ବାୟୁସେନାର ହେଲିକପ୍ଟର କ୍ରାଶ, ଥିଲେ ୫ ଜଣ

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ବାୟୁସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଆଜି ଅରୁଣାଚଳ ପ୍ରଦେଶରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର କ୍ରାଶଲ୍ୟାଣ୍ଡ କରିଛି। ଏହି ସମୟରେ ହେଲିକପ୍ଟରଟି ମଧ୍ୟରେ ୨ ଜଣ ପାଇଲଟ ଓ ୩ ଜଣ କ୍ରୁ ସଦସ୍ୟ ରହିଥିଲେ। ତେବେ ସମସ୍ତେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରଟି ମେଣ୍ଟେନାନ୍ସ କାମରେ ନିୟୋଜିତ ହୋଇଥିଲା। ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କ୍ରାଶ ଲ୍ୟାଣ୍ଡ […]

heli

Hemant Lenka
  • Published: Thursday, 18 November 2021
  • , Updated: 18 November 2021, 02:51 PM IST

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ବାୟୁସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଆଜି ଅରୁଣାଚଳ ପ୍ରଦେଶରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର କ୍ରାଶଲ୍ୟାଣ୍ଡ କରିଛି। ଏହି ସମୟରେ ହେଲିକପ୍ଟରଟି ମଧ୍ୟରେ ୨ ଜଣ ପାଇଲଟ ଓ ୩ ଜଣ କ୍ରୁ ସଦସ୍ୟ ରହିଥିଲେ। ତେବେ ସମସ୍ତେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ହେଲିକପ୍ଟରଟି ମେଣ୍ଟେନାନ୍ସ କାମରେ ନିୟୋଜିତ ହୋଇଥିଲା। ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କ୍ରାଶ ଲ୍ୟାଣ୍ଡ କରିବା ପୂର୍ବରୁ ଏହା ମଧ୍ୟରେ ଥିବା ସମସ୍ତେ ବାହାରକୁ ଚାଲି ଆସିଥିବା କୁହାଯାଇଛି।

ସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇନି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଜମ୍ମୁ-କଶ୍ମୀରର ଉଦ୍ଧମପୁରରେ ଆର୍ମିର ଗୋଟିଏ ହେଲିକପ୍ଟର କ୍ରାଶ କରିଯାଇଥିଲା। ଏଥିରେ ୨ ଜଣ ପାଇଲଟ ପ୍ରାଣ ହରାଇଥିଲେ। ସେହିପରି ଅଗଷ୍ଟ ୩ରେ ମଧ୍ୟ ପଠାନକୋଟରେ ସେନା ହେଲିକପ୍ଟର କ୍ରାଶ ହେବାରୁ ୨ ଜଣଙ୍କ ଜୀବନ ଯାଇଥିଲା।

Related story