲା । ହାଇ-ପ୍ରୋଫାଇଲ୍ ଡ୍ରଗ୍ ପେଡ୍ଲର କୁହାଯାଉଥିବା ଶ୍ରେୟସ୍ ନାୟାର୍ ଡାର୍କ୍ ୱେବରେ ଡ୍ରଗ୍ସ ଅର୍ଡର୍ ପାଇଥିବା ଏବଂ ବିଟ୍ କଏନ୍‌ରେ ପେମେଣ୍ଟ୍ ହୋଇଥିବା NCB ଜାଣିବାକୁ ପାଇଛି  । ଆସନ୍ତା ୭ ତାରିଖ ଯାଏଁ ରିମାଣ୍ଡରେ ଥିବା ଆର୍ଯ୍ୟନଙ୍କ ମୋବାଇଲରେ ଥିବା ଚାଟ୍, ଫଟୋ ଏବଂ ଭିଡିଓରୁ ଡ୍ରଗ୍ସ ସହ ଅନ୍ୟ ସାମଗ୍ରୀ ବିଦେଶରୁ ଆସୁଥିବା ତଥ୍ୟ ପାଇଛି ଏନ୍ସିବିା

ସେପଟେ ଏହି ଅନ୍ତର୍ଜାତୀୟ ନିଶା ରାକେଟ୍‌ର ଖିଅ ଖୋଜିବାକୁ ତଦନ୍ତ ପରିସୀମାକୁ ବଢ଼ାଇଛି NCB। ମୁମ୍ବାଇ ଏନ୍‌ସିବି ସହ ଦିଲ୍ଲୀ ଏନ୍‌ସିବିର ଏକ ସ୍ୱତନ୍ତ୍ର ଟିମ୍ ବି ତଦନ୍ତ କରୁଛି । କ୍ରୁଜର ସିଇଓଙ୍କୁ ଜେରା ପାଇଁ ସମନ କରିବା ସହ ଘଟଣା ଦିନର ସିସିଟିଭି ଓ ମେନିଫେଷ୍ଟୋ ମଗାଇଛି NCB  । ସେହିପରି ପୁଲିସର ବିନା ଅନୁମତିରେ କ୍ରୁଜ୍‌ରେ କେମିତି ଆୟୋଜନ କରାଯାଇଥିଲା ରେଭ୍ ପାର୍ଟି ? ଏହି ପାର୍ଟି ଆୟୋଜନ ପଛରେ କିଏ କିଏ ପ୍ରଭାବଶାଳୀ ଅଛନ୍ତି ? ଏନେଇ ଏକ ମାମଲା ରୁଜୁ କରି ସେସବୁର ତଦନ୍ତ କରୁଛି ମୁମ୍ବାଇ ପୁଲିସ। ତେବେ NDPS ଆକ୍ଟ-୧୯୮୫ ଧାରା ଅନୁଯାୟୀ ନିଶା ଖାଉଥିଲେ ସର୍ବନିମ୍ନ ୬ ମାସ ଏବଂ ବିକ୍ରି କରୁଥିଲେ ସର୍ବାଧିକ ୧୦ ବର୍ଷର ଦଣ୍ଡବିଧାନ ସହ ୧ ଲକ୍ଷ ଟଙ୍କା ଜୋରିମାନାର ପ୍ରାବଧାନ ରହିଛି । ଏ କ୍ଷେତ୍ରରେ ଶାହରୁଖଙ୍କ ପୁଅ ବିରୋଧରେ କଣ ହୋଇପାରେ କାର୍ଯ୍ୟାନୁଷ୍ଠାନ ? ତାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଚାଲିଛି।

Related story