ଦେଶରେ ବ୍ଲାକ ଫଙ୍ଗସ ନେଲାଣି ୪,୩୩୨ ଜୀବନ, ୪୫ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ଦେଖା ଯାଉଥିବା ବ୍ଲାକ ଫଙ୍ଗସ ଏବେ ଘାତକ ରୂପ ଧାରଣ କଲାଣି। ଏଯାଏ ଦେଶରେ ୪୫,୩୭୪ ଜଣ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ବେଳେ ୪,୩୩୨ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟସଭାରେ ଉଠିଥିବା ବ୍ଲାକ ଫଙ୍ଗସ ରୋଗ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା ଭାରତୀ ପ୍ରବୀନ ପାୱାର କହିଛନ୍ତି, ବ୍ଲାକ ଫଙ୍ଗସ କୌଣସି […]

Black-Fungus

Hemant Lenka
  • Published: Thursday, 22 July 2021
  • , Updated: 22 July 2021, 03:01 PM IST

ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ଦେଖା ଯାଉଥିବା ବ୍ଲାକ ଫଙ୍ଗସ ଏବେ ଘାତକ ରୂପ ଧାରଣ କଲାଣି। ଏଯାଏ ଦେଶରେ ୪୫,୩୭୪ ଜଣ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥିବା ବେଳେ ୪,୩୩୨ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରାଜ୍ୟସଭାରେ ଉଠିଥିବା ବ୍ଲାକ ଫଙ୍ଗସ ରୋଗ ସମ୍ପର୍କିତ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡା ଭାରତୀ ପ୍ରବୀନ ପାୱାର କହିଛନ୍ତି, ବ୍ଲାକ ଫଙ୍ଗସ କୌଣସି ନୂଆ ରୋଗ ନୁହେଁ। ୨୦୨୧ ମେ’ ମାସ ଯାଏ ଏହା ମହାମାରୀ ଭାବେ ଗଣତି ହେଉ ନଥିଲା। ତେବେ ଏହାର ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଚିଠି ଲେଖି ଏହାକୁ ମହାମାରୀ ତାଲିକାରେ ସ୍ଥାନ ଦେବାକୁ କହିଥିଲା।

ଏହାପରେ ଏହି ରୋଗରେ ଚିହ୍ନଟ ହେଉଥିବା ଲୋକଙ୍କ ସମ୍ପର୍କରେ ରାଜ୍ୟଗୁଡ଼ିକ ସିଧାସଳଖ କେନ୍ଦ୍ରକୁ ତଥ୍ୟ ଦେଉଛନ୍ତି। ଏକ ସମୟରେ ଏହି ରୋଗ ଉପର ମୁହାଁ ହୋଇଥିଲା। କିନ୍ତୁ ୨ ମାସ ହେଲାଣି ଏହା ତଳମୁହାଁ ହେଉଛି। ସମଗ୍ର ଦେଶରେ ଏଯାଏ ୪୫,୩୭୪ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୪,୩୩୨ ଜଣଙ୍କ ଜୀବନ ଯାଇଛି।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଷ୍ଟେରଏଡ ଦିଆଯାଉଥିଲା। ତେବେ ଅତ୍ୟଧିକ ମାତ୍ରାର ଷ୍ଟେରଏଡ ଯୋଗୁ ‘ବ୍ଲାକ୍ ଫଙ୍ଗସ୍’ ନାମକ ରୋଗରେ ଅନେକ ଲୋକ ପୀଡ଼ିତ ହେବାରେ ଲାଗିଥିଲେ। ଏହି ରୋଗରେ ଆକ୍ରାନ୍ତ କିଛି ରୋଗୀ ସେମାନଙ୍କ ଆଖି ମଧ୍ୟ ହରାଇଛନ୍ତି।

ବ୍ଲାକ ଫଙ୍ଗସ ନାକରୁ ଆରମ୍ଭ ହୋଇ ଆଖି ଓ ମସ୍ତିଷ୍କକୁ ବ୍ୟାପିଥାଏ। ବିଶେଷଜ୍ଞମାନଙ୍କ ମତରେ ଫଙ୍ଗସ୍ ନାକରେ ୨ରୁ ୩ ଦିନ ରହିଥାଏ। ଏହାପରେ ଏହା ଆଖି ଆଡ଼କୁ ଗତି କରିଥାଏ। ଏପରି ସ୍ଥିତିରେ ଯଦି ଆପଣଙ୍କ ନାକରୁ ରକ୍ତଶ୍ରାବ ହେଉଛି, ନାକରୁ କଳା ପାଣି ବାହାରୁଛି କିମ୍ବା ଦେଖିବାରେ ସାମାନ୍ୟ ସମସ୍ୟା ରହୁଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।
ଯଦି ଏହାକୁ ଠିକଣା ସମୟରେ ଚିକିତ୍ସା କରା ନଯିବ, ତା’ହେଲେ ଏହା ମସ୍ତିଷ୍କକୁ ଚାଲି ଯାଇଥାଏ। ରୋଗ ମସ୍ତିଷ୍କକୁ ଚାଲି ଯିବା ଦ୍ୱାରା ମୃତ୍ୟୁର ଆଶଙ୍କା ବଢ଼ି ଯାଇଥାଏ।

ଇଏନଟି ଡାକ୍ତରମାନେ ନାକର ଟେଷ୍ଟ ମାଧ୍ୟମରେ ରୋଗକୁ ଚିହ୍ନଟ କରନ୍ତି। ପ୍ରଥମେ ଆଣ୍ଟି-ଫଙ୍ଗଲ୍ ଇଞ୍ଜେକ୍ସନ୍ ଦିଅନ୍ତି। ଯଦି ସଂକ୍ରମଣ ଆଖିରେ ପହଞ୍ଚି ଯାଇଥାଏ, ତା’ହେଲେ ଏହାର ଅସ୍ତ୍ରୋପଚାର ଆବଶ୍ୟକ ପଡ଼େ। ସଂକ୍ରମଣ ଅତ୍ୟଧିକ ହୁଏ, ତେବେ ସମଗ୍ର ଆଖିକୁ ଶରୀରରୁ ବାହାର କରିବାକୁ ପଡ଼େ।

ସାଧାରଣତଃ ଏହା ମଧୁମେହ ରୋଗୀଙ୍କ ଠାରେ ଦେଖାଯାଉଥିଲା। ଏବେ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ଦେଖିବାକୁ ମିଳୁଛି।

Related story