ସୁଧୁରି ଯାଅ, ନଚେତ ସର୍ଜିକାଲ ଷ୍ଟ୍ରାଇକ୍‌ ହେବ: ଅମିତ୍ ଶାହ

ପାଣାଜି: ପାକିସ୍ତାନକୁ ଚେତାବନୀ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ। ସୁଧୁରି ଯାଅ ନହେଲେ ପୁଣି ଏୟାର ଷ୍ଟ୍ରାଇକ୍‌ ହେବ। ସୀମାରେ ଯଦି ଅନୁପ୍ରେବେଶ ବନ୍ଦ ନହୁଏ କିମ୍ବା କଶ୍ମୀରରେ ସାଧାରଣ ନାଗରିକଙ୍କୁ ପ୍ରାୟୋଜିତ ହତ୍ୟା କରାଯାଏ ତେବେ ପରିଣାମ ସୂରୁପ ବାରମ୍ବାର ଏୟାର ଷ୍ଟ୍ରାଇକ୍ କରାଯିବ ବୋଲି ଶାହ ଧମକ ଦେଛନ୍ତି। ସେ କହିଛନ୍ତି ଯେ,  ଆମେ ଆକ୍ରମଣକୁ ବରଦାସ୍ତ କରୁନାହୁଁ । ଯାହା ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରମାଣ କରିଦେଇଛି। ଯଦି ସ୍ଥିତାବସ୍ଥା ଉଲ୍ଲଂଘନ ହୁଏ […]

saha

Tapas Behera
  • Published: Thursday, 14 October 2021
  • , Updated: 14 October 2021, 05:43 PM IST

ପାଣାଜି: ପାକିସ୍ତାନକୁ ଚେତାବନୀ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ। ସୁଧୁରି ଯାଅ ନହେଲେ ପୁଣି ଏୟାର ଷ୍ଟ୍ରାଇକ୍‌ ହେବ। ସୀମାରେ ଯଦି ଅନୁପ୍ରେବେଶ ବନ୍ଦ ନହୁଏ କିମ୍ବା କଶ୍ମୀରରେ ସାଧାରଣ ନାଗରିକଙ୍କୁ ପ୍ରାୟୋଜିତ ହତ୍ୟା କରାଯାଏ ତେବେ ପରିଣାମ ସୂରୁପ ବାରମ୍ବାର ଏୟାର ଷ୍ଟ୍ରାଇକ୍ କରାଯିବ ବୋଲି ଶାହ ଧମକ ଦେଛନ୍ତି। ସେ କହିଛନ୍ତି ଯେ,  ଆମେ ଆକ୍ରମଣକୁ ବରଦାସ୍ତ କରୁନାହୁଁ । ଯାହା ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରମାଣ କରିଦେଇଛି। ଯଦି ସ୍ଥିତାବସ୍ଥା ଉଲ୍ଲଂଘନ ହୁଏ ତେବେ ଜବାବରେ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯିବ ବୋଲି ସେ କହିଛନ୍ତି। ଗୋଆର ଧରବନ୍ଦୋରାସ୍ଥିତ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଗ ଦେଇ ଏକଥା କହିଛନ୍ତି ଶାହ।

ଶାହ କହିଛନ୍ତି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ  ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏହା ମାଧ୍ୟମରେ ଆମେ ଭାରତ ସୀମାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି  ଏକ ବାର୍ତ୍ତା ଦେବାକୁ ଚାହୁଁଥିଲୁ।  ଆଲୋଚନା ପାଇଁ ସମୟ ଥିଲା।  କିନ୍ତୁ ବର୍ତ୍ତମାନ ଜବାବ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି।

ଉରି, ପଠାନକୋଟ ଏବଂ ଗୁରୁଦାସପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରିତିବାଦରେ ୨୦୧୬ ସେପ୍ଟେମ୍ବରରେ ଭାରତ ପକ୍ଷରୁ ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ପାକିସ୍ତାନରେ ବହୁ  ଆତଙ୍କବାଦୀ ଶିବିର ଧ୍ୱଂଶବିଧ୍ୱସ୍ତ ହୋଇଥିଲା।  ଉରି ଆକ୍ରମଣର ୧୧ ଦିନ ପରେ ସେପ୍ଟେମ୍ବର ୨୯ ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲା।

Related story