କରୋନା ପଞ୍ଝାରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପତ୍ନୀ, ଝିଅ, ବୋହୂ

ପାଟନା: କରୋନା କବଳରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ। ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ତଥା ହମ୍‌ ଦଳର ମୁଖ୍ୟ ଜିତନରାମ ମାଞ୍ଝି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ବ୍ୟତୀତ ତାଙ୍କୁ ସ୍ତ୍ରୀ, ଝିଅ, ବୋହୂ ଏବଂ ଘରର ଦୁଇ ଜଣ ଷ୍ଟାଫ୍‌ଙ୍କ ସମେତ ୧୮ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ୧୮ ଜଣଙ୍କ ମଧ୍ୟରେ ଜିତନରାମ ମାଞ୍ଝିଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ସାମିଲ ଅଛନ୍ତି। ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୂରା ପରିବାର ଏବେ କରୋନା ଜାଲରେ […]

jitan-ram-manjhi

Madhupriya Mistry
  • Published: Monday, 03 January 2022
  • , Updated: 03 January 2022, 04:49 PM IST

ପାଟନା: କରୋନା କବଳରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ। ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ତଥା ହମ୍‌ ଦଳର ମୁଖ୍ୟ ଜିତନରାମ ମାଞ୍ଝି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ବ୍ୟତୀତ ତାଙ୍କୁ ସ୍ତ୍ରୀ, ଝିଅ, ବୋହୂ ଏବଂ ଘରର ଦୁଇ ଜଣ ଷ୍ଟାଫ୍‌ଙ୍କ ସମେତ ୧୮ ସୁରକ୍ଷାକର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ୧୮ ଜଣଙ୍କ ମଧ୍ୟରେ ଜିତନରାମ ମାଞ୍ଝିଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ସାମିଲ ଅଛନ୍ତି। ବିହାରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୂରା ପରିବାର ଏବେ କରୋନା ଜାଲରେ ପଡିଛି।

ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦରବାରରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହବା ପରେ ଆତଙ୍କ ଖେଳିଯାଇଥିଲା। ସୋମାବର ମୁଖ୍ୟମନ୍ତ୍ରୀ ଜନ ଶୁଣାଣି ଶିବିରରେ ସାମିଲ ହୋଇଥିଲେ। ଯେଉଁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସେମାନେ ସାସାରାମରୁ ଆସିଥିଲା। ଜନ ଶୁଣାଣି ଶିବିରକୁ ଯିବା ପୂର୍ବରୁ ଏମାନଙ୍କ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା।

ବିହାରରେ ଏବେ ଦିନକୁ ଦିନ କରୋନା ମାମଲାରେ ବଢ଼ିବାରେ ଲାଗିଛି। ରବିବାର ବିହାରରେ ୩୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ପାଟନା ଜିଲ୍ଲାରୁ ସର୍ବାଧିକ ୧୪୨ ମାମଲା ସାମ୍ନାକୁ ଆସିଥିଲା। ରାଜ୍ୟରେ ଏବେ ୧୦୭୪ଟି କରୋନା ଆକ୍ଟିଭ କେସ୍‌ ରହିଛି।

Related story