Advertisment

ପୁଣି ରୁଷ ବିରୋଧୀ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଲା ଭାରତ

ମିଳିତ ଜାତିସଂଘ: ୟୁକ୍ରେନରେ ରୁଷ ଚଳାଇଥିବା ଦମନଲୀଳା ବିରୋଧୀ ପୁଣି ଏକ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି ଭାରତ। ପୂର୍ବରୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆଗତ ରୁଷ ବିରୋଧୀ ନିନ୍ଦା ପ୍ରସ୍ତାବରେ ଭାରତ ଭୋଟ ଦେଇ ନଥିଲା। ଏବେ ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଆଗତ ପ୍ରସ୍ତାବ ଉପରେ ମଧ୍ୟ ଭାରତ ସମାନ ନୀତି ଆପଣାଇଛି। ରୁଷ ହମଲାରେ ୟୁକ୍ରେନରେ ମାନବାଧିକାର ଉଲ୍ଲଙ୍ଘନ ହେଉଛି। ଏହା ଉପରେ ଜରୁରି କାଳୀନ ବିତର୍କ ପାଇଁ ମିଳିତ ଜାତିସଂଘର […]

ପୁଣି ରୁଷ ବିରୋଧୀ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଲା ଭାରତ

Russia

Advertisment

ମିଳିତ ଜାତିସଂଘ: ୟୁକ୍ରେନରେ ରୁଷ ଚଳାଇଥିବା ଦମନଲୀଳା ବିରୋଧୀ ପୁଣି ଏକ ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି ଭାରତ। ପୂର୍ବରୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଆଗତ ରୁଷ ବିରୋଧୀ ନିନ୍ଦା ପ୍ରସ୍ତାବରେ ଭାରତ ଭୋଟ ଦେଇ ନଥିଲା। ଏବେ ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଆଗତ ପ୍ରସ୍ତାବ ଉପରେ ମଧ୍ୟ ଭାରତ ସମାନ ନୀତି ଆପଣାଇଛି।

Advertisment

ରୁଷ ହମଲାରେ ୟୁକ୍ରେନରେ ମାନବାଧିକାର ଉଲ୍ଲଙ୍ଘନ ହେଉଛି। ଏହା ଉପରେ ଜରୁରି କାଳୀନ ବିତର୍କ ପାଇଁ ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଗୋଟିଏ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବ ସପକ୍ଷରେ ୨୯ଟି ଦେଶ ଭୋଟ ଦେଇଥିବା ବେଳେ ରୁଷ ଓ ଚାଇନା ଭଳି ୫ଟି ଦେଶ ବିରୋଧ କରିଥିଲେ।

ସେହିପରି ଭାରତ ଓ ପାକିସ୍ତାନ ସମେତ ୧୩ଟି ଦେଶ ଭୋଟ ଦାନରୁ ନିଜକୁ ଦୂରେଇ ରଖିଛନ୍ତି। ପ୍ରସ୍ତାବ ସପକ୍ଷରେ ୨୯ଟି ଦେଶ ମତ ରଖିଥିବାରୁ ଏବେ ଗୁରୁବାର ଏହା ଉପରେ ବିତର୍କ ହେବ ବୋଲି ଜଣାପଡ଼ିଛି।

Advertisment

ଭୋଟ ପୂର୍ବରୁ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନ ସ୍ଥାୟୀ ସଦସ୍ୟ କହିଥିଲେ ଯେ ରୁଷ ସେନା ବାହିନୀ ଘନଘନ ଆକ୍ରମଣ କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ସେମାନେ ଅନାଥାଶ୍ରମ, ହସ୍ପିଟାଲ, ମୋବାଇଲ ମେଡିକାଲ ଓ ଅନ୍ୟାନ୍ୟ ଜନବସିତ ଉପରେ ହମଲା କରି ୱାର କ୍ରାଇମ କରୁଛନ୍ତି। ରୁଷ ସେନାର ଏପରି ମାନବାଧିକାର ଉଲ୍ଲଙ୍ଘନ ଘଟଣା ଉପରେ ବିତର୍କ ହେବା ଜରୁରୀ ବୋଲି କହିଥିଲେ।

