ବିଜେପି ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛି: କମଲନାଥ

ଭୋପାଳ: ବିଜେପି ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ। କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ମଧ୍ୟପ୍ରଦେଶର ଶିବରାଜ ସିଂ ସରକାର। ରାଜ୍ୟରେ କରୋନାରେ ସଂକ୍ରମିତ ହୋଇ ଏକ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ହେଲେ ସରକାର ଅସଲ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏବେର ଶିବରାଜ ସିଂ ସରକାର ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଏହାପରେ ଶାସକ ଦଳର ନେତା ତଥା ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କମଲନାଥଙ୍କୁ ପାଲଟା ଜବାବ ଦେଇଛନ୍ତି। […]

kamal-nath

Subhransu Sekhar
  • Published: Friday, 21 May 2021
  • , Updated: 21 May 2021, 08:19 PM IST

ଭୋପାଳ: ବିଜେପି ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ। କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି ମଧ୍ୟପ୍ରଦେଶର ଶିବରାଜ ସିଂ ସରକାର। ରାଜ୍ୟରେ କରୋନାରେ ସଂକ୍ରମିତ ହୋଇ ଏକ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ହେଲେ ସରକାର ଅସଲ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏବେର ଶିବରାଜ ସିଂ ସରକାର ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ଏହାପରେ ଶାସକ ଦଳର ନେତା ତଥା ରାଜ୍ୟର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କମଲନାଥଙ୍କୁ ପାଲଟା ଜବାବ ଦେଇଛନ୍ତି। କମଲନାଥ ଯେଉଁ ଅଭିଯୋଗ କରୁଛନ୍ତି ତାର ପ୍ରମାଣ ସରକାରଙ୍କୁ ଦେବା ଦରକାର ବୋଲି ନରୋତ୍ତନ କହିଛନ୍ତି।

ଶ୍ରୀଯୁକ୍ତ ମିଶ୍ର କହିଛନ୍ତି ଯେ କମଲ ନାଥ ଏହି ପ୍ରସଙ୍ଗରେ ମିଥ୍ୟା ଅଭିଯୋଗ ଆଣି ଅନ୍ତର୍ଜାତୀୟ ସ୍ତରରେ ଦେଶ ତଥା ରାଜ୍ୟକୁ ବଦନାମ କରିବାକୁ ଚାହୁଁଛନ୍ତି। ଏଭଳି କାମ କରି ଦେଶ ବିରୋଧୀ କାର୍ଯ୍ୟକଳାପ ବୋଲି ସେ କହିଛନ୍ତି। ଯଦି କମଲ ନାଥଙ୍କ ପାଖରେ କୌଣସି ପ୍ରମାଣ ଅଛି ତେବେ ସେ ଏହାକୁ ସରକାରଙ୍କ ଆଗରେ ରଖିବା ଉଚିତ୍ ନଚେତ୍ ସେ ନିଜ ପଦରୁ ଇସ୍ତଫା ଦେବା ଦରକାର। ଆଉ ଯଦି କଂଗ୍ରେସ ନେତା ପ୍ରମାଣ କରିଦେବେ ଯେ ମଧ୍ୟପ୍ରଦେଶରେ କରୋନା  ଯୋଗୁଁ ଏକ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି, ତାହେଲେ ସେ ଇସ୍ତଫା ଦେଇଦେବେ।

ଆଜି ମଧ୍ୟପ୍ରଦେଶ କଂଗ୍ରେସର ମୁଖ୍ୟ କମଲନାଥ ଦାବି କରିଥିଲେ ଯେ ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ କରୋନା ଯୋଗୁଁ ରାଜ୍ୟରେ ଏକ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ତିମ ସଂସ୍କାର ହେଉଥିବା ସ୍ଥାନ ଗୁଡ଼ିକରେ ହେଉଥିବା ଶବ ଦାହ ସଂଖ୍ୟାକୁ ଦେଖିବା ପରେ  କମଲନାଥ କହିଥିଲେ ଯେ  ଶିବରାଜ ସିଂ ଚୌହାନ ସରକାର ରାଜ୍ୟରେ କରୋନାର ପ୍ରକୃତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲରେ ରାଜ୍ୟରେ ମୋଟ ୧,୨୭,୫୦୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧,୦୨,୦୦୨ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

ହେଲେ ଗୁରୁବାର ରାଜ୍ୟ ସରକାରଙ୍କ ହେଲଥ ବୁଲେଟିନ୍ ଅନୁଯାୟୀ, ରାଜ୍ୟରେ କରୋନା ସଂକ୍ରମଣରେ ଏଯାବତ ୭,୩୧୫ ଜଣଙ୍କର ମୃତ୍ୟୁ ଘଟିଛି।

Related story