୨୦ ବର୍ଷ ତଳ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଝଟକା

ନୂଆଦିଲ୍ଲୀ: ପୁଣି ଏକ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଝଟକା। ୨୦ ବର୍ଷ ତଳ ଏକ ହତ୍ୟା ଘଟଣାରେ ଅଜୟ ମିଶ୍ରା ମାମଲାର ବଦଳି ପାଇଁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ୍ କରିଦେଇଛନ୍ତି। ୨୦ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଶ୍ରୀ ମିଶ୍ରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ପ୍ରମାଣ ଅଭାବରୁ ଉତ୍ତରପ୍ରଦେଶର ଏକ ତଳ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ପରେ ଏହି ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟ ଯାଇଥିଲେ। ତେବେ ମାମଲାକୁ […]

ajya-Mishra-Teni

  • Published: Wednesday, 26 October 2022
  • , Updated: 26 October 2022, 05:39 PM IST

ନୂଆଦିଲ୍ଲୀ: ପୁଣି ଏକ ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଝଟକା। ୨୦ ବର୍ଷ ତଳ ଏକ ହତ୍ୟା ଘଟଣାରେ ଅଜୟ ମିଶ୍ରା ମାମଲାର ବଦଳି ପାଇଁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ୍ କରିଦେଇଛନ୍ତି। ୨୦ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଶ୍ରୀ ମିଶ୍ରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ପ୍ରମାଣ ଅଭାବରୁ ଉତ୍ତରପ୍ରଦେଶର ଏକ ତଳ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ପରେ ଏହି ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟ ଯାଇଥିଲେ। ତେବେ ମାମଲାକୁ ଲକ୍ଷ୍ନୌରୁ ଆଲ୍ଲାବାଦ ସ୍ଥାନାନ୍ତର ପାଇଁ ଶ୍ରୀ ମିଶ୍ରା ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ  ଲଲିତ୍‌ ଏବଂ ବେଲା ଏମ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ମାମଲାର ଶୁଣାଣି ହୋଇଥିଲା।

ମିଶ୍ରାଙ୍କ ବୟସାଧିକ ଯୋଗୁ ମାମଲାରୁ ଲକ୍ଷ୍ନୌରୁ ଆଲ୍ଲାବାଦ ସ୍ଥାନାନ୍ତର ପାଇଁ ତାଙ୍କ ଓକିଲ ଅପିଲ କରିଥିଲେ।  କୋର୍ଟ କହିଛନ୍ତି ଯେ, ଆମେ ସେଇ ପ୍ରସଙ୍ଗ ଭିତରକୁ ଯିବାକୁ ଚାହୁଁନାହୁଁ।  କାରଣ ଏହି ମାମଲାକୁ ରଦ୍ଦ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଅପିଲ କରିଥିଲେ। କୋର୍ଟ ମଧ୍ୟ ଶୁଣାଣି ପାଇଁ  ଆସନ୍ତା ନଭେମ୍ବର ୧୦କରୁ ତାରିଖ ଧାର୍ଯ୍ୟ କରିଛନ୍ତି। ତେଣୁ ସୁପ୍ରିମକୋର୍ଟ ଏହି  ମାମଲାରେ ହସ୍ତକ୍ଷେପ କରିବାରକୁ ଅନୁଚିତ ମଣୁଛୁ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ, ଆଜକକୁ ୨୦ ବର୍ଷ ତଳେ୨୪ ୨ବର୍ଷୀୟ ପ୍ରଭାତ କୁମାର ନାମକ ଜଣେ ପୁଅକୁ ହତ୍ୟା କରାଯାଇଥିଲା।  ଏହି ଘଟଣା ୨୦୦୦ ମସିହାର ଲଖିମପୁର ଖେରି ଅଞ୍ଚଳରେ ଘଟିଥିଲା।

ମାମଲାରେ ବର୍ତ୍ତଆମାନ ଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ସେଥିରେ ଅଭିଯୁକ୍ତ ଥିଲେ। ହେଲେ ସ୍ଥାନୀୟ ଅଦାଲତ ପ୍ରମାଣ ଅଭାବରୁ ୨୦୦୪ରେ ଶ୍ରି ମିଶ୍ରାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏହା ପରେ ପରିବାର ଲୋକେ ବିଭିନ୍ନ ପ୍ରକାର ଅଭିଯୋଗ ଓ ସରକାରଙ୍କ ବିରୋଧରେ ନାରାବାଜି ଆଣିବା ପରେ ରାଜ୍ୟ ସରକାର ହାଇକୋର୍ଟ ଯାଇଥିଲେ। ପରେ ମାମଲାକୁ ସ୍ଥାନନ୍ତାର ନେଇ ଶ୍ରୀ ମିଶ୍ରା ସୁପ୍ରିମକୋର୍ଟ ଯାଇଥିଲା ବେଳେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Related story