କାଲି ଆନ୍ଦୋଳନରତ ଚାଷୀ ନେତାଙ୍କୁ ଭେଟିବେ କେଜ୍ରିୱାଲ

ନୂଆଦିଲ୍ଲୀ: ପଞ୍ଜାବ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି ନିଜର ରଣନୀତି ବଦଳାଇଛି। ଏଥିପାଇଁ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତକାଲି ସାକ୍ଷାତ କରିବେ। ଚାଷୀ ନେତାମାନଙ୍କ ସହ କୃଷି ଆଇନ ସମ୍ପର୍କରେ ସେ ବିସ୍ତୃତ ଭାବେ କଥା ହେବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଦିଲ୍ଲୀ ବିଧାନସଭା ପରିସର ମଧ୍ୟରେ କେଜ୍ରିୱାଲ ଓ ଚାଷୀ ନେତାଙ୍କ ମଧ୍ୟରେ ଆଲୋଚନା ହେବ। […]

arvinda-kejrawl

Hemant Lenka
  • Published: Saturday, 20 February 2021
  • , Updated: 20 February 2021, 07:32 PM IST

ନୂଆଦିଲ୍ଲୀ: ପଞ୍ଜାବ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି ନିଜର ରଣନୀତି ବଦଳାଇଛି। ଏଥିପାଇଁ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀନେତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତକାଲି ସାକ୍ଷାତ କରିବେ। ଚାଷୀ ନେତାମାନଙ୍କ ସହ କୃଷି ଆଇନ ସମ୍ପର୍କରେ ସେ ବିସ୍ତୃତ ଭାବେ କଥା ହେବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଦିଲ୍ଲୀ ବିଧାନସଭା ପରିସର ମଧ୍ୟରେ କେଜ୍ରିୱାଲ ଓ ଚାଷୀ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟର ହଜାର ହଜାର ଚାଷୀଙ୍କ ଦାବିକୁ ପୂର୍ବରୁ ମଧ୍ୟ ଆପ୍‌ ସମର୍ଥନ କରିଥିଲା। ଏପରି କି ଚାଷୀଙ୍କ ସମସ୍ୟା ବୁଝିବାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ଆପ୍‌ ପକ୍ଷରୁ ଟାର୍ଗେଟ କରାଯାଇଥିଲା।

ତଥାପି ପଞ୍ଜାବ ପୌର ନିର୍ବାଚନରେ କ୍ଷମତାସୀନ କଂଗ୍ରେସ ୮ଟି ଯାକ ମହାନଗର ନିଗମରେ ବାଜିମାତ କରିଛି। ଏହି ଫଳାଫଳ ହିଁ ଚାଷୀଙ୍କ ଆକ୍ରୋଶକୁ ଦର୍ଶାଉଥିବା ରାଜନୀତିକ ସମୀକକ୍ଷମାନେ କହିଛନ୍ତି।

କାଳେ ଭୋଟ ବ୍ୟାଙ୍କ ପଞ୍ଜାବରେ ପ୍ରଭାବିତ ହେବ, ସେଥିପାଇଁ ନିଜେ କେଜ୍ରିୱାଲ ଚାଷୀନେତାମାନଙ୍କୁ ଭେଟିବେ ବୋଲି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Related story