ପ୍ରଫେଟ ମହମ୍ମଦ ବିରୋଧୀ ମନ୍ତବ୍ୟ ପାଇଁ ଗୁରୁଦ୍ୱାରରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଆଇଏସ୍‌ଆଇଏସ୍‌

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର କର୍ତେ ପରୱାନ ଗୁରୁଦ୍ୱାରରେ ଶନିବାର ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠ ଆଇଏସ୍‌ଆଇଏସ୍‌ ନିଜକୁ ଦାୟୀ କରିଛି। ପ୍ରଫେଟ୍ ମହମ୍ମଦଙ୍କୁ ଅପମାନିତ କରାଯାଇଥିବା ବେଳେ ଏହା ତା’ର ପ୍ରତିଶୋଧ ବୋଲି ଆଇଏସ୍‌ଆଇଏସ୍ ପକ୍ଷରୁ କୁହାଯାଇଛି। ଆଇଏସ୍‌ଆଇଏସ୍ ପକ୍ଷରୁ କୁହାଯାଇଛି ଯେ ଗତକାଲି ହିନ୍ଦୁ ଓ ଶିଖ୍ ମାନଙ୍କୁ ଟାର୍ଗେଟ୍ କରାଯାଇଥିଲା। ତା’ସହିତ ସେମାନଙ୍କୁ ସୁରକ୍ଷା ଯୋଉଥିବା […]

Afghan

Jitendra Garnayak
  • Published: Sunday, 19 June 2022
  • , Updated: 19 June 2022, 12:41 PM IST

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର କର୍ତେ ପରୱାନ ଗୁରୁଦ୍ୱାରରେ ଶନିବାର ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠ ଆଇଏସ୍‌ଆଇଏସ୍‌ ନିଜକୁ ଦାୟୀ କରିଛି। ପ୍ରଫେଟ୍ ମହମ୍ମଦଙ୍କୁ ଅପମାନିତ କରାଯାଇଥିବା ବେଳେ ଏହା ତା’ର ପ୍ରତିଶୋଧ ବୋଲି ଆଇଏସ୍‌ଆଇଏସ୍ ପକ୍ଷରୁ କୁହାଯାଇଛି।

ଆଇଏସ୍‌ଆଇଏସ୍ ପକ୍ଷରୁ କୁହାଯାଇଛି ଯେ ଗତକାଲି ହିନ୍ଦୁ ଓ ଶିଖ୍ ମାନଙ୍କୁ ଟାର୍ଗେଟ୍ କରାଯାଇଥିଲା। ତା’ସହିତ ସେମାନଙ୍କୁ ସୁରକ୍ଷା ଯୋଉଥିବା ଲୋକଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା।

ଆଇଏସ୍‌ଆଇଏସ୍‌ର ଜଣେ ଆତଙ୍କୀ ସୁରକ୍ଷା କର୍ମଚାରୀଙ୍କୁ ମାରି ଗୁରୁଦ୍ୱାର ଭିତରେ ପଶିଥିଲା ଏବଂ ଆଖିବୁଜା ଗୁଳିମାଡ଼ କରିଥିଲା। ତା’ସହିତ ସେ ହ୍ୟାଣ୍ଡ ଗ୍ରେନେଡ୍ ଫୋପାଡ଼ି ଥିଲା।

ତାଲିବାନୀମାନେ ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ଏଠାରେ ବିସ୍ଫୋରଣ ଆଦି କମିଛି। କିନ୍ତୁ ଅନେକ ସମୟରେ ଏଠାରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି। ସେଥିରୁ ଅନେକ ଆଇଏସ୍‌ଆଇଏସ୍ କରିଥିବା ଦାବି କରିଛି।

୨୦୨୦ ମାର୍ଚ୍ଚ ମାସରେ କାବୁଲର ଅନ୍ୟ ଏକ ଗୁରୁଦ୍ୱାରରେ ଆତଙ୍କୀମାନେ ହମଲା କରିଥିଲେ। ଏଥିରେ ୨୫ ଜଣଙ୍କ ଜୀବନ ଯାଇଥିଲା। ଏହା ବି ଆଇଏସ୍‌ଆଇ ଭିଆଇ ଥିଲା ବୋଲି କହିଥିଲା।

Related story