ପାର୍ଟନର ସହ ସେକ୍ସ ପରେ ସ୍ୱାମୀ ହରାଇଲେ ସ୍ମୃତି ଶକ୍ତି  

ଲିମେରିକ୍(ଆୟରଲାଣ୍ଡ): ଅଦ୍ଭୁତ, ଅଜବ ଏବଂ ଅବିଶ୍ୱସନୀୟ। ପତ୍ନୀ ସହ ସମ୍ଭୋଗ କରି ସ୍ୱାମୀ ହରାଇଲେ ସ୍ମୃତି ଶକ୍ତି । ଘଟଣାଟି ବିଚିତ୍ର ଲାଗୁଥିଲେ ମଧ୍ୟ ଆୟର୍ଲାଣ୍ଡରୁ ଆସିଛି ଏମିତି ଏକ ଖବର। ସେଠିକାର ଜଣେ ବ୍ୟକ୍ତି ସମ୍ଭୋଗ କରିବା ପରେ ସ୍ମୃତି ଶକ୍ତି ହରାଇଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୬୬ ବର୍ଷୀୟ ଏହି ବ୍ୟକ୍ତି ଜଣକ ସାମୟିକ ସ୍ମୃତି ଶକ୍ତି ହରାଇଥିବା ଜଣାପଡ଼ିଛି। ମେ ମାସରେ ଏହି ଅଦ୍ଭୁତ ଘଟଣା ଘଟିଥିବା ବେଳେ […]

husband

Tapas Behera
  • Published: Saturday, 28 May 2022
  • , Updated: 28 May 2022, 07:21 PM IST

ଲିମେରିକ୍(ଆୟରଲାଣ୍ଡ): ଅଦ୍ଭୁତ, ଅଜବ ଏବଂ ଅବିଶ୍ୱସନୀୟ। ପତ୍ନୀ ସହ ସମ୍ଭୋଗ କରି ସ୍ୱାମୀ ହରାଇଲେ ସ୍ମୃତି ଶକ୍ତି । ଘଟଣାଟି ବିଚିତ୍ର ଲାଗୁଥିଲେ ମଧ୍ୟ ଆୟର୍ଲାଣ୍ଡରୁ ଆସିଛି ଏମିତି ଏକ ଖବର। ସେଠିକାର ଜଣେ ବ୍ୟକ୍ତି ସମ୍ଭୋଗ କରିବା ପରେ ସ୍ମୃତି ଶକ୍ତି ହରାଇଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୬୬ ବର୍ଷୀୟ ଏହି ବ୍ୟକ୍ତି ଜଣକ ସାମୟିକ ସ୍ମୃତି ଶକ୍ତି ହରାଇଥିବା ଜଣାପଡ଼ିଛି। ମେ ମାସରେ ଏହି ଅଦ୍ଭୁତ ଘଟଣା ଘଟିଥିବା ବେଳେ ଆଇରିସ୍‌ ମେଡିକାଲ ପକ୍ଷରୁ ଏହାର ଏକ ସନ୍ଧର୍ଭ ପ୍ରକାଶ ପାଇଛି।

ଏହି ରୋଗକୁ ମେଡିକାଲ ଟର୍ମରେ  Transient Global Amnesia (TGA) କୁହାଯାଉଛି। ସ୍ନାୟୁଗତ ଦୁର୍ବଳତା ଏବଂ ଷ୍ଟ୍ରୋକ୍‌ ଯୋଗୁ ବ୍ୟକ୍ତି ଜଣକ ଏଭଳି ମମସ୍ୟାର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସାଧାରଣତଃ ୫୦ରୁ ୭୦ ବର୍ଷ ମଧ୍ୟରେ ଏମିତି ଲକ୍ଷଣ ଦେଖାଯାଇଥାଏ।  ଫଳରେ ବ୍ୟକ୍ତି ଜଣକ ସମ୍ଭୋଗ ପରେ ଯେ ୧୦ ମିନିଟ୍‌ ପର୍ଯ୍ୟନ୍ତ ସ୍ମୃତି ଶକ୍ତି ହରାଇଥିଲେ।

ଯୌନ ସମ୍ପର୍କ ପରେ ବ୍ୟକ୍ତି ଜଣକ ନିଜକୁ ଅସ୍ୱାଭାବିକ ମନେ କରିଥିଲେ। ଏପରିକି ସେ ନିଜ ବିବାହ ବାର୍ଷିକୀ ପାଳି ମଧ୍ୟ ହଠାତ୍ ଭୁଲି ଯାଇଥିଲେ। ବିବାହ ବାର୍ଷିକୀ ପାଳନର ଦିନକ ପରେ ଏହାର ରାରିଖକୁ ନେଇ ଘଣ ଲୋକଙ୍କୁ ପଚାରିଥିଲେ। ସେ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ବାରମ୍ବାର ବିବାହ ବାର୍ଷିକୀ କେବେ ପାଳନ କରିବା ପଚାରୁ ଥିଲେ। ବ୍ୟକ୍ତି ଜଣକର ବିଚଳିତ ଅବସ୍ଥା ଦେଖି ପରିବାର ଳୋକେ ଚିନ୍ତିତ ହୋଇ ପଡ଼ିଥିଲେ। ତାଙ୍କର ଅସ୍ୱାଭାବିକ ପରିସ୍ଥିତି ନଜରକୁ ଆସିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାଇଗ୍ନୋସି ପରେ ପ୍ରକୃତ କାରଣ ଜଣାପଡ଼ିଥିଲା।

Related story