Advertisment

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌

ମଥୁରା: ସଭ୍ୟତାର ସହରରେ ସଂସ୍କୃତିର ପ୍ରତୀକ ପଶୁଙ୍କ ପାଇଁ ନିଆରା ବ୍ୟବସ୍ଥା। ଐତିହାସିକ ଯମୂନା ନଦୀ କୂଳରେ ଖୋଲିଛି କେବଳ ହାତୀଙ୍କ ପାଇଁ ଦେଶର ପ୍ରଥମ ଡାକ୍ତରଖାନା। ଉତ୍ତରପ୍ରଦେଶର ପୌରାଣିକ ସହର ମଥୁରାରେ ୧୨,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ହାତୀଙ୍କ ହସ୍ପିଟାଲ୍‌ ଗତ ଶୁକ୍ରବାରରୁ କାର୍ଯ୍ୟକ୍ଷମ ହୋଇଛି। ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ ଭାବେ ଗଣାଯାଉଥିବା ମଥୁରାରେ ‘ଗଜରାଜଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟ’ କେବଳ ପଶୁପ୍ରେମୀ କି ପରିବେଶବିତ୍‌ମାନଙ୍କୁ ଖୁସି କରିନାହିଁ, […]

ଅଦ୍ୟତନ ହୋଇଛି
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌

elephant hospital

Advertisment

ମଥୁରା: ସଭ୍ୟତାର ସହରରେ ସଂସ୍କୃତିର ପ୍ରତୀକ ପଶୁଙ୍କ ପାଇଁ ନିଆରା ବ୍ୟବସ୍ଥା। ଐତିହାସିକ ଯମୂନା ନଦୀ କୂଳରେ ଖୋଲିଛି କେବଳ ହାତୀଙ୍କ ପାଇଁ ଦେଶର ପ୍ରଥମ ଡାକ୍ତରଖାନା।

Advertisment

ଉତ୍ତରପ୍ରଦେଶର ପୌରାଣିକ ସହର ମଥୁରାରେ ୧୨,୦୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ହାତୀଙ୍କ ହସ୍ପିଟାଲ୍‌ ଗତ ଶୁକ୍ରବାରରୁ କାର୍ଯ୍ୟକ୍ଷମ ହୋଇଛି।

ହିନ୍ଦୁ ଧର୍ମର ଏକ ପବିତ୍ର ସ୍ଥାନ ଭାବେ ଗଣାଯାଉଥିବା ମଥୁରାରେ 'ଗଜରାଜଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟ' କେବଳ ପଶୁପ୍ରେମୀ କି ପରିବେଶବିତ୍‌ମାନଙ୍କୁ ଖୁସି କରିନାହିଁ, ବରଂ ଏହା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏବେ ପ୍ରମୁଖ ଆକର୍ଷଣ ପାଲଟିବାକୁ ଯାଉଛି।

Advertisment

ଏହି ହସ୍ପିଟାଲ୍‌ରେ ଆହତ, ଦୁର୍ବଳ ଓ ବୟସ୍କ ହାତୀମାନଙ୍କ ଚିକିତ୍ସା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ରହିଛି। ବିଶେଷ କରି ୱୟାର୍‌ଲେସ୍‌ ଡିଜିଟାଲ୍‌ ଏକ୍ସ-ରେ, ଥର୍ମାଲ୍ ଇମେଜିଂ, ଅଲ୍‌ଟ୍ରାସୋନୋଗ୍ରାଫି ଓ ଟ୍ରାଙ୍କ୍ୟୁଲାଇଜେସନ୍‌ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ ରହିଛି। ଏହି 'ହାତୀ ହସ୍ପିଟାଲ୍‌' ଯମୁନା ନଦୀ କୂଳରେ ଥିବା ହାତୀ ଅଭୟାରଣ୍ୟ ଓ କେୟାର୍‌ ସେଣ୍ଟର୍‌ ନିକଟରେ ରହିଛି। ୱାଇଲ୍‌ଡ୍ ଲାଇଫ୍ ଏସ୍‌ଓଏସ୍‌ ଦ୍ୱାରା ପରିଚାଳିତ ଏହି ସଂରକ୍ଷିତ ଅଞ୍ଚଳରେ ପ୍ରାୟ ୨୨ଟି ହାତୀ ଅଛନ୍ତି।

