ଧରପଗଡ଼: ହ୍ୱାଟ୍‌ସଆପ୍‌ ଚାଟ ଚେକ୍‌ କରି ଗଞ୍ଜେଇ ‌ଖୋଜୁଛି ପୁଲିସ

ହାଇଦ୍ରାବାଦ: ଗଞ୍ଜେଇ ବେପାରୀ ହୁଅନ୍ତୁ କି ନହୁଅନ୍ତୁ। ଆପଣ ରାସ୍ତାରେ ଯାଉଥିଲେ ହଠାତ୍‌ ଆପଣଙ୍କୁ ଯାଞ୍ଚ କରିପାରେ ପୁଲିସ। ଖାଲି ପର୍ସ, ବ୍ୟାଗ କି ଗାଡ଼ି ନୁହଁ ଆପଣଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରିପାରେ ପୁଲିସ। ଆପଣ ଡ୍ରଗସ୍‌ କାରବାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସନ୍ଦେହ ମୁକ୍ତ ପାଇଁ ପୁଲିସ ଆପଣଙ୍କ ହ୍ୱାଟ୍‌ସଆପ ଚାଟ  ମଧ୍ୟ ଯାଞ୍ଚ କରିପାରେ। ଡ୍ରଗସ୍‌ ଯାଞ୍ଚ ନାମରେ ହାଇଦ୍ରାବାଦ୍‌ ପୁଲିସ ଏମିତି ଚେକିଂ କରୁଥିବା ଭିଡିଓ ଭାଇରାଲ ହେଉଛି। ଯାତ୍ରୀମାନଙ୍କୁ […]

ganja

Tapas Behera
  • Published: Thursday, 28 October 2021
  • , Updated: 28 October 2021, 04:38 PM IST

ହାଇଦ୍ରାବାଦ: ଗଞ୍ଜେଇ ବେପାରୀ ହୁଅନ୍ତୁ କି ନହୁଅନ୍ତୁ। ଆପଣ ରାସ୍ତାରେ ଯାଉଥିଲେ ହଠାତ୍‌ ଆପଣଙ୍କୁ ଯାଞ୍ଚ କରିପାରେ ପୁଲିସ। ଖାଲି ପର୍ସ, ବ୍ୟାଗ କି ଗାଡ଼ି ନୁହଁ ଆପଣଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରିପାରେ ପୁଲିସ। ଆପଣ ଡ୍ରଗସ୍‌ କାରବାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସନ୍ଦେହ ମୁକ୍ତ ପାଇଁ ପୁଲିସ ଆପଣଙ୍କ ହ୍ୱାଟ୍‌ସଆପ ଚାଟ  ମଧ୍ୟ ଯାଞ୍ଚ କରିପାରେ। ଡ୍ରଗସ୍‌ ଯାଞ୍ଚ ନାମରେ ହାଇଦ୍ରାବାଦ୍‌ ପୁଲିସ ଏମିତି ଚେକିଂ କରୁଥିବା ଭିଡିଓ ଭାଇରାଲ ହେଉଛି। ଯାତ୍ରୀମାନଙ୍କୁ ଅଟକାଇ ସେମାନଙ୍କ ବ୍ୟାଗ, ଗାଡ଼ି ଡିକି ସହ ସେମାନଙ୍କ ମୋବାଇଲ ମଧ୍ୟ ଯାଞ୍ଚ କରୁଛି। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହା ଜଣକର ଗୋପନୀୟତାର ଅଜଥା ହସ୍ତକ୍ଷେପ ବୋଲି କୁହାଯାଇଛି।

ହାଇଦ୍ରାବାଦରେ ପୁଲିସ ପକ୍ଷରୁ ଡ୍ରଗସ୍ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ପୁଲିସ କର୍ମଚାମାନେ ପୁରୁଣା ସହରର କିଛି ଅଂଶରେ ଦୁଇ ଚକିଆ ଯାନକୁ ଅଟକାଇ ଚାଳକମାନଙ୍କୁ ସେମାନଙ୍କ ଫୋନ୍ ଦେଖାଇବାକୁ ଏବଂ ସେମାନଙ୍କ ଚାଟରେ ‘ଡ୍ରଗ୍ସ’ ଶବ୍ଦ ଖୋଜୁଛନ୍ତି।

ସାଉଥ୍ ଜୋନ୍ ଡିସିପି ଗଜରାଓ ଭୋପାଲଙ୍କ ଅନୁଯାୟୀ, ଆସାଦବାବା ନଗର ଅଞ୍ଚଳରେ ୧୦୦ ରୁ ଅଧିକ ପୁଲିସ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି।  ଏହି ସମୟରେ ୫୮ଟି  ଗାଡି ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୦ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ  ପରାମର୍ଶ ଦିଆଯାଇଥିଲା।

ଗତ ଦୁଇ ମାସ ଧରି ଆମେ ଡ୍ରଗ୍ସ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ରିଛୁ। ଗଞ୍ଜେଇ ବେପାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ହାଇଦ୍ରାବାଦ ପୁଲିସ ପକ୍ଷରୁ କୁହାଯାଇଛି। ତେବେ ହ୍ୱାଟସଆପ ଚାର୍ଟ ଯାଞ୍ଚ ନେଇ କଡ଼ା ସମାଲୋଚନା କରାଯାଇଛି। ଏନେଇ ଲୋକେ ଟ୍ୱିଟ୍‌ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଆଉ କିଛି ଦିନଗଲେ ପୁଲିସ ଅଟକାଇ ଟଙ୍କା ପଇସା ମଧ୍ୟ ଯାଞ୍ଚ କରିବ।

Related story