ଭିନ୍ନଭିନ୍ନ ଟିକାର ଡୋଜ୍‌ ନେଲେ ବି ନିରାପଦ: ନୀତି ଆୟୋଗ ସଦସ୍ୟ ଭିକେ ପଲ

ନୂଆଦିଲ୍ଲୀ: ଅନେକ ସମୟରେ ଲୋକଙ୍କୁ ଭୁଲବଶତଃ ଦେଶରେ ଭିନ୍ନଭିନ୍ନ ଟିକାର ଦୁଇଟି ଡୋଜ୍‌ ଦିଆଯାଉଥିବା ଅଭିଯୋଗ ଆସୁଛି। ନିକଟରେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଡୋଜ୍‌ ଦିଆଯାଇଥିଲା। ଏହାପରେ ୨୦ ଜଣ ଲୋକଙ୍କୁ ମିକ୍ସ ଡୋଜ୍‌ ଟିକା ଦିଆଯାଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ବିବାଦ ଉପୁଜିବାରୁ ଆଜି କେନ୍ଦ୍ର ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି କଥା କହିଛନ୍ତି। ଯଦି ଜଣେ ଦୁଇଟି ଟିକାର ଭିନ୍ନଭିନ୍ନ ଡୋଜ୍‌ ନେଉଛନ୍ତି, ତା’ହେଲେ […]

VK-paul

Hemant Lenka
  • Published: Thursday, 27 May 2021
  • , Updated: 27 May 2021, 06:40 PM IST

ନୂଆଦିଲ୍ଲୀ: ଅନେକ ସମୟରେ ଲୋକଙ୍କୁ ଭୁଲବଶତଃ ଦେଶରେ ଭିନ୍ନଭିନ୍ନ ଟିକାର ଦୁଇଟି ଡୋଜ୍‌ ଦିଆଯାଉଥିବା ଅଭିଯୋଗ ଆସୁଛି। ନିକଟରେ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଡୋଜ୍‌ ଦିଆଯାଇଥିଲା। ଏହାପରେ ୨୦ ଜଣ ଲୋକଙ୍କୁ ମିକ୍ସ ଡୋଜ୍‌ ଟିକା ଦିଆଯାଇଥିବା ଜଣାପଡ଼ିଥିଲା।

ଏହାକୁ ନେଇ ବିବାଦ ଉପୁଜିବାରୁ ଆଜି କେନ୍ଦ୍ର ସରକାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି କଥା କହିଛନ୍ତି। ଯଦି ଜଣେ ଦୁଇଟି ଟିକାର ଭିନ୍ନଭିନ୍ନ ଡୋଜ୍‌ ନେଉଛନ୍ତି, ତା’ହେଲେ ଏହା ଚିନ୍ତାଜନକ ନୁହେଁ। ଏହା ନିରାପଦ ବୋଲି ନୀତି ଆୟୋଗ ସଦସ୍ୟ ତଥା କେନ୍ଦ୍ର ସରକାରଙ୍କ ଟିକା ପରିଚାଳନା କମିଟିରେ ଥିବା ଭିକେ ପଲ କହିଛନ୍ତି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ପ୍ରଦେଶରେ ଭିନ୍ନଭିନ୍ନ ଟିକାର ଡବଲ ଡୋଜ୍‌ ଲୋକଙ୍କୁ ଦିଆଯାଇଥିବାକଥା ଉଠିଥିଲା। ଏହା ଉପରେ ସେ କହିଛନ୍ତି, “ଗୋଟିଏ କମ୍ପାନୀ ଟିକାର ଡବଲ ଡୋଜ୍‌ ଜଣେ ବ୍ୟକ୍ତି ନେଇପାରିବେ। ଏହା ଆମର ପ୍ରୋଟକଲ। ଉତ୍ତର ପ୍ରଦେଶରେ ଘଟିଥିବା ଘଟଣାର ତଦନ୍ତ ହେବ। ଯଦି ବି ଏମିତି ଘଟିଛି, ତା’ହେଲେ ବି ଏହା ଆଦୌ ଚିନ୍ତାର ବିଷୟ ନୁହେଁ।

ପ୍ରୋଟକଲ ଅନୁଯାୟୀ, ଜଣେ ବ୍ୟକ୍ତି ଯେଉଁ କମ୍ପାନୀର ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି, ତାଙ୍କୁ ସେହି କମ୍ପାନୀର ଦ୍ୱିତୀୟ ଡୋଜ୍‌ ଟିକା ଦେବା ଉଚିତ। ଯଦି କୌଣସି ଘଟଣାକ୍ରମରେ କେହି ବି ଦୁଇଟି କମ୍ପାନୀର ଦୁଇଟି ଭିନ୍ନ ଡୋଜ୍‌ ଟିକା ନେଉଛନ୍ତି, ତା’ହେଲେ ଏଥିପାଇଁ ଚିନ୍ତା କରିବା କଥା ନୁହେଁ। ଏହା ନିରାପଦ। ଆମେ ବର୍ତ୍ତମାନ ଟିକାକୁ ମିକ୍ସିଂ ଓ ମ୍ୟାଚ୍‌ କରିବାକୁ ଟ୍ରାଏଲ ଆରମ୍ଭ ଦିଗରେ ଚିନ୍ତା କରୁଛୁ। ଏହା ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯିବ।”


ଏହାକୁ ନେଇ ସୋଶାଲ ମିଡିଆରେ ଝଡ଼ ହୋଇଛି। ଅନେକ ଏହାକୁ ଟିକାର କକଟେଲ ବୋଲି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଅନ୍ୟପକ୍ଷରେ ଦେଶର କରୋନା ସ୍ଥିତି ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଛି। ଆମେ ଯଦି ପର୍ଯ୍ୟାୟକ୍ରମେ ସମୟ ଅନୁସାରେ କଟକଣା ହଟାଇବା, ତା’ହେଲେ ମଧ୍ୟ ଏଭଳି ସ୍ଥିତି ବଳବତ୍ତର ରହିବ। ଏଥିସହ ଜୁଲାଇ ମାସରୁ ଆମେରିକୀୟ କମ୍ପାନୀ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ଭାରତ ଆସିପାରେ ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି।

ସେ କହିଛନ୍ତି, ଆମେ ଫାଇଜର ସହ ଟିକା ପାଇଁ ଆଲୋଚନା ଜାରି ରଖିଛୁ। ସେମାନଙ୍କ ପାଖରେ ଟିକା ରହିଥିବା କଥା ସେମାନେ ଜଣାଇଛନ୍ତି। ଆମେ ଟିକା ଆଣିବାକୁ ଚିନ୍ତା କରୁଛୁ। ହେଲେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଫାଇଜର ଆମଠାରୁ କ’ଣ ଓ ଆମେ ଫାଇଜରଠାରୁ କ’ଣ ଆଶା କରୁଛୁ, ସେ ବିଷୟରେ ଆଲୋଚନା ଚାଲିଛି। ଭାରତ ସରକାରଙ୍କୁ ଟିକା ଦେବା ପୂର୍ବରୁ କମ୍ପାନୀ ପ୍ରଥମେ ଲାଇସେନ୍ସ ପାଇଁ ଆବେଦନ କରିବ। ଏହାପରେ ଆମେ ଏହା ଉପରେ ବିଚାର କରି ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

Related story