ଏହି ଚିକିତ୍ସାଳୟ କାର୍ଯ୍ୟାରମ୍ଭ କରିବା ପରେ ୪୯ ବର୍ଷ ବୟସର ହାତୀ 'ଆଶା' ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ଆଉ, ଏକ ଷ୍ଟୁଲ୍‌ରେ ହାତୀର ପାଦକୁ ରଖି ଡାକ୍ତରମାନେ ତାକୁ ଚିକିତ୍ସା କରୁଥିବାର ଦୃଶ୍ୟକୁ ସେଠାରେ ରୁଣ୍ଡ ହୋଇଥିବା ଦର୍ଶକ ଓ ପର୍ଯ୍ୟଟକମାନେ ନିଜ ନିଜ ମୋବାଇଲ୍‌ ଫୋନ୍ ଯୋଗେ ରେକର୍ଡିଂ ମଧ୍ୟ କରିଛନ୍ତି।

ଭାରତୀୟ ସଂସ୍କୃତିରେ ହାତୀ ଏକ ଧର୍ମୀୟ ଭାବନାର ପ୍ରତୀକ ଭାବେ ବିବେଚିତ ହେଉଥିବାବେଳେ ଅଧିକାଂଶ ସମୟରେ ପୋଷା ହାତୀଙ୍କୁ ମାହୁନ୍ତଙ୍କ ଅତ୍ୟାଚାରର ଶିକାର ହେବାକୁ ପଡ଼ିଥାଏ। ଏପରିକି ବନାଞ୍ଚଳରେ ଘୂରି ବୁଲୁଥିବା ହାତୀମାନଙ୍କୁ ମଣିଷଙ୍କ ଆକ୍ରମଣର ସାମ୍ନା କରିବାକୁ ବି ପଡ଼ିଥାଏ।

ଏପରିକି ବିଭିନ୍ନ ସମୟରେ ମଣିଷଙ୍କ ଆକ୍ରମଣ ଏବଂ ଅସୁସ୍ଥତା ଯୋଗୁ ଚିକିତ୍ସା ପାଉ ନ ଥିବାରୁ ବହୁ ହାତୀ ମୃତ୍ୟୁମୁଖରେ ପଡ଼ିଥା'ନ୍ତି। ଏବେ ଏହି ହସ୍‌ପିଟାଲ୍‌ ଆଖପାଖ ସ୍ଥାନରେ ଅସୁସ୍ଥ ଓ ଆହତ ହାତୀଙ୍କୁ ଚିକିତ୍ସା ଅବହେଳାଜନିତ ମୃତ୍ୟୁରୁ ରକ୍ଷା କରିପାରିବ ବୋଲି ପଶୁପ୍ରେମୀ ଆଶା କରୁଛନ୍ତି। କେବଳ ପଶୁପ୍ରେମୀ ନୁହନ୍ତି, ବିଦେଶରୁ ଆସୁଥିବା ବହୁ ପର୍ଯ୍ୟଟକ ଗଜରାଜଙ୍କ ପାଇଁ ପ୍ରତିଷ୍ଠିତ ଏହି ହସ୍‌ପିଟାଲ୍‌କୁ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି।

ରିପୋର୍ଟ ମୁତାବକ, ଭାରତରେ ହାତୀଙ୍କ ସଂଖ୍ୟା ୨୦୧୨ ଗଣନା ଅନୁସାରେ ୩୦,୭୧୧ ଥିବାବେଳେ ୨୦୧୭ରେ ଏହା ହ୍ରାସ ପାଇ ୨୭, ୩୧୨ରେ ପହଞ୍ଚିଛି।

ସାରା ଏସିଆ ମହାଦେଶର ଅଧାରୁ ଅଧିକ ସଂଖ୍ୟାର ହାତୀ ଭାରତରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe