ବିଭ୍ରାନ୍ତିକର ତଥ୍ୟ ପାଇଁ ମାମଲା ରୁଜୁ, ଗିରଫ ହେବେ କି କମଲନାଥ?

ନୂଆଦିଲ୍ଲୀ: କରୋନା ଭାଇରସକୁ ଇଣ୍ଡିଆନ୍ ଭେରିଆଣ୍ଟ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଏଭଳି ମନ୍ତବ୍ୟ ଦେଇ କମଲନାଥ ବିବାଦୀୟ ପରିସ୍ଥିତିକୁ ଉସକାଉଛନ୍ତି ବୋଲି ଅଭିଯୋଗ ରହିଛି। ତେଣୁ ତାଙ୍କ ବିରୋଧରେ ଧାରା ୧୮୮ ଏବଂ ୫୪ ଆଧାରରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ସେହିପରି ମଧ୍ୟପ୍ରଦେଶରେ କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେରୁ ଅଧିକ ରହିଥିବା ବେଳେ ରାଜ୍ୟ ସରକାର ଭୁଲ୍ ସଂଖ୍ୟା ଦେଖାଉଛନ୍ତି ବୋଲି କମଲନାଥ କହିଥିଲେ। ଏହାକୁ ନେଇ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ […]

kamalnath

Subhransu Sekhar
  • Published: Sunday, 23 May 2021
  • , Updated: 23 May 2021, 09:22 PM IST

ନୂଆଦିଲ୍ଲୀ: କରୋନା ଭାଇରସକୁ ଇଣ୍ଡିଆନ୍ ଭେରିଆଣ୍ଟ କହି ଅଡୁଆରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ଏଭଳି ମନ୍ତବ୍ୟ ଦେଇ କମଲନାଥ ବିବାଦୀୟ ପରିସ୍ଥିତିକୁ ଉସକାଉଛନ୍ତି ବୋଲି ଅଭିଯୋଗ ରହିଛି। ତେଣୁ ତାଙ୍କ ବିରୋଧରେ ଧାରା ୧୮୮ ଏବଂ ୫୪ ଆଧାରରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ସେହିପରି ମଧ୍ୟପ୍ରଦେଶରେ କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେରୁ ଅଧିକ ରହିଥିବା ବେଳେ ରାଜ୍ୟ ସରକାର ଭୁଲ୍ ସଂଖ୍ୟା ଦେଖାଉଛନ୍ତି ବୋଲି କମଲନାଥ କହିଥିଲେ। ଏହାକୁ ନେଇ ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଥିଲେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି କମଲନାଥ। ଯଦି ପ୍ରମାଣ କରିଦେବେ ତାହାଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

ଶୁକ୍ରବାର ଭରଚୁଆଲ ମୋଡରେ ବୈଠକ କରୁଥିବା ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସରକାରକୁ ଟାର୍ଗେଟ କରିବାକୁ ଯାଇ କହିଥିଲେ ଇଣ୍ଡିଆନ୍ ଭେରିଆଣ୍ଟ ଚାରିଆଡେ ବ୍ୟାପିଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଭେରିଆଣ୍ଟକୁ ଡରୁଛନ୍ତି। ସେହିପରି ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ କମଲନାଥ କହିଥିଲେ ମେରା ଭାରତ ମହାନ କହିବା ବଦଳରେ ମୋ ଭାରତକୁ କୋଭିଡ ହୋଇଯାଇଛି ବୋଲି କହିବା ଦରକାର। ସରକାର କୋଭିଡର ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ବୋଲି ମଧ୍ୟ କହିଥିଲେ। ସେହିପରି ଭାରତ ଏବେ ବ୍ଲାକ ଫଙ୍ଗସର ରାଜଧାନୀ ପାଲଟିଛି ବୋଲି କମଲନାଥ କହିଥିଲେ।

https://twitter.com/ANI/status/1396483846342778880?s=20

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଭାରତରେ ବିକଶିତ ହୋଇଥିବା ଭେରିଆଣ୍ଟକୁ B.1.617 କୁହାଯିବ। ଇଣ୍ଡିଆନ୍ ଭେରିଆଣ୍ଟ ନୁହେଁ। କୌଣସି ଦେଶ ନାଁରେ ଭେରିଆଣ୍ଟ ନାମକାରଣ କରାଯାଇନି।

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ କମଲନାଥଙ୍କୁ ସମାଲୋଚନା କରୁଥିଲେ। ଦେଶକୁ ବଦନାମ କରିବା ପାଇଁ ଏଭଳି ଶବ୍ଦ ବ୍ୟବହାର କଣ ବ୍ୟବହାର କରିବା ନିହାତି ଦରକାର ବୋଲି ସେ ପ୍ରଶ୍ନ କରିଥିଲେ।

Related story