ଭୋକରେ ମୁଣ୍ଡକୁ ଚଢ଼ିଲା ପିତ୍ତ; ମା’ ଓ ଭଉଣୀଙ୍କ ତଣ୍ଟି କାଟି ଦେଲେ

ରାଜକୋଟ: ଭୋକରେ ପେଟ ଜଳୁଥିଲା। ହେଲେ ଘର ପହଞ୍ଚିଲା ପରେ ଦେଖିଲେ ରୋଷେଇ ହୋଇନି। ଏହା ଦେଖି ତାଙ୍କ ମୁଣ୍ଡରେ ପିତ୍ତ ଚଢ଼ିଗଲା। ରାଗି ଯାଇ ମା’ ଓ ସାନ ଭଉଣୀଙ୍କୁ ଏକ ଦାଆ ଆକ୍ରମଣ କରି ସେମାନଙ୍କ ତଣ୍ଟି କାଟି ଦେଲେ। ଶନିବାର ରାତିରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗୁଜରାଟର ମୋରବିର ଜିକିୟାରି ଗାଁରେ। ମୃତକଦ୍ୱୟ ହେଲେ କସ୍ତୁର ଭାଟିଆ (୬୫) ଓ ସଙ୍ଗୀତା ଭାଟିଆ (୩୫)। ଅଭିଯୁକ୍ତର ନାଁ ଦେବଶି ଭାଟିଆ […]

dead body

Jitendra Garnayak
  • Published: Monday, 09 November 2020
  • , Updated: 09 November 2020, 03:55 PM IST

ରାଜକୋଟ: ଭୋକରେ ପେଟ ଜଳୁଥିଲା। ହେଲେ ଘର ପହଞ୍ଚିଲା ପରେ ଦେଖିଲେ ରୋଷେଇ ହୋଇନି। ଏହା ଦେଖି ତାଙ୍କ ମୁଣ୍ଡରେ ପିତ୍ତ ଚଢ଼ିଗଲା। ରାଗି ଯାଇ ମା’ ଓ ସାନ ଭଉଣୀଙ୍କୁ ଏକ ଦାଆ ଆକ୍ରମଣ କରି ସେମାନଙ୍କ ତଣ୍ଟି କାଟି ଦେଲେ। ଶନିବାର ରାତିରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗୁଜରାଟର ମୋରବିର ଜିକିୟାରି ଗାଁରେ।

ମୃତକଦ୍ୱୟ ହେଲେ କସ୍ତୁର ଭାଟିଆ (୬୫) ଓ ସଙ୍ଗୀତା ଭାଟିଆ (୩୫)। ଅଭିଯୁକ୍ତର ନାଁ ଦେବଶି ଭାଟିଆ (୪୦)।

ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାତି ରୋଷେଇ କିଏ କରିବ ସେ ନେଇ ଗତକାଲି ଅପରାହ୍ଣରେ କସ୍ତୁର ଓ ସଙ୍ଗୀତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଅବିବାହିତ ଦେବଶି ସେମାନଙ୍କୁ ବୁଝାସୁଝା କରିଥିଲେ। ତେବେ ସେମାନେ ନଶୁଣିବାରୁ ଧମକ ବି ଦେଇଥିଲେ। ଝଗଡ଼ା ନ କରି କିଏ ରୋଷେଇ କରିବ, ତାହା ନିଷ୍ପତ୍ତି କରିବାକୁ ଚେତାବନୀ ଦେଇ ସେ ଘରୁ ଚାଲି ଯାଇଥିଲେ। ରାତିରେ ସେ ଘରକୁ ଫେରିବା ପରେ ଦେଖିଥିଲେ ଯେ ରୋଷେଇ ହୋଇନାହିଁ ଏବଂ ତାଙ୍କ ମା’ ଓ ଭଉଣୀ ମଧ୍ୟରେ ଝଗଡ଼ା ମଧ୍ୟ ସରି ନାହିଁ। ଏହା ଦେଖି ସେ ଖୁବ୍ ରାଗି ଯାଇଥିଲେ। ଭୋକରେ ବି ତାଙ୍କ ପେଟ ଜଳୁଥିଲା। ସେ ତାଙ୍କ ମା’ ଓ ଭଉଣୀଙ୍କୁ ଗାଳି କରିବା ସହିତ ଦାଆରେ ଆକ୍ରମଣ କରି ସେମାନଙ୍କ ତଣ୍ଟି କାଟି ଦେଇଥିଲେ।

ମା’ ଓ ଭଉଣୀଙ୍କୁ ମାରି ଦେବା ପରେ ଦେବଶି ନିଜେ ପୁଲିସ୍‌କୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ। ସୂଚନାଯୋଗ୍ୟ, ତାଙ୍କ ଭଉଣୀ କିଛି ବର୍ଷ ହେବ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏଠାରେ ଆସି ରହୁଥିଲେ।

Related story