ଖାଦ୍ୟ ରପ୍ତାନୀରେ ଭାରତର ରେକର୍ଡ, ୧ନଂ ସ୍ଥାନରେ ପହଞ୍ଚିଲା

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ମଧ୍ୟରେ ପ୍ରଥମଥର ବ୍ରାଜିଲକୁ ପଛରେ ପକାଇ ଖାଦ୍ୟ ରପ୍ତାନୀରେ ରେକର୍ଡ କରିଛି ଭାରତ। ଆରବ ଦେଶଗୁଡ଼ିକୁ ଖାଦ୍ୟ ରପ୍ତାନୀରେ ବ୍ରାଜିଲ ୧ନଂ ସ୍ଥାନରେ ରହୁଥିଲା। ହେଲେ ଏବେ ଭାରତ ଖାଦ୍ୟ ରପ୍ତାନୀରେ ୧ନଂ ସ୍ଥାନ ଅଧିକାର କରିଛି। ଆରବ-ବ୍ରାଜିଲ ଚ୍ୟାମ୍ବର ଅଫ କର୍ମସ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଆରବ ୱାର୍ଲ୍ଡ ହେଉଛି ବ୍ରାଜିଲର ସବୁଠାରୁ ପ୍ରମୁଖ ବ୍ୟବସାୟିକ ସହଯୋଗୀ। କିନ୍ତୁ ୨୦୨୦ରେ କରୋନା ମହାମାରୀ ଯୋଗୁ ବ୍ରାଜିଲ ସହ ଆରବ […]

food

Hemant Lenka
  • Published: Tuesday, 07 December 2021
  • , Updated: 07 December 2021, 08:33 PM IST

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ମଧ୍ୟରେ ପ୍ରଥମଥର ବ୍ରାଜିଲକୁ ପଛରେ ପକାଇ ଖାଦ୍ୟ ରପ୍ତାନୀରେ ରେକର୍ଡ କରିଛି ଭାରତ। ଆରବ ଦେଶଗୁଡ଼ିକୁ ଖାଦ୍ୟ ରପ୍ତାନୀରେ ବ୍ରାଜିଲ ୧ନଂ ସ୍ଥାନରେ ରହୁଥିଲା। ହେଲେ ଏବେ ଭାରତ ଖାଦ୍ୟ ରପ୍ତାନୀରେ ୧ନଂ ସ୍ଥାନ ଅଧିକାର କରିଛି। ଆରବ-ବ୍ରାଜିଲ ଚ୍ୟାମ୍ବର ଅଫ କର୍ମସ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

ଆରବ ୱାର୍ଲ୍ଡ ହେଉଛି ବ୍ରାଜିଲର ସବୁଠାରୁ ପ୍ରମୁଖ ବ୍ୟବସାୟିକ ସହଯୋଗୀ। କିନ୍ତୁ ୨୦୨୦ରେ କରୋନା ମହାମାରୀ ଯୋଗୁ ବ୍ରାଜିଲ ସହ ଆରବ ୱାର୍ଲ୍ଡ ବ୍ୟବସାୟିକ ସମ୍ପର୍କରେ ବାଧା ସୃଷ୍ଟି ହୋଇଥିଲା।

ଆରବ ଲିଗ୍‌ରେ ଥିବା ୨୨ ସଦସ୍ୟ ବ୍ରାଜିଲ୍‌ ଠାରୁ ୮.୧୫% କୃଷି ଜାତୀୟ ସାମଗ୍ରୀ ଆମଦାନୀ କରିଥିଲେ। ଏହି ସମୟରେ ଭାରତ ଠାରୁ ସେମାନେ ୮.୨୫% ସାମଗ୍ରୀ ନେଇଥିଲେ। ଫଳରେ ଭାରତ ଏବେ ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ବ୍ରାଜିଲରୁ ଶିପମେଣ୍ଟ ପୂର୍ବରୁ ୩୦ ଦିନ ମଧ୍ୟରେ ସାଉଦିରେ ପହଞ୍ଚୁଥିଲା। ହେଲେ ଏବେ ଏଥିପାଇଁ ୬୦ ଦିନ ସମୟ ଲାଗୁଛି। କିନ୍ତୁ ମାତ୍ର ସପ୍ତାହକ ମଧ୍ୟରେ ଭାରତରୁ ଫଳ, ପରିବା, ଚିନି, ଡାଲି ଜାତୀୟ ସାମଗ୍ରୀ ଓ ମାଂସ ସାଉଦିରେ ପହଞ୍ଚି ଯାଇ ପାରୁଛି। ତେଣୁ ଆରବ ଦେଶଗୁଡ଼ିକ ଭାରତଠାରୁ ଖାଦ୍ୟ ସାମଗ୍ରୀ ପାଇଁ ନିର୍ଭର କରିବା ଆରମ୍ଭ କରିଛନ୍ତି।

Related story