ମୋଦି ଏକଛତ୍ରବାଦୀ କି ? ଜବାବ ରଖିଲେ ଅମିତ ଶାହ

ନୂଆଦିଲ୍ଲୀ: ସାମ୍ପ୍ରତିକ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଛତ୍ରବାଦୀ ଶାସକ ବୋଲି ଯେଉଁ ଆଲୋଚନା ବା ଚର୍ଚ୍ଚା ହେଉଛି ତାହାକୁ ଦୃଢ଼ଭାବରେ ଖଣ୍ଡନ କରିବା ସହ ଅଭିଯୋଗକୁ ଅଶ୍ୱୀକାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୋଦିଙ୍କ ପକ୍ଷ ନେଇ ଶାହ କହିଛନ୍ତି ଯେ, ମୁଁ ତାଙ୍କ ସହ ଦୀର୍ଘ ଦିନ ଧରି ମିଶି ଆସିଛି।  କିନ୍ତୁ ମୋଦିଙ୍କ ଭଳି ଶ୍ରୋତା ଦେଖି ନାହିଁ ବୋଲି ଅମିତ ଶାହ କହିଛନ୍ତି। ଆମ ବିରୋଧରେ ଯେଉଁ ସବୁ ଅଭଯୋଗ […]

Modi_Amit_Shah_PTI

Tapas Behera
  • Published: Sunday, 10 October 2021
  • , Updated: 10 October 2021, 05:17 PM IST

ନୂଆଦିଲ୍ଲୀ: ସାମ୍ପ୍ରତିକ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଛତ୍ରବାଦୀ ଶାସକ ବୋଲି ଯେଉଁ ଆଲୋଚନା ବା ଚର୍ଚ୍ଚା ହେଉଛି ତାହାକୁ ଦୃଢ଼ଭାବରେ ଖଣ୍ଡନ କରିବା ସହ ଅଭିଯୋଗକୁ ଅଶ୍ୱୀକାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ମୋଦିଙ୍କ ପକ୍ଷ ନେଇ ଶାହ କହିଛନ୍ତି ଯେ, ମୁଁ ତାଙ୍କ ସହ ଦୀର୍ଘ ଦିନ ଧରି ମିଶି ଆସିଛି।  କିନ୍ତୁ ମୋଦିଙ୍କ ଭଳି ଶ୍ରୋତା ଦେଖି ନାହିଁ ବୋଲି ଅମିତ ଶାହ କହିଛନ୍ତି। ଆମ ବିରୋଧରେ ଯେଉଁ ସବୁ ଅଭଯୋଗ ଆସୁଛି ତାହା ଭିତ୍ତିହୀନ। ମୁଁ ମୋଦିଙ୍କ ଭଳି ଜଣେ ଶ୍ରୋତା ଦେଖି ନାହିଁ।  ସଂସଦ ଟିଭିକୁ ସାକ୍ଷାତକାର ଦେଇ ଶାହ ଏକଥା କହିଛନ୍ତି।

ଯଦି କୌଣସି ବିଷୟରେ ଆଲୋଚନା ହୁଏ ତେବେ ମୋଦି କୁହନ୍ତି କମ ଏବଂ  ଶୁଣନ୍ତି ଅଧିକ ଏବଂ ଅତି ଧର୍ଯ୍ୟର ସହ ଶୁଣିବା ପରେ ସେ ନିଷ୍ପତ୍ତି ନିଅନ୍ତି ବୋଲି ଅମିତ ଶାହ କହିଛନ୍ତି।  ମୋଦି ସମସ୍ତଙ୍କ ପରାମର୍ଶକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ନିଷ୍ପତ୍ତି ଲଦି ଦେବା ନେଇ ଯେଉଁ ଅଭିଯୋଗ ଆସିଛି ତାହା ସତ୍ୟ ନୁହେଁ।

ଯିଏ ତାଙ୍କ ସହ କାମ କରିଛି ଏବଂ  ସମାଲୋଚକମାନେ ମଧ୍ୟ ଏଥିରେ ସହମତ ହେବେ। ଏମିତିକି କ୍ୟାବିନେଟ କେବେ ଏଭଳି ଗତାନ୍ତ୍ରିକ ଆଚରଣରେ ଚାଲି ନଥିବା ତାଙ୍କ ସମାଲୋଚକମାନେ ସ୍ୱୀକାର କରିବେ।  ଆମେ ଦୁହେଁ  ଗୁଜରାଟି। ଉଭୟ ମୋଦି ଏବଂ ମୁଁ ଘନିଷ୍ଟ ଭାବେ ଦୀର୍ଘ ଦିନ ଧରି ବଜେପିରେ ଆରଏସଏସ ବିଚାରଧାରାରେ କାମ କରି ଆସିଥିବା ସେ କହିଛନ୍ତି। ସେହିପରି ଚାଷୀ ଆନ୍ଦୋଳନନକୁ ନେଇ ଅମିତ ଶହା ମୋଦିଙ୍କ ସପକ୍ଷରେ ମତ ରଖିଥିଲେ। ଗତ ବର୍ଷ ପ୍ରବର୍ତ୍ତିତ ଆଇନକୁ କାର୍ଯ୍ୟକାରୀ କରାଯିବ  ଏବଂ କୃଷକମାନଙ୍କ ବିକାଶ ପାଇଁ ମୋଦି ସରକାର ଚେଷ୍ଟିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଦେଶର ୧୧ କୋଟି ଚାଷୀଙ୍କୁ ବର୍ଷକୁ ୬,୦୦୦ ଟଙ୍କା ପ୍ରଦାନ କରଯାଉଛି।  ବର୍ଷକ ମଧ୍ୟରେ ୧.୫ ଲକ୍ଷ କୋଟି ଟଙ୍କା ଚାଷୀଙ୍କୁ ଦିଆଗଲାଣି ବୋଲି ଶାହ କହିଛନ୍ତି । ୟୁପିଏ ସରକାର ୬୦,୦୦୦ ଟଙ୍କାର ଋଣ ଛାଡ଼ କରିଥିଲା। କିନ୍ତୁ ଏହି ଟଙ୍କା ବ୍ୟାଙ୍କକୁ  ଫେରି ଆସିଥିଲା।  ଚାଷୀମାନେ ଟଙ୍କାଟିଏ ବି ଲାଭ ପାଇ ନଥିଲେ। ଏବେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁଟଙ୍କା ଯାଉଛି। ତେଣୁ କୃଷକମାନେ ଆଉ ଋଣ କରୁନାହାନ୍ତି ବୋଲି ସେ କହିଛନ୍ତି। ଆଭରେଜ ଜମି ୧.୫ ଏକର ଉପଲବ୍ଧ ଥିବା କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ବର୍ଷକୁ ୬୦୦୦ ଟଙ୍କା ଯାଉଛି। ଚାଷୀମାନେ  ଆଉ ଋଣ କରୁନାହାନ୍ତି ବୋଲି ଶାହ କହିଛନ୍ତି।

Related story