କୋର୍ଟର ଦ୍ୱାରସ୍ଥ ହେବେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିବାରେ ଲଗାଛି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୧୫ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ଚାର୍ଜଶିଟ୍‌ ଦାଖଲ କରିଥିଲା। ଏବେ ଏହି ଚାର୍ଜଶିଟ୍‌ ବିରୋଧରେ ଜ୍ୟାକ୍‌ଲିନ୍‌ କୋର୍ଟର ଦ୍ୱାରସ୍ଥ ହେବେ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଜ୍ୟାକଲିନ୍‌ଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି ଯେ, ସେ ଇଡି କିମ୍ବା କୋର୍ଟରୁ କୌଣସି ସରକାରୀ […]

jacqueline-fernandez

Madhupriya Mistry
  • Published: Thursday, 18 August 2022
  • , Updated: 18 August 2022, 06:59 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିବାରେ ଲଗାଛି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୧୫ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ଚାର୍ଜଶିଟ୍‌ ଦାଖଲ କରିଥିଲା। ଏବେ ଏହି ଚାର୍ଜଶିଟ୍‌ ବିରୋଧରେ ଜ୍ୟାକ୍‌ଲିନ୍‌ କୋର୍ଟର ଦ୍ୱାରସ୍ଥ ହେବେ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ଜ୍ୟାକଲିନ୍‌ଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି ଯେ, ସେ ଇଡି କିମ୍ବା କୋର୍ଟରୁ କୌଣସି ସରକାରୀ ସୂଚନା ପାଇନାହାଁନ୍ତି। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଅଭିଯୋଗର କୌଣସି କପି ପାଇନାହାଁନ୍ତି। ତଥାପି ଗୁରୁବାର, ଅର୍ଥାତ୍ ଆଜି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟର ଏକ କପି ମାଗିବା ପାଇଁ ପଟିଆଲା କୋର୍ଟକୁ ଯିବେ। ଜ୍ୟାକଲିନଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି। ତାଙ୍କୁ ଫସାଇବା ପାଇଁ ଯୋଜନା କରାଯାଉଥିବା ତାଙ୍କ ଓକିଲ କହିଛନ୍ତି।

ଓକିଲଙ୍କ କହିବା ମୁତାବକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗର ଏକ ସାର୍ଟିଫିକେଟ୍‌ର କପି ପାଇଁ ସେ ଆବେଦନ କରିବେ। ଏହା ଅଭିଯୁକ୍ତର ଅଧିକାର। ଏଥିସହିତ ଜ୍ୟାକଲିନଙ୍କ ବିଦେଶ ଯାତ୍ରା ଅନୁମତି ପାଇଁ ଆବେଦନ ଆସନ୍ତାକାଲି ଦିଲ୍ଲୀର ସ୍ୱତନ୍ତ୍ର PMLA କୋର୍ଟରେ ତାଲିକାଭୁକ୍ତ ହୋଇଛି। ଏହି ଆବେଦନ ପ୍ରାୟ ୧୫ ଦିନ ପୂର୍ବରୁ ଦାଖଲ କରାଯାଇଥିଲା। ଜ୍ୟାକଲିନଙ୍କୁ ସମନ ଏବଂ ସେ ହାଜର ହେବା ପାଇଁ ଏକ ତାରିଖ ସ୍ଥିର କରିବା ଲାଗି ଆମେ ମାନ୍ୟବର କୋର୍ଟରେ ଆବେଦନ କରିବୁ ବୋଲି ତାଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି।

ସୂଚନାଯୋଗ୍ୟ ଯେ ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନେକ ଥର ପଚରାଉଚରା କରିସାରିଛି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଲଗାତାର ସମ୍ପର୍କରେ ଥିବା ନେଇ ତାଙ୍କ ନାଁରେ ଅଭିଯୋଗ ରହିଛି। ଏଥିସହିତ ସୁକେଶ ଠକେଇ ଟଙ୍କାରେ ଜ୍ୟାକଲିନ୍‌ଙ୍କୁ ଦାମୀ ଗିଫ୍ଟ ମଧ୍ୟ ଦେଇଛନ୍ତି। କେବଳ ସେତିକି ନୁହେଁ ଜ୍ୟାକ୍‌ଲିନ୍‌ଙ୍କ ଆକାଉଣ୍ଟଙ୍କୁ କୋଟି କୋଟି ଟଙ୍କା ମଧ୍ୟ ଟ୍ରାନ୍ସଫର କରିଥିବା ଇଡି ଅଭିଯୋଗ କରିଛି।

Related story