ସୋନିଆଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ନଡ୍ଡା; ଆର୍‌ଜିଏଫ୍‌କୁ ଯାଉଥିଲା ପିଏମ୍‌ଏନ୍‌ଆର୍‌ଏଫ୍‌ ଅର୍ଥ

ନୂଆଦିଲ୍ଲୀ: ଚୀନ୍‌ ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସିଧାସଳଖ ସୋନିଆ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନକାଳରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ରିଲିଫ୍ ଫଣ୍ଡ (ପିଏମ୍‌ଏନ୍‌ଆର୍‌ଏଫ୍‌)ରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ (ଆର୍‌ଜିଏଫ୍‌)କୁ ଅର୍ଥ ଦାନ କରାଯାଇଥିଲା। ସେ ଟ୍ୱିଟ୍ କରି ଲେଖିଛନ୍ତି, ସଂକଟ ସମୟରେ ଲୋକଙ୍କୁ ସହାୟତା କରିବାକୁ ପିଏମ୍‌ଏନ୍‌ଆର୍‌ଏଫ୍‌ ଗଠନ କରାଯାଇଛି। କିନ୍ତୁ ୟୁପିଏ ଶାସନ କାଳରେ ଏହି […]

sonia

Jitendra Garnayak
  • Published: Friday, 26 June 2020
  • , Updated: 26 June 2020, 12:37 PM IST

ନୂଆଦିଲ୍ଲୀ: ଚୀନ୍‌ ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଘେରୁଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସିଧାସଳଖ ସୋନିଆ ଗାନ୍ଧୀଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନକାଳରେ ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ରିଲିଫ୍ ଫଣ୍ଡ (ପିଏମ୍‌ଏନ୍‌ଆର୍‌ଏଫ୍‌)ରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌ (ଆର୍‌ଜିଏଫ୍‌)କୁ ଅର୍ଥ ଦାନ କରାଯାଇଥିଲା।

ସେ ଟ୍ୱିଟ୍ କରି ଲେଖିଛନ୍ତି, ସଂକଟ ସମୟରେ ଲୋକଙ୍କୁ ସହାୟତା କରିବାକୁ ପିଏମ୍‌ଏନ୍‌ଆର୍‌ଏଫ୍‌ ଗଠନ କରାଯାଇଛି। କିନ୍ତୁ ୟୁପିଏ ଶାସନ କାଳରେ ଏହି ପାଣ୍ଠିରୁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍‌କୁ ଅର୍ଥ ଦାନ କରାଯାଇଥିଲା।

ଶ୍ରୀ ନଡ୍ଡା ଆହୁରି ଲେଖିଛନ୍ତି- କିଏ ପିଏମ୍‌ଏନ୍‌ଆର୍‌ଏଫ୍‌ ବୋର୍ଡରେ ବସୁଥିଲେ? ଶ୍ରୀମତୀ ସୋନିଆ ଗାନ୍ଧୀ। କିଏ ଆର୍‌ଜିଏଫ୍‌ର ଅଧ୍ୟକ୍ଷ ? ଶ୍ରୀମତୀ ସୋନିଆ ଗାନ୍ଧୀ।


ସେ ଲେଖିଛନ୍ତି, ନିଜ ଦେଶର ନାଗରିକମାନଙ୍କୁ ସହାୟତା କରିବାକୁ ଭାରତବାସୀ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ପିଏମ୍‌ଏନ୍‌ଆର୍‌ଏଫ୍‌କୁ ଦାନ କରନ୍ତି। ଲୋକଙ୍କ ଅର୍ଥକୁ ଏକ ପରିବାର ଦ୍ୱାରା ପରିଚାଳିତ ଫାଉଣ୍ଡେସନ୍‌କୁ ଦେବା କେବଳ ଠକେଇ ନୁହେଁ, ଏହା ଭାରତର ଲୋକଙ୍କୁ ବଡ଼ ଧୋକା ମଧ୍ୟ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଲେଖିଛନ୍ତି, ଗୋଟିଏ ପରିବାରର ସଂପତ୍ତି ଲୋଭ ଯୋଗୁ ଦେଶକୁ ବହୁ ମୂଲ୍ୟ ଦେବାକୁ ପଡ଼ିଛି।

Related story