କାଉଡ଼ିଆଙ୍କୁ ଦଳିଦେଲା ଜିପ୍‌, ଜଣେ ମୃତ

ଲକ୍ଷ୍ନୌ: କାଉଡିଆଙ୍କ ପାଇଁ କାଳ ସାଜିଛି ଶ୍ରାବଣ ମାସ। ପ୍ରତିଦିନ କାଉଡିଆଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଉତ୍ତରପ୍ରଦେଶରେ କାଉଡିଆଙ୍କ ମୃତ୍ୟୁ ମାମଲା ଥମିବାର ନାଁ ଧରୁନି। ଆଜି ସକାଳୁ ଏଟା ଜିଲ୍ଲାର ରିଜୋର ଅଞ୍ଚଳରେ ଜିପ୍‌ ଧକ୍କାରେ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଦୁଇ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା ମୁତାବକ, ଆଜି ଭୋରୁ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର କିଛି ଲୋକେ ବାପା ଅସ୍ଥି ବିସର୍ଜନ ପାଇଁ ଜିପ୍‌ରେ ଉତ୍ତରପ୍ରଦେଶ ଆଡକୁ […]

kanwariyas

Madhupriya Mistry
  • Published: Monday, 01 August 2022
  • , Updated: 01 August 2022, 03:25 PM IST

ଲକ୍ଷ୍ନୌ: କାଉଡିଆଙ୍କ ପାଇଁ କାଳ ସାଜିଛି ଶ୍ରାବଣ ମାସ। ପ୍ରତିଦିନ କାଉଡିଆଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଉତ୍ତରପ୍ରଦେଶରେ କାଉଡିଆଙ୍କ ମୃତ୍ୟୁ ମାମଲା ଥମିବାର ନାଁ ଧରୁନି। ଆଜି ସକାଳୁ ଏଟା ଜିଲ୍ଲାର ରିଜୋର ଅଞ୍ଚଳରେ ଜିପ୍‌ ଧକ୍କାରେ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଦୁଇ ଜଣ ଆହତ ହୋଇଛନ୍ତି।

ପୁଲିସ ସୂଚନା ମୁତାବକ, ଆଜି ଭୋରୁ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର କିଛି ଲୋକେ ବାପା ଅସ୍ଥି ବିସର୍ଜନ ପାଇଁ ଜିପ୍‌ରେ ଉତ୍ତରପ୍ରଦେଶ ଆଡକୁ ଯାଉଥିଲେ। ଏହି ସମୟରେ ଶିକୋହାବାଦ ରୋଡ ସ୍ଥିତ ଚାରିଛକଠାରେ ତାଙ୍କ ଜିମ୍‌ ବାଇକରେ ଯାଉଥିବା ତିନି କାଉଡିଆଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବିନୟ ନାମକ ୨୨ ବର୍ଷିୟ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ମେଡିକାଲ କଲେଜ ଓ ପରେ ଆଗ୍ରା ହାୟର୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।

https://twitter.com/Etahpolice/status/1553966314762674176?s=20&t=NGrofsTtnBfVEaCo189Hyw

ରବିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ କୁୁଚବିହାରରେ ମଧ୍ୟ ବଡ ଦୁର୍ଘଟଣା ଘଟିଥିଲା। ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ପ୍ରାୟ ୩୦ କାଉଡ଼ିଆ ଜଳପେଶସ୍ଥିତ ଶିବମନ୍ଦିର ଯାଉଥିବା ବେଳେ ଭ୍ୟାନ୍‌ରେ କରେଣ୍ଟ ସଂଯୋଗ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୧୦ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଗୁରୁତର ହୋଇଥିଲେ। ସମସ୍ତଙ୍କ ଆତହଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଫେରାର ଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Related story