ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟ ହ୍ୟାକ, ଆରମ୍ଭ ହେଲା ତଦନ୍ତ

ନୂଆଦିଲ୍ଲୀ: ଅଜଣା ସାଇବର ଆଟାକରମାନେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ କିଛି ସମୟ ପାଇଁ ହ୍ୟାକ କରି ନେଇଥିବା ଖବର ସାମ୍ନାକୁ ଗତ ସପ୍ତାହରେ ଏମ୍ସର ଦିଲ୍ଲୀ ସର୍ଭର ହ୍ୟାକ କରାଯାଇଥିବା ବେଳେ ଆଜି ମନ୍ତ୍ରଣାଳୟର ଟ୍ୱିଟ ଆକାଉଣ୍ଟ ସହ ସମାନ ଘଟଣା ଘଟିଛି। ସରକାରୀ ସଂସ୍ଥା ଉପରେ ସାଇବର ଆଟାକ ହେଉଥିବାରୁ ସମସ୍ତ ଚିନ୍ତା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ହିଁ ମନ୍ତ୍ରଣାଳୟର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। […]

cyber-attack

  • Published: Thursday, 01 December 2022
  • , Updated: 01 December 2022, 12:27 PM IST

ନୂଆଦିଲ୍ଲୀ: ଅଜଣା ସାଇବର ଆଟାକରମାନେ ଆଜି ଜଳଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟକୁ କିଛି ସମୟ ପାଇଁ ହ୍ୟାକ କରି ନେଇଥିବା ଖବର ସାମ୍ନାକୁ ଗତ ସପ୍ତାହରେ ଏମ୍ସର ଦିଲ୍ଲୀ ସର୍ଭର ହ୍ୟାକ କରାଯାଇଥିବା ବେଳେ ଆଜି ମନ୍ତ୍ରଣାଳୟର ଟ୍ୱିଟ ଆକାଉଣ୍ଟ ସହ ସମାନ ଘଟଣା ଘଟିଛି। ସରକାରୀ ସଂସ୍ଥା ଉପରେ ସାଇବର ଆଟାକ ହେଉଥିବାରୁ ସମସ୍ତ ଚିନ୍ତା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ହିଁ ମନ୍ତ୍ରଣାଳୟର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା। ଏହାପରେ କିଛି ସନ୍ଦେହଜନକ ବିଷୟବସ୍ତକୁ ମନ୍ତ୍ରଣାଳୟ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। କ୍ରିପ୍ଟୋ ସଂସ୍ଥା ସୁଇ ୱାଲେଟର ପ୍ରଚାର କରି ଭୋର ୫.୩୮ରେ ଗୋଟିଏ ପୋଷ୍ଟ ଆକାଉଣ୍ଟରୁ କରାଯାଇଥିଲା।

ଆକାଉଣ୍ଟର ପ୍ରୋଫାଇଲ ପିକଚରରେ ପୂର୍ବରୁ ଭାରତର ପତାକା ରହିଥିଲା। କିନ୍ତୁ ଆଜି ସକାଳୁ ସୁଇ ଲୋଗୋ ମଧ୍ୟ ଲାଗିଥିଲା। ସେହିପରି କଭର ପିକଚରରେ ମଧ୍ୟ ସୁଇର ଫଟୋ ଓ ଲୋଗ ଦେଖିବାକୁ ମିଳିଥିଲା।


ଏଥିସହ ବିଭିନ୍ନ ଅଜଣା ଆକାଉଣ୍ଟକୁ ମନ୍ତ୍ରଣାଳୟର ଟ୍ୱିଟର ଆକାଉଣ୍ଟରୁ ଟ୍ୟାଗ ମଧ୍ୟ କରାଯାଇଥିଲା। ତେବେ କିଛି ସମୟ ପରେ ସବୁ କିଛି ଡିଲିଟ ହୋଇଥିଲା ଓ ଏହାପୁଣି ସ୍ୱାଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଏବେ ସୁରକ୍ଷା ଏଜେନ୍ସି ଓ ସାଇବର ବିଶେଷଜ୍ଞମାନେ ଘଟଣାର ତଦନ୍ତ ଆରମ୍ଭ କରଛନ୍ତି।

ଏହାପୂର୍ବରୁ ଏମ୍ସ ସର୍ଭର ହ୍ୟାକ କରି ଟଙ୍କା ମାଗଯାଇଥିଲା।

Related story