ଆଉ ଜଣେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ରାଞ୍ଚି: କରୋନା ପରେ ଏବେ ଦେଶରେ ଆତଙ୍କ ଖେଳାଇବାକୁ ଲାଗିଲାଣି ମଙ୍କିପକ୍ସ ଭାଇରସ। କେରଳ, ତାମିଲନାଡୁ ଓ ଦିଲ୍ଲୀ ପରେ ଏବେ ଝାଡଖଣ୍ଡର ଦେଓଘରରେ ମଧ୍ୟ ଜଣେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପୂରାପୁରି ଆଲର୍ଟ ମୁଡ୍‌ ଆସିଯାଇଛି। ଦେଓଘର ଡେପୁଟି […]

monkeypox

Madhupriya Mistry
  • Published: Monday, 01 August 2022
  • , Updated: 01 August 2022, 12:45 PM IST

ରାଞ୍ଚି: କରୋନା ପରେ ଏବେ ଦେଶରେ ଆତଙ୍କ ଖେଳାଇବାକୁ ଲାଗିଲାଣି ମଙ୍କିପକ୍ସ ଭାଇରସ। କେରଳ, ତାମିଲନାଡୁ ଓ ଦିଲ୍ଲୀ ପରେ ଏବେ ଝାଡଖଣ୍ଡର ଦେଓଘରରେ ମଧ୍ୟ ଜଣେ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ତେବେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି ନା ନାହିଁ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପୂରାପୁରି ଆଲର୍ଟ ମୁଡ୍‌ ଆସିଯାଇଛି।

ଦେଓଘର ଡେପୁଟି କମିଶନର ମଞ୍ଜୁ ନାଥ ଭଜୟନ୍ତ୍ରି କହିଛନ୍ତି ଯେ ପୂର୍ବରୁ ହିଁ ମଙ୍କିପକ୍ସକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଦେଓଘରକୁ ଆସୁଥିବା ରେଳ ଯାତ୍ରୀ ଏବଂ ବିମାନରେ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। ଅନୁସନ୍ଧାନ ବେଳେ ମଙ୍କିପକ୍ସର ଜଣେ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରାଯାଇଛି, ଯାହାର ନମୂନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

ଭଜୟନ୍ତ୍ରି ଆହୁରି କହିଛନ୍ତି ଯେ କରୋନା କାରଣରୁ ଦୁଇ ବର୍ଷ ଧରି ବିଶ୍ୱ ପ୍ରସିଦ୍ଧ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବାବା ବୈଦ୍ୟନାଥ ଧାମରେ ​​ରାଜକୀୟ ଶ୍ରାବଣୀ ମେଳା ଅନୁଷ୍ଠିତ ହୋଇନଥିଲା। ଚଳିତ ବର୍ଷ ଏହି ମେଳାର ଆୟୋଜନ କରାଯାଇଛି। ବହୁ ସଂଖ୍ୟକ ଭକ୍ତ ବାବାଙ୍କୁ ଜଳ ଚଢ଼ାଇବା ପାଇଁ ପହଞ୍ଚୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚାରିଆଡେ କଡା ଚେକିଂ ଚାଲିଛି।

ସୂଚନା ମୁତାବକ, ମଙ୍କିପକ୍ସରେ ସଂକ୍ରମିତ ହୋଇ କେରଳର ଜଣେ ୨୨ ବର୍ଷିୟ ଯୁବକଙ୍କ ଜୁଲାଇ ୩୦ରେ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ସେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ନେଇ ସନ୍ଦେହ କରାଯାଉଥିଲା ତେବେ ତାଙ୍କ ମୃତ୍ୟୁ ପରେ ଏହା ନିଶ୍ଚିତ ହୋଇଥିଲା। ସଂଯୁକ୍ତ ଆରବ ଏମିରେଟ୍ସରେ ଯୁବକଟି ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ସରକାରୀ ରୂପେ ମଙ୍କିପକ୍ସ ଭୂତାଣୁ ଯୋଗୁ ହିଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସେପଟେ ଦେଶରେ ଦିନକୁ ଦିନ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି। ବର୍ତ୍ତମାନ ସୁଦ୍ଧା କେରଳ, ତାମିଲନାଡୁ ଏବଂ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତଙ୍କ ଚିହ୍ନଟ ହୋଇସାରିଛନ୍ତି। କେରଳରେ ମଙ୍କିପକ୍ସର ତିନୋଟି ମାମଲା ଦେଖିବାକୁ ମିଳିଛି। ଜୁଲାଇ ୧୪ରେ କେରଳରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଏହାର ଚାରି ଦିନ ପରେ, ଜୁଲାଇ ୧୮ରେ, ଦ୍ୱିତୀୟ ମାମଲା ନିଶ୍ଚିତ ହେଲା, ତା’ପରେ ଜୁଲାଇ ୨୨ରେ, ତୃତୀୟ ମାମଲା ସାମ୍ନାକୁ ଆଥିସିଲା। ସମସ୍ତ ତିନୋଟି ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ରେକର୍ଡ କରାଯାଇଥିଲା। ଏହି ସମସ୍ତ ତିନି ରୋଗୀ ୟୁଏଇରୁ ଫେରିଥିଲେ। ଏମାନେ ସେଠାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।

Related story