ଏସ୍‌ଆଇ ହୋଇପାରିଲେନି ବୋଲି ଆଇପିଏସ ହୋଇଗଲେ

ହାଇଦ୍ରାବାଦ: କଠିନ ପରିଶ୍ରମ ସତ୍ତ୍ୱେ ବେଳେ ବେଳେ ଛୋଟିଆ ସୁଯୋଗ ମଧ୍ୟ ହାତରୁ ଖସିଯାପାରେ। ହେଲେ ଲକ୍ଷ ସ୍ଥିର, ଦୃଢ଼ ନିଷ୍ଠା ଓ ଅଧ୍ୟବସାୟ ଥିଲେ ହରେଇଥିବା ସୁଯୋଗଠାରୁ  ଢେର ଗୁଣାରେ ବଡ଼ ମର୍ଯ୍ୟାଦାଜନକ ସଫଳତା ହାସଲ ହୋଇପାରେ। ଏହାର ଉଦାହରଣ ହେଉଛନ୍ତି  ସିରିସେଟ୍ଟି ସଙ୍କୀର୍ଥ।  ଦିନେ ଏସଆଇ ଚାକିରି ପାଇଁ ବିଫଳ ହୋଇଥିବା ସିରିସେଟ୍ଟୀ ଆଜି ଆଇପିଏସ ଅଫିସର ହୋଇପାରିଛନ୍ତି।  ଏସଆଇ ଚାକିରି ପାଇଁ ସେ ୮୦୦ ମିଟର ରେସ୍‌ରେ ଫେଲ ମାରିଯାଥିଲେ। ହେଲେ ଏବେ […]

jpp

Tapas Behera
  • Published: Thursday, 11 November 2021
  • , Updated: 11 November 2021, 01:51 PM IST

ହାଇଦ୍ରାବାଦ: କଠିନ ପରିଶ୍ରମ ସତ୍ତ୍ୱେ ବେଳେ ବେଳେ ଛୋଟିଆ ସୁଯୋଗ ମଧ୍ୟ ହାତରୁ ଖସିଯାପାରେ। ହେଲେ ଲକ୍ଷ ସ୍ଥିର, ଦୃଢ଼ ନିଷ୍ଠା ଓ ଅଧ୍ୟବସାୟ ଥିଲେ ହରେଇଥିବା ସୁଯୋଗଠାରୁ  ଢେର ଗୁଣାରେ ବଡ଼ ମର୍ଯ୍ୟାଦାଜନକ ସଫଳତା ହାସଲ ହୋଇପାରେ। ଏହାର ଉଦାହରଣ ହେଉଛନ୍ତି  ସିରିସେଟ୍ଟି ସଙ୍କୀର୍ଥ।  ଦିନେ ଏସଆଇ ଚାକିରି ପାଇଁ ବିଫଳ ହୋଇଥିବା ସିରିସେଟ୍ଟୀ ଆଜି ଆଇପିଏସ ଅଫିସର ହୋଇପାରିଛନ୍ତି।  ଏସଆଇ ଚାକିରି ପାଇଁ ସେ ୮୦୦ ମିଟର ରେସ୍‌ରେ ଫେଲ ମାରିଯାଥିଲେ।

ହେଲେ ଏବେ ସେ  ହାଇଦ୍ରାବାଦର ନ୍ୟାଶନାଲ ପୁଲିସ ଏକାଡମିରେ ଟ୍ରେନିଂ ପରେ ଆଇପିଏସ ଦାୟିତ୍ୱ ପାଇଁ ସଜବାଜ ହେଉଛନ୍ତି।   ତାଙ୍କ ସହ ୧୩୨ ଜଣ ମଧ୍ୟ ଟ୍ରେନିଂ ସାରିଛନ୍ତି। ୨୭ ବର୍ଷୀୟ ସଙ୍କୀର୍ଥ ଏସଆଇ ଚାକିରି ପାଇବାରେ ବିଫଳ ହେବା ପରେ ନିରୁତ୍ସାହିତ ହୋଇ ବସି ଯାଇ ନଥିଲେ। ତାଙ୍କ ମନ ଭିତରେ ପୁଲିସ ହେବାର ନିଶା ତାଙ୍କୁ ବିଶ୍ରାମ ନେବାକୁ ଦେଉ ନ ଥିଲା।  ବାରମ୍ବାର ଚେଷ୍ଟା ଜାରି ରଖିଥିବା ସଙ୍କୀର୍ଥ ଆଇପିଏସ ହେବା ପୂର୍ବରୁ ସବଇନ୍ସପେକ୍ଟର ହୋଇ ପାରି ନଥିଲେ।

ଜଣେ ଇଲେକଟ୍ରିସିଆନଙ୍କ ପୁଅ ସଙ୍କୀର୍ଥଙ୍କ ଘର ହେଉଛି ତେଲେଙ୍ଗାନାରେ। ପ୍ରଥମେ ସେ ରାଜ୍ୟ ପୁଲିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିଲେ ମଧ୍ୟ ୮୦୦ ମିଟର ରେସ୍‌ରେ ଯୋଗ୍ୟତା ହାସଲ କରିପାରି ନ ଥିଲେ। ୧୬୦ ସେକେଣ୍ଡରେ ସଙ୍କୀର୍ଥ ୮୦୦ ମିଟର ଦୌଡ଼ିବାକୁ ଟାଗେର୍ଟ ପୂରଣ କରିବାରେ ହାରି ଯାଇଥିଲେ ସତ କିନ୍ତୁ ହାର ମାନି ନଥିଲେ। ଲକ୍ଷପ୍ରାପ୍ତି ପାଇଁ ସେ ସଂଘର୍ଷ ଜାରି ରଖିବା ସହ ଫିଟନେସ ଉପରେ ଗୁରୁତ୍ୱ ଦେଇଥିଲେ। ଘରେ ଆର୍ଥିକ ସମସ୍ୟା ଥିବାରୁ ସଙ୍କୀର୍ଥ ପରେ ଏକ ସରକାରୀ ଚାକିରିରେ ଯୋଗ ଦେଲେ ।

ଆଉ ସମୟ ପାଇଲେ ୟୁପିଏସି ପାଇଁ ଚେଷ୍ଟା କରୁଥିଲେ। ଏମିତି ବାରମ୍ବାର ୟୁପିଏସି ପରୀକ୍ଷା ଦେଉଥିଲେ ମଧ୍ୟ ସଫଳତା ମିଳୁ ନଥିଲା। କିନ୍ତୁ ପଞ୍ଚମ ଆଟେମରେ ମିଶନ ବାଜି ମାରି ନେଇଥିଲେ ସଙ୍କୀର୍ଥ। ୩୩୦ ରାଙ୍କ ପାଇଥିବା ସଙ୍କୀର୍ଥଙ୍କର ଶେଷରେ ସ୍ୱପ୍ନ ପୂରଣ ହୋଇଥିଲା। ସଙ୍କୀର୍ଥ ଆଇପିଏସ ହୁଅନ୍ତୁ ଏହା ତାଙ୍କ ବାପାଙ୍କର ସ୍ୱପ୍ନ ଥିଲା ବୋଲି ସେ କହିଛନ୍ତି। ତେଲେଙ୍ଗାନା କ୍ୟାଡରର ଆଇପିଏସ ସଙ୍କୀର୍ଥ ହାଇଦ୍ରାବାଦରୁ ଟ୍ରେନିଂ ସାରିଥିବା ବେଳେ ଏବେ ଅଧିକ ତାଲିମ ପାଇଁ ଫ୍ରାନ୍ସ ଯିବେ।

Related story