Advertisment

ଟିକା ନେଇଥିଲେ ବିମାନ ଭଡ଼ାରେ ଡିସକାଉଣ୍ଟ

ନୂଆଦିଲ୍ଲୀ: ଜୁନ୍ ୨୧ ପାଖରୁ ସାରା ଦେଶରେ ଟିକାକରଣ କେନ୍ଦ୍ର ହାତରେ ରହିଛି। ଏହି ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ପ୍ରାପ୍ତ ବୟସ୍କ ମାଗଣାରେ ଟିକା ନେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ଭରଣ କରୁଛନ୍ତି। ଏହାରି ଭିତରେ ଟିକାକରଣକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ପାଇଁ ବିମାନ ଭଡାରେ ଡିସକାଉଣ୍ଟ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯିଏ ଟିକା ନେଇଥିବେ ସିଏ ଡିସକାଉଣ୍ଟ ପାଇବେ। ଇଣ୍ଡିଗୋ ବିମାନ କମ୍ପାନୀ ଏହି ଅଫର ଦେଇଛି। ବୁଧବାର ଇଣ୍ଡିଗୋ ବିମାନ […]

ଅଦ୍ୟତନ ହୋଇଛି
ମେ’ ୪ରୁ ପର୍ଯ୍ୟାୟ କ୍ରମେ ସେବା ଆରମ୍ଭ କରିବ ଇଣ୍ଡିଗୋ

Indigo

Advertisment

ନୂଆଦିଲ୍ଲୀ: ଜୁନ୍ ୨୧ ପାଖରୁ ସାରା ଦେଶରେ ଟିକାକରଣ କେନ୍ଦ୍ର ହାତରେ ରହିଛି। ଏହି ଚତୁର୍ଥ ପର୍ଯ୍ୟାୟରେ ସମସ୍ତ ପ୍ରାପ୍ତ ବୟସ୍କ ମାଗଣାରେ ଟିକା ନେଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ଭରଣ କରୁଛନ୍ତି। ଏହାରି ଭିତରେ ଟିକାକରଣକୁ ଆହୁରି ପ୍ରୋତ୍ସାହନ ଯୋଗାଇବା ପାଇଁ ବିମାନ ଭଡାରେ ଡିସକାଉଣ୍ଟ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯିଏ ଟିକା ନେଇଥିବେ ସିଏ ଡିସକାଉଣ୍ଟ ପାଇବେ। ଇଣ୍ଡିଗୋ ବିମାନ କମ୍ପାନୀ ଏହି ଅଫର ଦେଇଛି।

Advertisment

ବୁଧବାର ଇଣ୍ଡିଗୋ ବିମାନ କମ୍ପାନୀ ବିବୃତ୍ତି ଜାରି କରି କହିଛି, ଯିଏ ଗୋଟିଏ କି ଦୁଇଟି ଟିକା ନେଇଥିବେ ସିଏ ବିମାନ ଟିକେଟ କାଟିବା ବେଳେ ଡିସକାଉଣ୍ଟ ପାଇବେ। ମୋଟ୍ ଭଡାର ୧୦ ପ୍ରତିଶତ ଭଡା ଅଫର ଭାବରେ ବୁକିଂ ବେଳେ ମିଳିବ। ଇଣ୍ଡିଗୋ ଏଭଳି ଅଫର ଦେବାରେ ଭାରତର ପ୍ରଥମ କମ୍ପାନୀ ହୋଇଛି।

ଅଧିକ ପଢ଼ନ୍ତୁ : ଟିକା ନେବା ପରେ ରୁଷିଆ ବୁଲିବାକୁ ଅଫର, ଆପଣ ଯିବେ କି?

ସୂଚନାଯୋଗ୍ୟ, ସାରା ଦେଶରେ ଟିକାକରଣ ପ୍ରକ୍ରିୟା ଜୋରଦାର ଚାଲିଛି। ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ଆସନ୍ତା ଦିନରେ ଟିକା ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ। ଜୁଲାଇରେ ପ୍ରାୟ ୨୦-୨୨ କୋଟି ଡୋଜ ଉପଲବ୍ଧ ହେବ ବୋଲି ମଙ୍ଗଳବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

Advertisment

ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (NTAGI)ର ଅଧ୍ୟକ୍ଷ ଡକ୍ଟର ଏନ.କେ ଆରୋରା କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ଅତି କମରେ ଦୈନିକ କୋଟିଏ ଲୋକଙ୍କୁ ଟିକାକରଣ କରିବା। କିନ୍ତୁ ୧.୨୫ କୋଟି ଲୋକଙ୍କୁ ଦୈନିକ ଟିକା ଦେଇପାରିବାର କ୍ଷମତା ରହିଛି ବୋଲି ସେ କହିଛନ୍ତି। ଟିକାକରଣ ଅଭିଯାନ ପାହାଡ଼ିଆ, ଆଦିବାସୀ ଏବଂ ଅଳ୍ପ ଜନବହୁଳ ଅଞ୍ଚଳ ସମେତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚିବ ବୋଲି ସେ କହିଛନ୍ତି।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe