ନୂଆଦିଲ୍ଲୀ: ଚୀନ୍ ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସିଧାସଳଖ ସୋନିଆ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନକାଳରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ରିଲିଫ୍ ଫଣ୍ଡ (ପିଏମ୍ଏନ୍ଆର୍ଏଫ୍)ରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ (ଆର୍ଜିଏଫ୍)କୁ ଅର୍ଥ ଦାନ କରାଯାଇଥିଲା।
ସେ ଟ୍ୱିଟ୍ କରି ଲେଖିଛନ୍ତି, ସଂକଟ ସମୟରେ ଲୋକଙ୍କୁ ସହାୟତା କରିବାକୁ ପିଏମ୍ଏନ୍ଆର୍ଏଫ୍ ଗଠନ କରାଯାଇଛି। କିନ୍ତୁ ୟୁପିଏ ଶାସନ କାଳରେ ଏହି ପାଣ୍ଠିରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍କୁ ଅର୍ଥ ଦାନ କରାଯାଇଥିଲା।
ଶ୍ରୀ ନଡ୍ଡା ଆହୁରି ଲେଖିଛନ୍ତି- କିଏ ପିଏମ୍ଏନ୍ଆର୍ଏଫ୍ ବୋର୍ଡରେ ବସୁଥିଲେ? ଶ୍ରୀମତୀ ସୋନିଆ ଗାନ୍ଧୀ। କିଏ ଆର୍ଜିଏଫ୍ର ଅଧ୍ୟକ୍ଷ ? ଶ୍ରୀମତୀ ସୋନିଆ ଗାନ୍ଧୀ।
PMNRF, meant to help people in distress, was donating money to Rajiv Gandhi Foundation in UPA years.
Who sat on the PMNRF board? Smt. Sonia Gandhi
Who chairs RGF? Smt. Sonia Gandhi.
Totally reprehensible, disregarding ethics, processes and not bothering about transparency. pic.twitter.com/tttDP4S6bY
— Jagat Prakash Nadda (@JPNadda) June 26, 2020
ସେ ଲେଖିଛନ୍ତି, ନିଜ ଦେଶର ନାଗରିକମାନଙ୍କୁ ସହାୟତା କରିବାକୁ ଭାରତବାସୀ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ପିଏମ୍ଏନ୍ଆର୍ଏଫ୍କୁ ଦାନ କରନ୍ତି। ଲୋକଙ୍କ ଅର୍ଥକୁ ଏକ ପରିବାର ଦ୍ୱାରା ପରିଚାଳିତ ଫାଉଣ୍ଡେସନ୍କୁ ଦେବା କେବଳ ଠକେଇ ନୁହେଁ, ଏହା ଭାରତର ଲୋକଙ୍କୁ ବଡ଼ ଧୋକା ମଧ୍ୟ।
One family’s hunger for wealth has cost the nation immensely. If only they have devoted their energies towards more constructive agenda.
The Congress’ Imperial Dynasty needs to apologise to the unchecked loot for self-gains!
— Jagat Prakash Nadda (@JPNadda) June 26, 2020
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଲେଖିଛନ୍ତି, ଗୋଟିଏ ପରିବାରର ସଂପତ୍ତି ଲୋଭ ଯୋଗୁ ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।