Advertisment

ୟାସିନ ମଲିକ ସମ୍ପର୍କରେ ଓଆଇସିର ବୟାନକୁ କଡ଼ା ଭାଷାରେ ନିନ୍ଦା କଲା ଭାରତ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାସିନ ମିଲକ ସମ୍ପର୍କରେ ଇସଲାମିକ ଦେଶ ଗୁଡ଼ିକୁ ନେଇ ଗଠିତ ଓଆଇସି-ଆଇପିଏଚଆରସି ଦେଇଥିବା ବୟାନକୁ କଡ଼ା ଭାଷରେ ନିନ୍ଦା କରିଛି ଭାରତ। ଏଥିସହ ୟାସିନ ମଲିକ ସମ୍ପର୍କରେ ଓଆଇସିର ବୟାନ ଆତଙ୍କବାଦୀ ଗତିବିଧିକୁ ସମର୍ଥନ କରିବା ସହ ସମାନ। ଅର୍ଗାନାଇଜେଜନ ଅଫ ଇସଲାମିକ କୋପୋରେସନ(ଓଆଇସି) କେବେ ବି କୌଣସି ଆତଙ୍କବାଦ କାର୍ଯ୍ୟକଳାକୁ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା ନ କରୁ। କାରଣ ପୂରା ବିଶ୍ୱ […]

ଅଦ୍ୟତନ ହୋଇଛି
ୟାସିନ ମଲିକ ସମ୍ପର୍କରେ ଓଆଇସିର ବୟାନକୁ କଡ଼ା ଭାଷାରେ ନିନ୍ଦା କଲା ଭାରତ

Yasin-malick

Advertisment

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାସିନ ମିଲକ ସମ୍ପର୍କରେ ଇସଲାମିକ ଦେଶ ଗୁଡ଼ିକୁ ନେଇ ଗଠିତ ଓଆଇସି-ଆଇପିଏଚଆରସି ଦେଇଥିବା ବୟାନକୁ କଡ଼ା ଭାଷରେ ନିନ୍ଦା କରିଛି ଭାରତ। ଏଥିସହ ୟାସିନ ମଲିକ ସମ୍ପର୍କରେ ଓଆଇସିର ବୟାନ ଆତଙ୍କବାଦୀ ଗତିବିଧିକୁ ସମର୍ଥନ କରିବା ସହ ସମାନ। ଅର୍ଗାନାଇଜେଜନ ଅଫ ଇସଲାମିକ କୋପୋରେସନ(ଓଆଇସି) କେବେ ବି କୌଣସି ଆତଙ୍କବାଦ କାର୍ଯ୍ୟକଳାକୁ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା ନ କରୁ। କାରଣ ପୂରା ବିଶ୍ୱ ଆତଙ୍କବାଦ ପ୍ରସଙ୍ଗରେ ଶୂନ ସହନଶୀଳତା ନୀତି ଅବଳମ୍ବନ କରିଛି। ଓଆଇସି ମଧ୍ୟ ସେହି ଅନୁସାରେ ନିଜର ଆଭିମୁଖ୍ୟ ଗ୍ରହଣ କରୁ ବୋଲି ଭାରତ ପକ୍ଷରୁ କୁହାଯାଇଛି।

Advertisment

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ୟାସିନ ମଲିକର ଆତଙ୍କବାଦୀ କାର୍ଯ୍ୟକଳାପର ସମ୍ପର୍କରେ ଦସ୍ତାବିଜ ପ୍ରସ୍ତୁତ କରାଯାଇଥିଲା ଓ ଏହାକୁ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ଏହାପରେ ଏନଆଇଏ କୋର୍ଟ ସବୁ କିଛିକୁ ବିଚାରକୁ ନେଇ ତା’କୁ ଦୁଇ ଥର ଆଜୀବନ କାରଦାଣ୍ଡ ଶୁଣାଇଛନ୍ତି।

ତେଣୁ ଓଆଇସି-ଆଇପିଏଚଆରସି କୋର୍ଟଙ୍କ ରାୟକୁ ସମାଲୋଚନା କରିବା ଆଦୌ ଗ୍ରହଣୀୟ ନୁହେଁ। ଭାରତ ଏପରି ବୟାନକୁ ଆଦୌ ସ୍ୱୀକାର କରୁନାହିଁ। ଓଆଇସି-ଆଇପିଏଚଆରସି ନିଜର ବୟାନ ମାଧ୍ୟମରେ ୟାସିନ ମଲିକର ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରିଛି। ୟାସିନ ମଲିକ ବିରୋଧରେ ସମସ୍ତ ପ୍ରମାଣ କୋର୍ଟରେ ଉପସ୍ଥାପନ ହେବା ପରେ ହିଁ ରାୟ ଆସିଛି। ତେଣୁ ଓଆଇସି ଆତଙ୍କବାଦ କାର୍ଯ୍ୟକଳାପକୁ ସଠିକ ସାବ୍ୟସ୍ତ କରିବା ପାଇଁ କରୁଥିବା ପ୍ରୟାସରୁ ଦୂରେଇ ରହୁ ବୋଲି ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ଆତଙ୍କବାଦୀ ୟାସିନ ମଲିକକୁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ଟେରର ଫଣ୍ଡିଂ ମାମଲାରେ ଦୁଇ ଥର ଆଜୀବନ ସଜା ଦେବା ସହ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ରାୟ ଶୁଣାଇବା ବେଳେ ଏନଆଇଏ ୟାସିନକୁ ଫାଶୀ ଦଣ୍ଡ ଦେବାକୁ ନିବେଦନ କରିଥିଲା। ହେଲେ କୋର୍ଟ ତା’କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବାର ଦଣ୍ଡ ଦେଇଛନ୍ତି।

ଏହି ରାୟ ପରେ ଓଆଇସି ଟ୍ୱିଟ କରି କଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଏଥିସହ ଭାରତର ଶାସନ ବ୍ୟବସ୍ଥାରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା କଥା କହିଥିଲେ। ଏହାବାଦ ୟାସିନ ମଲିକକୁ ବେଆଇନ ଭାବେ ଏକତରଫା ଶୁଣାଣି ସହ ଦଣ୍ଡ ବିଧାନ କରାଯାଇଥିବା ଓଆଇସି ଅଭିଯୋଗ କରିଥିଲା।

Yasin Malik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe