ସାପ ଛାଡ଼ି ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ, ଜୀବନ ମାଟି କରିଦେଲେ କୋର୍ଟ

କୋଚି: କେରଳର ବହୁ ଚର୍ଚ୍ଚିତ ସାପ ଲଗାଇ ସ୍ତ୍ରୀକୁ ହତ୍ୟା ମାମଲାରେ ହୋଇଛି ଦଣ୍ଡାଦେଶ।  ଅଭିଯୁକ୍ତ ସ୍ୱାମୀ ସୁରଜକୁ ଡବଲ ଆଜୀବନ କାରାଦଣ୍ଡ ହୋଇଛି। ଘର ଭିତରେ ସାପ ଛାଡ଼ି ସୁରଜ ନିଜ ପତ୍ନୀ ଉଥରକୁ ହତ୍ୟା ଘଟଣାରେ ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତାସହ ୧୭ ବର୍ଷ ଅତିରିକ୍ତ ଜେଲ୍ ଦଣ୍ଡ ଶୁଣାଇଛନ୍ତି କେରଳ କୋଲମ୍ ଅତିରିକ୍ତ ସେସନ୍ କୋର୍ଟ ।  ୩୦୨ ହତ୍ୟା ମାମଲା, ୩୦୭ ହତ୍ୟା ଉଦ୍ୟମ, ୩୨୮-ବିଷ ଦେଇ ହତ୍ୟା […]

6hnm

Tapas Behera
  • Published: Wednesday, 13 October 2021
  • , Updated: 13 October 2021, 08:50 PM IST

କୋଚି: କେରଳର ବହୁ ଚର୍ଚ୍ଚିତ ସାପ ଲଗାଇ ସ୍ତ୍ରୀକୁ ହତ୍ୟା ମାମଲାରେ ହୋଇଛି ଦଣ୍ଡାଦେଶ।  ଅଭିଯୁକ୍ତ ସ୍ୱାମୀ ସୁରଜକୁ ଡବଲ ଆଜୀବନ କାରାଦଣ୍ଡ ହୋଇଛି। ଘର ଭିତରେ ସାପ ଛାଡ଼ି ସୁରଜ ନିଜ ପତ୍ନୀ ଉଥରକୁ ହତ୍ୟା ଘଟଣାରେ ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତାସହ ୧୭ ବର୍ଷ ଅତିରିକ୍ତ ଜେଲ୍ ଦଣ୍ଡ ଶୁଣାଇଛନ୍ତି କେରଳ କୋଲମ୍ ଅତିରିକ୍ତ ସେସନ୍ କୋର୍ଟ ।  ୩୦୨ ହତ୍ୟା ମାମଲା, ୩୦୭ ହତ୍ୟା ଉଦ୍ୟମ, ୩୨୮-ବିଷ ଦେଇ ହତ୍ୟା କରିବା ଏବଂ ୨୦୧-ପ୍ରମାଣ ନଷ୍ଟ କରିବା ଭଳି ଦଫା ଲଗାଇ ସ୍ୱୀମୀ ସୁରଜକୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଗତ ବର୍ଷ ମେ ମାସରେ ଘଟିଥିବା ଘଟଣାକୁ ନେଇ ସାରା ଦେଶରେ ଚହଳ ସୃଷ୍ଟି ହୋଇ ଯାଇଥିଲା। ଅଭିଯୁକ୍ତ ସ୍ୱାମୀ ନିଜ ୨୩ ବର୍ଷୀୟ ପତ୍ନୀ ଶୋଇଥିବାବେଳେ ଏକ  ସାପକୁ ତାଙ୍କ ପାଖରେ ଛାଡିଦେଇଥିଲେ। ଆଉ ସାପ କାମୁଡାରୁ ତାଙ୍କର ମୃତ୍ୟୁ ହୋଇଥିବାର ସମସ୍ତଙ୍କୁ କହିଥିଲେ। ତେବେ ପୁଲିସ ତଦନ୍ତ କରି ଏଥିରେ ସ୍ୱାମୀ ସୁରଜଙ୍କର ହାତ ଥିବା ଜାଣିବାକୁ ପାଇଥିଲା । ଆଉ ସୁରଜଙ୍କ ଗିରଫ କରି କୋର୍ଟରେ ହଜାର କରାଯାଇଥିଲା | ଯୌତୁକ ପାଇଁ ସୁରଜ ଏଭଳି କାଣ୍ଡ ଭିଆଇଥିବା କୋର୍ଟ କହିଛନ୍ତି । ବିବାହର କିଛି ଦିନ ପରେ ବୋଡା ସାପ ଦ୍ୱାରା ସ୍ତ୍ରୀକୁ ହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ପରେ ୧୦ ହଜାର ଟଙ୍କା ଦେଇ ଏକ ଅହିରାଜ ସାପକୁ କିଣି ସ୍ତ୍ରୀ ଶୋଇଥିବା ବନ୍ଦ ଘରେ ଛାଡ଼ି ଦେଇଥିଲା । ତେବେ ମାମଲାର ତଦନ୍ତ କରୁଥିବା ପୁଲିସ  ଖୋଲତାଡ଼ ପରେ ରହସ୍ୟ ଉପରୁ ପରଦା ହଟାଇଥିଲା ।

ତେବେ ସୁରଜଙ୍କୁ ଦିଆଯାଇଥିବା ଆଜୀବନ କାରାଦଣ୍ଡକୁ ନେଇ ତାଙ୍କ ପତ୍ନୀ ଉଥରାଙ୍କ ପରିବାର ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ପରିବାର କହିଛନ୍ତି ଯେ ସୁରଜଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ଏବଂ ସେମାନେ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯିବେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ଏହା ହେଉଛି ଏକ ବିରଳ ହତ୍ୟାକାଣ୍ଡ ମାମଲା।  କିନ୍ତୁ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କ ବୟସକୁ ବିଚାର କରି ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ନାହିଁ।

Related story