ଏହାପରେ ୪୭ ସଦସ୍ୟ ବିଶିଷ୍ଟ ପରିଷଦରେ ଏହାକୁ ନେଇ ଭୋଟ ହୋଇଥିଲା। ଏହା ବିପକ୍ଷରେ ରୁଷ, ଚାଇନା, ଇରିଟ୍ରେଆ, କ୍ୟୁବା ଓ ଭେଞ୍ଜୁଆଲା ଭୋଟ ଦେଇଥିଲେ। କିନ୍ତୁ ଆମେରିକା, ବ୍ରିଟେନ, ଫ୍ରାନ୍ସ ଭଳି ୨୯ଟି ଦେଶ ଏହା ସପକ୍ଷରେ ଭୋଟିଂ କରିଥିଲେ।

ଭାରତ ବ୍ୟତୀତ ପାକିସ୍ତାନ, ଆର୍ମେନିଆ, ଗାବୋନ, କ୍ୟାମେରୁନ, କାଜାଖସ୍ତାନ, ମାଉରିଟାନିଆ, ନାମ୍ବିଆ, ସେନେଗଲ, ସୋମାଲିଆ, ସୁଦାନ, ୟୁଏଇ ଓ ଉଜବେକିସ୍ତାନ ନିଜକୁ ଭୋଟ ଦାନରୁ ନିଜକୁ ଦୂରେଇ ରଖିଛନ୍ତି।

ଭାରତ ଭୋଟ ଦାନରୁ ଦୂରେଇ ରହିଥିଲେ ମଧ୍ୟ ଜାତିସଂଘରେ ଅବସ୍ଥାପିତ ଦେଶର ସ୍ଥାୟୀ ସଦସ୍ୟ ଟିଏସ ତିରୁମୂର୍ତ୍ତି କହିଛନ୍ତି, ୟୁକ୍ରେନରେ ଜାରି ସ୍ଥିତିକୁ ନେଇ ନୂଆଦିଲ୍ଲୀ ଚିନ୍ତିତ। ଭାରତର ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ଆଲୋଚନା କରି ବିବଦାର ସମାଧାନ ସପକ୍ଷରେ ରହିଛନ୍ତି।

ଯୁଦ୍ଧ ଯୋଗୁ ଅନେକ ଲୋକଙ୍କ ଜୀବନ ବିପଦ ମଧ୍ୟରେ ରହିଛି। ବିଶେଷ କରି ମହିଳା, ଶିଶୁ ଓ ବରିଷ୍ଠଙ୍କ ସୁରକ୍ଷା ପାଇଁ ଭାରତ ଚିନ୍ତିତ। ଆମ ସରକାର ତୁରନ୍ତ ଯୁଦ୍ଧ ପୀଡ଼ିତଙ୍କ ପାଇଁ ସହାୟତା ସାମଗ୍ରୀ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ମେଡିକାଲ ସାମଗ୍ରୀ ସହ ଅନ୍ୟ ମାନବୀୟ ସହାୟତା କରିବୁ ବୋଲି ସେ କହିଛନ୍ତି।

୨୯ ଜଣ ରୁଷ ବିରୋଧୀ ପ୍ରସ୍ତାବ ଉପରେ ଭୋଟ ଦେଇଥିବାରୁ ଗୁରୁବାର ଏହା ଉପରେ ବିତର୍କ ହୋଇ ଗୋଟିଏ ସଂକଳ୍ପ ପ୍ରସ୍ତୁତ କରାଯିବ। ୨୦୧୪ରୁ ରୁଷ ପକ୍ଷରୁ ୟୁକ୍ରେନରେ ମାନବାଧିକାର ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇ ଆସୁଛି। ତେଣୁ ଏହାର ତଦନ୍ତ ପାଇଁ ସଂକଳ୍ପରେ ବ୍ୟବସ୍ଥା କରାଯିବ।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe