ଲଙ୍କାଗୁଣ୍ଡ ଫିଙ୍ଗି ୨ କୋଟିର ଅଳଙ୍କାର ଲୁଟି ନେଲେ ନକଲି ପୁଲିସ

ନୂଆଦିଲ୍ଲୀ: ପୁଲିସ ବେଶରେ ଆସି କଳାକନା ବୁଲାଇଲେ। ନକଲି ପୁଲିସ ସାଜି ଲୁଟିନେଲେ ୨ କୋଟିର ସୁନା ଅଳଙ୍କାର। କର୍ମଚାରୀଙ୍କୁ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟ୍‌ କଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ। ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏହି ଲୁଟ୍‌ ଘଟଣା ଘଟିଛି। କିଛି ଦୁର୍ବୃତ୍ତ ନକଲି ପୁଳିସ ବେଶରେ ଆସି କୋରିୟର୍‌ କର୍ମଚାରୀଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ପାଖାପାଖି ୨ କୋଟି ଟଙ୍କାର […]

Police

Madhupriya Mistry
  • Published: Wednesday, 31 August 2022
  • , Updated: 31 August 2022, 04:06 PM IST

ନୂଆଦିଲ୍ଲୀ: ପୁଲିସ ବେଶରେ ଆସି କଳାକନା ବୁଲାଇଲେ। ନକଲି ପୁଲିସ ସାଜି ଲୁଟିନେଲେ ୨ କୋଟିର ସୁନା ଅଳଙ୍କାର। କର୍ମଚାରୀଙ୍କୁ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟ୍‌ କଲେ ଦୁର୍ବୃତ୍ତ। ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ।

ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏହି ଲୁଟ୍‌ ଘଟଣା ଘଟିଛି। କିଛି ଦୁର୍ବୃତ୍ତ ନକଲି ପୁଳିସ ବେଶରେ ଆସି କୋରିୟର୍‌ କର୍ମଚାରୀଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ପାଖାପାଖି ୨ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଖୁବଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୁଲିସ।

କୁହାଯାଉଛି ଯେ, ଏହି ଅଳଙ୍କାର ଗୁଡିକୁ କୋରିୟର କମ୍ପାନୀର କର୍ମଚାରୀମାନେ ଚଣ୍ଡିଗଡରୁ ଲୁଧିଆନା ପଠାଇବାର ଥିଲା। ଏଥିପାଇଁ କମ୍ପାନୀର କର୍ମଚାରୀମାନେ ଦୁଇଟି ବ୍ୟାଗ୍‌ରେ ଅଳଙ୍କାର ଭର୍ତ୍ତି କରି ଲୁଧିଆନା ଅଭିମୁଖେ ବାହାରିଥିଲେ। ତେବେ ଅଧବାଟରେ ହଠାତ୍‌ ଚେକିଂ ଆଳରେ ତାଙ୍କୁ ପୁଲିସ ବେଶରେ କିଛି ଦୁର୍ବୃତ୍ତ ଅଟକାଇ ଥିଲେ। ଏହାପରେ କର୍ମଚାରୀଙ୍କ ପଛପଟୁ ଆଉ କିଛି ଦୁର୍ବୃତ୍ତ ଆସି ହଠାତ୍‌ ସେମାନଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ବ୍ୟାଗ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ଅଳଙ୍କାରର ଦାମ୍‌ ୨ କୋଟି ହେବ ବୋଲି କୁହାଯାଉଛି।

Related story