ବେଜିଂର ଅଭିଯୋଗକୁ ନୂଆଦିଲ୍ଲୀର ଖଣ୍ଡନ: ଭାରତ ନୁହେଁ, ଏଲଏସିରେ ଗୁଳି ଚଳାଇଥିଲେ ଚାଇନା ଯବାନ୍

ନୂଆଦିଲ୍ଲୀ: ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ସୋମବାର ଭାରତୀୟ ଯବାନ ନୁହେଁ,ଚୀନ୍ ସେନା ପକ୍ଷରୁ କିଛି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏଲ୍‌ଏସି ଅତିକ୍ରମ‌ କରି ଭାରତୀୟ ଯବାନମାନେ ସୋମବାର ରାତିରେ ଗୁଳି ଚଳାଇଥିବା ନେଇ ଚୀନ କରିଥିବା ଅଭିଯୋଗକୁ ଖଣ୍ଡନ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି। ଏହି ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ ସୀମାରେ ଚୀନ ବାରମ୍ବାର ଉତ୍ତେଜନାମୂଳକ ଓ ହିଂସାତ୍ମକ କାର୍ଯ୍ୟ ଜାରି […]

indianarmy

Jitendra Garnayak
  • Published: Tuesday, 08 September 2020
  • , Updated: 08 September 2020, 03:32 PM IST

ନୂଆଦିଲ୍ଲୀ: ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ସୋମବାର ଭାରତୀୟ ଯବାନ ନୁହେଁ,ଚୀନ୍ ସେନା ପକ୍ଷରୁ କିଛି ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଏଲ୍‌ଏସି ଅତିକ୍ରମ‌ କରି ଭାରତୀୟ ଯବାନମାନେ ସୋମବାର ରାତିରେ ଗୁଳି ଚଳାଇଥିବା ନେଇ ଚୀନ କରିଥିବା ଅଭିଯୋଗକୁ ଖଣ୍ଡନ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି।

ଏହି ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ ସୀମାରେ ଚୀନ ବାରମ୍ବାର ଉତ୍ତେଜନାମୂଳକ ଓ ହିଂସାତ୍ମକ କାର୍ଯ୍ୟ ଜାରି ରଖିଛି। ଭାରତୀୟ ସେନା ଆଦୌ ସୀମା ଅତିକ୍ରମ କରିନାହିଁ କି ଗୁଳି ଅବା ‌କୌଣସି ଉତ୍ତେଜନାମୂଳକ ଆଚରଣ ପ୍ରଦର୍ଶନ କରିନାହିଁ। ଚୀନ ସାମରିକ ଓ କୂଟନୀତିକ ସ୍ତରରେ ଚୁକ୍ତି ଉଲ୍ଲଂଘନ କରିଥିବା ନୂଆଦିଲ୍ଲୀ ପକ୍ଷରୁ ପାଲଟା ଜବାବରେ କୁହାଯାଇଛି।

ଏହାପୂର୍ବରୁ ଚୀନ୍‌ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ର ଦାବି କରିଥିଲେ ଯେ ଭାରତୀୟ ସେନା ଏଲଏସିରେ ଉତ୍ତେଜନାମୂଳକ କାର୍ଯ୍ୟ ସହ ପାଙ୍ଗୋଙ୍ଗ ହ୍ରଦ ନିକଟ ପର୍ବତରେ ଏଲଏସି ଅତିକ୍ରମ କରିଛି। ସେ ଆହୁରି ବି କହିଥିଲେ ଯେ ଅପରେସନ ସମୟରେ ଭାରତୀୟ ସେନା ପକ୍ଷରୁ ଗୁଳି ଚାଳନା ମଧ୍ୟ କରାଯାଇଥିଲା।

Related story