କଙ୍ଗନାଙ୍କୁ ଘେରିଗଲେ କୃଷକ, କହିଲେ କ୍ଷମା ମାଗ

ଚଣ୍ଡିଗଡ଼: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଘେରିଗଲେ ଚାଷୀ ଓ କ୍ଷମା ମାଗିବାକୁ କହିଲେ। ଶୁକ୍ରବାର ପଞ୍ଜାବର କିରତପୁରରେ ଚଣ୍ଡିଗଡ଼-ଉନା ରାଜପଥରେ ଘଟିଛି ଏହି ଘଟଣା। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଧଳା କାରରେ ଯାଉଥିବା କଙ୍ଗନାଙ୍କୁ ବହୁ ସଂଖ୍ୟକ ଚାଷୀ ଘେରି ଯାଇଥିଲେ। ସେମାନେ ହାତରେ ପତାକା ଧରିଥିଲେ। ସେମାନେ କଙ୍ଗନାଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ପୁଲିସ୍‌ ଚାଷୀମାନଙ୍କୁ ସେଠାରୁ ତଡ଼ିଥିଲା। କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏ ସଂପର୍କରେ […]

Kangana Ranaut

Jitendra Garnayak
  • Published: Friday, 03 December 2021
  • , Updated: 03 December 2021, 05:34 PM IST

ଚଣ୍ଡିଗଡ଼: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଘେରିଗଲେ ଚାଷୀ ଓ କ୍ଷମା ମାଗିବାକୁ କହିଲେ। ଶୁକ୍ରବାର ପଞ୍ଜାବର କିରତପୁରରେ ଚଣ୍ଡିଗଡ଼-ଉନା ରାଜପଥରେ ଘଟିଛି ଏହି ଘଟଣା।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଧଳା କାରରେ ଯାଉଥିବା କଙ୍ଗନାଙ୍କୁ ବହୁ ସଂଖ୍ୟକ ଚାଷୀ ଘେରି ଯାଇଥିଲେ। ସେମାନେ ହାତରେ ପତାକା ଧରିଥିଲେ। ସେମାନେ କଙ୍ଗନାଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ। ପୁଲିସ୍‌ ଚାଷୀମାନଙ୍କୁ ସେଠାରୁ ତଡ଼ିଥିଲା।

କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ତାଙ୍କୁ ଲୋକେ ଘେରି ଯାଇଥିଲେ। ସେମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏମିତିକି ମାରି ଦେବାକୁ ଧମକ ଦେଇଥିଲେ। ସୁରକ୍ଷାକର୍ମଚାରୀ ନଥିଲେ ତାଙ୍କର କ’ଣ ହୋଇଥା’ନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି ଲେଖିଛନ୍ତି, ଏଠାରେ ସ୍ଥିତି ଅବିଶ୍ୱସନୀୟ ଥିଲା। ମୁଁ କ’ଣ ଜଣେ ରାଜନେତା? ଏମିତି ବ୍ୟବହାର କାହିଁକି କରାଯାଉଛି।’

କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ କଙ୍ଗନାଙ୍କ କାରକୁ ଆକ୍ରମଣ କରାଯାଇଥିବା ନେଇ ତାଙ୍କ ପାଖରେ କିଛି ସୂଚନା ନାହିଁ। ଘଟଣା ସଂପର୍କରେ ସବିଶେଷ ତଥ୍ୟ ପାଇଲା ପରେ ଯାଇ କିଛି କହିହେବ।

ମଙ୍ଗଳବାର ଅଭିନେତ୍ରୀ କଙ୍ଗନା ରଣାୱତ କହିଥିଲେ ଯେ କୃଷକଙ୍କ ଆନ୍ଦୋଳନ ନେଇ ସୋଶାଲ୍‌ ମିଡିଆରେ ସେ କରୁଥିବା ପୋଷ୍ଟକୁ ନେଇ ତାଙ୍କୁ ଧମକ ମିଳୁଛି। ଆଉ ଏନେଇ ସେ ଥାନାରେ ଏତଲା ବି ଦେଇଥିଲେ।

ବିଭିନ୍ନ ସମୟରେ କଙ୍ଗନା ରଣାୱତ କୃଷକ ଆନ୍ଦୋଳନ (୩ କୃଷି ଆଇନ୍‌ ବିରୋଧରେ ଚାଲିଥିବା ଆନ୍ଦୋଳନ) ବିପକ୍ଷରେ କଡ଼ା ଟିପ୍ପଣୀ ଦେଇଥିଲେ। ଆନ୍ଦୋଳନରେ ବସିଥିବା ହଜାର ହଜାର କୃଷକଙ୍କୁ ସେ କେବେ ଆତଙ୍କବାଦୀ, କେବେ ନକ୍ସଲବାଦୀ ଓ କେବେ ଖାଲିସ୍ତାନୀ ଆଦି ମଧ୍ୟ କହିଥିଲେ। ସୂଚନାଯୋଗ୍ୟ, କୃଷକଙ୍କ ଜୋରଦାର ବିରୋଧ ଯୋଗୁ ଶେଷରେ କେନ୍ଦ୍ର ସରକାର ତିନି କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି।

Related story