ଏଲ୍‌ଜି ବନାମ ଆପ୍‌: ତୁରନ୍ତ ବିବାଦୀୟ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିକୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା।  ଦିଲ୍ଲୀ ଉପରାଜ୍ୟପାଳ ବିନାୟ କୁମାରଙ୍କ ବିରୋଧରେ ସୋଶାଲ ମିଡିଆରେ କରାଯାଇଥିବା ଅପମାନଜନକ ପୋଷ୍ଟକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆପ୍‌ ନେତାମାନେ ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସୋଶାଲ ମିଡିଆରେ ଅପମାନଜନକ ପୋଷ୍ଟ କରିଥିଲେ। ବିନୟ କୁମାର ଖଦୀ ଗ୍ରାମଦ୍ୟୋଗର ଚେୟାରମ୍ୟାନ ଥିବାବେଳେ ନିଜ ଝିଅକୁ ୮୦ କୋଟି ଟଙ୍କାର ଏକ ପ୍ରୋଜେକ୍ଟର ଟେଣ୍ଡର ଦେଇଥିଲେ। ଏହାସହ ବିମୁଦ୍ରୀକରଣ ସମୟରେ ମଧ୍ୟ ବିନୟ […]

AAP Vs Delhi LG

Madhupriya Mistry
  • Published: Tuesday, 27 September 2022
  • , Updated: 27 September 2022, 01:08 PM IST

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିକୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା।  ଦିଲ୍ଲୀ ଉପରାଜ୍ୟପାଳ ବିନାୟ କୁମାରଙ୍କ ବିରୋଧରେ ସୋଶାଲ ମିଡିଆରେ କରାଯାଇଥିବା ଅପମାନଜନକ ପୋଷ୍ଟକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଆପ୍‌ ନେତାମାନେ ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସୋଶାଲ ମିଡିଆରେ ଅପମାନଜନକ ପୋଷ୍ଟ କରିଥିଲେ। ବିନୟ କୁମାର ଖଦୀ ଗ୍ରାମଦ୍ୟୋଗର ଚେୟାରମ୍ୟାନ ଥିବାବେଳେ ନିଜ ଝିଅକୁ ୮୦ କୋଟି ଟଙ୍କାର ଏକ ପ୍ରୋଜେକ୍ଟର ଟେଣ୍ଡର ଦେଇଥିଲେ। ଏହାସହ ବିମୁଦ୍ରୀକରଣ ସମୟରେ ମଧ୍ୟ ବିନୟ କୁମାର ୧୪୦୦ କୋଟି ଟଙ୍କା ହେରଫେର କରିଥିବା କହି ଆପ ନେତାମାନେ ପୋଷ୍ଟ କରିଥିଲେ।

ଏହାକୁ ନେଇ ବିନୟ କୁମାର ଏକ ମାନହାନୀ ମକଦ୍ଦମା ଦାଏର କରିଥିଲେ। ତାଙ୍କର  ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ହୋଇଥିବା ଏସବୁ ପୋଷ୍ଟକୁ ମିଛ କହିବା ସହ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ବିନୟ କୁମର ଦିଲ୍ଲୀ ହାଇକୋର୍ଟଙ୍କୁ ଅପିଲ କରିଥିଲେ। ଏହାପରେ ହାଇକୋର୍ଟ ୫ଜଣ ବରିଷ୍ଠ ଆପ୍ ନେତାଙ୍କୁ ତୁରନ୍ତ ସୋଶାଲ ମିଡିଆରୁ ସେହି ବିବାଦୀୟ ପୋଷ୍ଟ ହଟାଇବାକୁ କଡା ଚେତାବନୀ ଦେଇଛନ୍ତି। ଏଥିସହ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି ଚାଳିଥିବା ଯାଏଁ ଆଗାମୀ ଦିନରେ ଆପ୍‌ ବିଧାୟକମାନେ ଖଦୀ ଗ୍ରାମଦ୍ୟୋଗ ମାମଲାରେ ଉପରାଜ୍ୟପାଳଙ୍କ ବିରୋଧ କୌଣସି ମନ୍ତବ୍ୟ ପ୍ରକାଣ କରିବାକୁ ମଧ୍ୟ ବାରଣ କରିଛନ୍ତି।

ସୂଚନା ମୁତାବକ, ଦିଲ୍ଲୀ ଅବକାରୀ ନୀତି ବିରୋଧରେ ଉପରାଜ୍ୟପାଳ ବିନୟ କୁମାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ଆପ ନେତାଙ୍କ ବିରୋଧରେ ତନାଘନା ଆରମ୍ଭ ରିଥିଲା ସିବିଆଇ। ଏଥିରୁ ବାଦ ପଡିନଥିଲେ ଖୋଦ୍ ଅବକାରୀ ତଥା ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ। ଏହାପରେ ଉତ୍ତ୍ୟକ୍ତ ଆପ୍ ନେତା ଉପରାଜ୍ୟପାଳ ବିନୟ କୁମାରଙ୍କ ବିରୋଧରେ ଏକାଧିକ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରିଥିଲେ।

Related story