ଇସ୍ତଫା ଦେଲେ ଜମ୍ମୁ-କଶ୍ମୀର କ୍ୟାଡର ଆଇପିଏସ ଅଫିସର ବସନ୍ତ ରଥ, ଲଢ଼ିବେ ନିର୍ବାଚନ

ଜମ୍ମୁ: ଚାକିରି ଛାଡ଼ିଲେ ଓଡ଼ିଆ ଆଇପିଏସ ଅଫିସର। ନିଲମ୍ବିତ ହୋଇଥିବା ଆଇପିଏସ ଅଫିସର ବସନ୍ତ ରଥ ରବିବାର ଚାକିରିରୁ ଇସ୍ତଫା ଦେଇଛନ୍ତି। ଜମ୍ମୁ-କଶ୍ମୀର କ୍ୟାଡର ଆଇପିଏସ ଅଫିସର ବସନ୍ତ ଏନେଇ ସେ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ଏବେ ସେ ସିଧାସଳଖ ରାଜନୀତି କରିବେ ବୋଲି ତାଙ୍କ ଘୋଷଣାରେ ଇସାରା ଦେଇଛନ୍ତି। ତେବେ ବସନ୍ତ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ସ୍ପଷ୍ଟ କରିନଥିଲେ ମଧ୍ୟ ସେ କଶ୍ମୀରିରୁ  ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଗୃହ ବିଭାଗରେ […]

basant-2

Tapas Behera
  • Published: Sunday, 26 June 2022
  • , Updated: 26 June 2022, 05:45 PM IST

ଜମ୍ମୁ: ଚାକିରି ଛାଡ଼ିଲେ ଓଡ଼ିଆ ଆଇପିଏସ ଅଫିସର। ନିଲମ୍ବିତ ହୋଇଥିବା ଆଇପିଏସ ଅଫିସର ବସନ୍ତ ରଥ ରବିବାର ଚାକିରିରୁ ଇସ୍ତଫା ଦେଇଛନ୍ତି। ଜମ୍ମୁ-କଶ୍ମୀର କ୍ୟାଡର ଆଇପିଏସ ଅଫିସର ବସନ୍ତ ଏନେଇ ସେ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ଏବେ ସେ ସିଧାସଳଖ ରାଜନୀତି କରିବେ ବୋଲି ତାଙ୍କ ଘୋଷଣାରେ ଇସାରା ଦେଇଛନ୍ତି। ତେବେ ବସନ୍ତ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ସ୍ପଷ୍ଟ କରିନଥିଲେ ମଧ୍ୟ ସେ କଶ୍ମୀରିରୁ  ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ଗୃହ ବିଭାଗରେ ଇନ୍ସପେକ୍ଟର ଜେନରାଲ ଅଫ ପୁଲିସ ରାଙ୍କ(ଆଇଜିପି) ରେ ଥିବା ବସନ୍ତ କେନ୍ଦ୍ରଶାସିତ ଜମ୍ମୁ କଶ୍ମୀରିର  ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ଇସ୍ତଫାପତ୍ର ଦେଇଛନ୍ତି।  ନିର୍ବାଚନ ରାଜନୀତିରେ ସାମିଲ ପାଇଁ ସେ ଚାକିରିରୁ ଇସ୍ତଫା ଦେବା ପାଇଁ ମୁଁ ଇଚ୍ଛା ପ୍ରକାଶ କରିଥିଲି । ତେଣୁ ମୋ ଇସ୍ତଫା ପତ୍ରକୁ ବିନମ୍ରତାର ସହ ଗ୍ରହଣ କରିବାକୁ ବସନ୍ତ ନିବେଦନ କରିଛନ୍ତି।  ବସନ୍ତ ସ୍ୱେଚ୍ଛାକୃତ ଇସ୍ତଫା ପାଇଁ ନିବେଦନ କରିଛନ୍ତି । ୨୦୨୦ରେ

ଜମ୍ମୁ କଶ୍ମୀରରେ କାର୍ଯ୍ୟରତ ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥଙ୍କୁ ନିଲମ୍ୱନ କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। କ୍ରମାଗତ ବିଶୃଙ୍ଖଳା ଆଚରଣ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିଲା । ଫେବୃଆରି ୯, ୨୦୧୮ରେ ବସନ୍ତ ରଥ ଜମ୍ମୁ-କାଶ୍ମୀରରେ ଟ୍ରାଫିକ୍‌ ଆଇଜି ଭାବରେ ନିଯୁକ୍ତ ହୋଇଥିଲେ। ଦାୟିତ୍ୱ ସମ୍ଭାଳିବା ପରେ ସେ ନିଜେ ରାସ୍ତାକୁ ଓହ୍ଲାଇ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲେ। ଥରେ ଏକ ପୋଲିସ୍‌ ଗାଡ଼ି ବିନା ନମ୍ବର ପ୍ଲେଟ୍‌ରେ ଚାଲୁଥିବାରୁ ରଥ ସେହି ଗାଡ଼ିକୁ ସିଜ୍‌ କରିବା ସହିତ ଜରିମାନା ମଧ୍ୟ ଲଗାଇଥିଲେ।

ଯେଉଁ ପୁଲିସ୍‌ କର୍ମୀମାନେ ଭଲ କାର୍ଯ୍ୟ କରୁଥିଲେ ସେମାନଙ୍କୁ ସେ ପ୍ରଶଂସା କରୁଥିଲେ। ପିଲାମାନଙ୍କୁ ଚକୋଲେଟ୍‌ ବାଣ୍ଟି ଟ୍ରାଫିକ୍‌ର ନିୟମ ମଧ୍ୟ ଶିଖାଉଥିଲେ । ତାଙ୍କର ଏହି ଭିନ୍ନ ଧରଣର କାର୍ଯ୍ୟ ଶୈଳୀକୁ ଲୋକେ ଫଟୋ ଓ ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ୁଥିଲେ। ଅନେକ ଲୋକ ତାଙ୍କୁ ସିଂଘମ ଓ ଦବଙ୍ଗ ସହିତ ତୁଳନା ମଧ୍ୟ କରୁଥିଲେ। ତାଙ୍କ ସପକ୍ଷରେ ସ୍ଳୋଗାନ ଓ ନାରାବାଜି ମଧ୍ୟ କରୁଥିଲେ।

Related story