ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଦ ହଜାଇଦେବ ବୋଲି ଧମକ ଦେଲା ଖଲିସ୍ତାନୀ ଗ୍ରୁପ୍‌

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ଗ୍ରୁପ୍‌ ଶିଖ ଫର ଜଷ୍ଟିସ(ଏସଏଫଜେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଧମକ ଦେଇଛି। ମୋଦି କ୍ୱାଡ ସମ୍ମିଳନୀ ପାଇଁ ଆମେରିକା ଯିବାକୁ ଥିବା ବେଳେ ସେଠାରେ ସଂଗଠନ ତାଙ୍କ ନିଦ ହଜାଇ ଦେବ ବୋଲି ଚେତାବନୀ ଦେଇଛି। ମୋଦି କ୍ୱାଡ ଓ ୟୁଏନଜିଏର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ପ୍ରଥମଥର ଆମେରିକା ଗସ୍ତ କରିବେ। ଏହି ସମୟରେ ଗ୍ରୁପ୍‌ ପକ୍ଷରୁ ତାଙ୍କୁ ବିରୋଧ କରାଯିବ। ସେହିପରି ହ୍ୱାଇଟ ହାଉସ ବାହାରେ ବିକ୍ଷୋଭ କରି […]

Modi1

Hemant Lenka
  • Published: Thursday, 16 September 2021
  • , Updated: 16 September 2021, 06:15 PM IST

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ଗ୍ରୁପ୍‌ ଶିଖ ଫର ଜଷ୍ଟିସ(ଏସଏଫଜେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଧମକ ଦେଇଛି। ମୋଦି କ୍ୱାଡ ସମ୍ମିଳନୀ ପାଇଁ ଆମେରିକା ଯିବାକୁ ଥିବା ବେଳେ ସେଠାରେ ସଂଗଠନ ତାଙ୍କ ନିଦ ହଜାଇ ଦେବ ବୋଲି ଚେତାବନୀ ଦେଇଛି। ମୋଦି କ୍ୱାଡ ଓ ୟୁଏନଜିଏର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ପ୍ରଥମଥର ଆମେରିକା ଗସ୍ତ କରିବେ।

ଏହି ସମୟରେ ଗ୍ରୁପ୍‌ ପକ୍ଷରୁ ତାଙ୍କୁ ବିରୋଧ କରାଯିବ। ସେହିପରି ହ୍ୱାଇଟ ହାଉସ ବାହାରେ ବିକ୍ଷୋଭ କରି ମୋଦିଙ୍କୁ ରାତିରେ ଶୋଇବାକୁ ଦିଆଯିବନାହିଁ ବୋଲି ଗ୍ରୁପ୍‌ ପକ୍ଷରୁ କୁହାଯାଇଛି।

କୃଷି ଆଇନ ବିରୋଧରେ ଭାରତରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ଉପରେ ସରକାର ଅତ୍ୟାଚାର କରୁଥିବାରୁ ଏହାର ବଦଲା ନେବାକୁ ଏସ୍‌ଏଫଜେ ବିକ୍ଷୋଭ କରିବ ବୋଲି କହିଛି। ଏସଏଫଜେର ଗୁରପତୱାନ୍ତ ସିଂହ ପନ୍ନୁ କହିଛନ୍ତି, ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନିଦ୍ରା ରହି ରାତି କାଟିବାକୁ ପଡ଼ିବ। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

ଶିଖ ଫର ଜଷ୍ଟିସ ସଂଗଠନକୁ ଭାରତ ବିରୋଧୀ କାର୍ଯ୍ୟ ପାଇଁ ୟୁଏପିଏ ଜରିଆରେ ବ୍ୟାନ କରାଯାଇଛି। ୨୦୧୯ ଜୁଲାଇ ୧୦ ତାରିଖରେ ଏପରି ପଦକ୍ଷେପ ନିଆଯାଇଥିଲା। କିଛି ତଥା କଥିତ ଶିଖ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହାୟତାରେ ଏମାନେ ନିଜର ଏଜେଣ୍ଡା ଚଳାଇ ଥାଆନ୍ତି।

ବିବାଦୀୟ କଣ୍ଟେଣ୍ଟ ମଧ୍ୟ ଗ୍ରୁପ୍ ପକ୍ଷରୁ ପୋଷ୍ଟ କରାଯିବାର ନଜିର ରହିଛି। ଏବେ ଚାଷୀଙ୍କୁ ଢାଲ କରି ସଂଗଠନ ମୋଦିଙ୍କୁ ବିରୋଧ କରିବ ବୋଲି କହିଛି। ତେବେ ଚାଷୀ ଆନ୍ଦୋଳନ ସହ ସଂଗଠନର କୌଣସି ସମ୍ପର୍କ ନଥିବା ଭାରତରେ ଆନ୍ଦୋଳନ କରୁଥିବା କୃଷକ ନେତାମାନେ ବାରମ୍ବାର କହି ସାରିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୪ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କ୍ୱାଡ ନେତାଙ୍କ ସମ୍ମିଳନୀର ଆୟୋଜନ ୱାଶିଂଟନରେ କରୁଛନ୍ତି। ଏଥିରେ ମୋଦିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଯୋଗଦେବେ। ପ୍ରଥମଥର ପାଇଁ ଇନ୍ ପର୍ସନ କ୍ୱାଡ ବୈଠକ ହେବ। ଏହାପୂର୍ବରୁ ଭିଡିଓ କନଫରେନ୍ସିଂରେ ବାଇଡେନ କ୍ୱାଡର ଆୟୋଜନ କରିଥିଲେ।

Related story