ଚାଇନାକୁ କାଉଣ୍ଟର: ଦକ୍ଷିଣ ଚାଇନା ସାଗରକୁ ଯୁଦ୍ଧ ଜାହାଜ ପଠାଇଲା ଭାରତ

ନୂଆଦିଲ୍ଲୀ: ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସୁରକ୍ଷା ସମ୍ପର୍କ ବୃଦ୍ଧି କରିବା ପାଇଁ ଭାରତ ପକ୍ଷରୁ ଗୋଟିଏ ନୌସେନା ଟାସ୍କ ଫୋର୍ସକୁ ଦକ୍ଷିଣ ଚାଇନା ସାଗରକୁ ପଠା ଯାଇଛି। ଏପରି କରି ଭାରତ ଦକ୍ଷିଣ ଚାଇନା ସାଗରରେ ଚାଇନାକୁ କାଉଣ୍ଟର କରିବା ପାଇଁ ଚାଲିଥିବା ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଲକ୍ଷ୍ୟ ରଖିଛି। ନୌସେନା ପକ୍ଷରୁ କୁହାଯାଇଛି ଯେ ୪ଟି ଯୁଦ୍ଧ ଜାହାଜ ସମେତ ମିସାଇଲ ବିଧ୍ୱଂସକାରୀ ଅସ୍ତ୍ର ଓ ମିସାଇଲ ମାଡ଼ କରିପାରୁଥିବା ଅସ୍ତ୍ରଶସ୍ତ୍ର ୨ […]

Drills

Hemant Lenka
  • Published: Wednesday, 04 August 2021
  • , Updated: 04 August 2021, 06:36 PM IST

ନୂଆଦିଲ୍ଲୀ: ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସୁରକ୍ଷା ସମ୍ପର୍କ ବୃଦ୍ଧି କରିବା ପାଇଁ ଭାରତ ପକ୍ଷରୁ ଗୋଟିଏ ନୌସେନା ଟାସ୍କ ଫୋର୍ସକୁ ଦକ୍ଷିଣ ଚାଇନା ସାଗରକୁ ପଠା ଯାଇଛି। ଏପରି କରି ଭାରତ ଦକ୍ଷିଣ ଚାଇନା ସାଗରରେ ଚାଇନାକୁ କାଉଣ୍ଟର କରିବା ପାଇଁ ଚାଲିଥିବା ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଲକ୍ଷ୍ୟ ରଖିଛି।

ନୌସେନା ପକ୍ଷରୁ କୁହାଯାଇଛି ଯେ ୪ଟି ଯୁଦ୍ଧ ଜାହାଜ ସମେତ ମିସାଇଲ ବିଧ୍ୱଂସକାରୀ ଅସ୍ତ୍ର ଓ ମିସାଇଲ ମାଡ଼ କରିପାରୁଥିବା ଅସ୍ତ୍ରଶସ୍ତ୍ର ୨ ମାସ ଯାଏ ଦକ୍ଷିଣପୂର୍ବ ଏସିଆ, ଦକ୍ଷିଣ ଚାଇନା ସାଗର ଓ ୱେଷ୍ଟର୍ଣ୍ଣ ଫ୍ୟାସିଫିକରେ ମୁତୟନ କରାଯିବ। ବନ୍ଧୁତ୍ୱ ରାଷ୍ଟ୍ରଗୁଡ଼ିକ ସୁରକ୍ଷା ସମ୍ପର୍କକୁ ବୃଦ୍ଧି କରିବା ସହ ଜଳପଥରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ଚାଇନା ଓ ଆମେରିବା ମଧ୍ୟରେ ଦକ୍ଷିଣ ଚାଇନା ସାଗରକୁ ନେଇ ବିବାଦ ଲାଗି ରହିଛି। ବେଜିଂ ଏହାକୁ ନିଜର ବୋଲି ଦାବି କରୁଥିବା ବେଳେ ଆମେରିକା ଏହାକୁ ଆଗ୍ରାହ୍ୟ କରି ଚାଲିଛି। ଜୁନ ମାସରେ ଆମେରିକା ପକ୍ଷରୁ ଦକ୍ଷିଣ ଚାଇନା ସାଗରରେ ଯୁଦ୍ଧାଭ୍ୟାସ କରାଯାଇଥିଲା।

ବ୍ରିଟେନ ମଧ୍ୟ ଚଳିତ ମାସରେ ଫିଲିପାଇନ୍ସ ସମୁଦ୍ରରେ ଯୁଦ୍ଧାଭ୍ୟାସ କରି ଚାଇନାକୁ ଚେକ୍‌ ଦେବାକୁ ଚେଷ୍ଟା କରିଥିଲା। ଏବେ ଭାରତ ଦକ୍ଷିଣ ଚାଇନା ସାଗରକୁ ଯୁଦ୍ଧ ତୋପ ପଠାଇବାରୁ ବେଜିଂର ଚିନ୍ତା ବଢ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ଏଠାରେ ଅନୁଷ୍ଠିତ ବାର୍ଷିକ ମିଲିଟାରୀ ଡ୍ରିଲରେ ସାମିଲ ହେବ। ଗୌଆମା ଉପକୂଳରେ ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ମିଳିତ ଭାବେ ଏହି ଡ୍ରିଲ କରିବେ।

Related story