ୟୁପିରେ ଚାଲିଛି ‘କିଲିଂ ରାଜ୍‌’: ମମତା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଘଟଣାରେ ସେ ବିଜେପିକୁ କଠୋର ଭାବେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ସରକାର ଗଣତନ୍ତ୍ରରେ ବିଶ୍ୱାସ କରେ ନାହିଁ। ବିଜେପି ଏକ ଛତ୍ରବାଦରେ ବିଶ୍ୱାସ କରେ। ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉତ୍ତରପ୍ରଦେଶ ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ […]

Mamata1

Tapas Behera
  • Published: Monday, 04 October 2021
  • , Updated: 04 October 2021, 07:48 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଘଟଣାରେ ସେ ବିଜେପିକୁ କଠୋର ଭାବେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ସରକାର ଗଣତନ୍ତ୍ରରେ ବିଶ୍ୱାସ କରେ ନାହିଁ। ବିଜେପି ଏକ ଛତ୍ରବାଦରେ ବିଶ୍ୱାସ କରେ। ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଉତ୍ତରପ୍ରଦେଶ ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ଆନ୍ଦୋଳନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡ଼ି ମଡ଼ାଇବା ନେଇ ଉତ୍ତେଜନା ଜାରି ରହିଛି। କଂଗ୍ରେସର ପ୍ରିୟଙ୍କା ଗାନ୍ଧୀଙ୍କ ସହ ବହୁ କଂଗ୍ରେସ ନେତା ସୋମବାର ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତଙ୍କ ପରିବାରକୁ ଭେଟିବାକୁ ଚେଷ୍ଟା କରିଥିଲେ।

ସୋମବାର ସକାଳେ ଭାରତୀୟ କିସାନ ୟୁନିଅନର ନେତା ରାକେଶ ଟିକାୟତ ମଧ୍ୟ ଘଟଣାସ୍ତଳରେ ପହଞ୍ଚିଥିଲେ। ଏଥିସହ ସାମ୍ମୁଖ୍ୟ କିସାନ ମୋର୍ଚ୍ଚା ଦେଶର କୃଷକ ସଂଗଠନଗୁଡ଼ିକୁ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲା। ସକାଳ ୧୦ଟାରୁ ରାତି ଗୋଟାଏ ଯାଏ ଦେଶବ୍ୟାପି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବିକ୍ଷୋଭ କରିବାକୁ ଆହ୍ୱନ ଦିଆଯାଥିଲା।  ସେପଟେ  ଆଜି ପୁଲିସ ସହିତ ଏକ ବୈଠକ ପରେ କୃଷକମାନେ ଆନ୍ଦୋଳନ ବନ୍ଦ କରିଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ ୪୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଥିବା ବେଳେ ଆହତମାନଙ୍କୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଗାଡ଼ି ଚଢ଼ାଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

ମୃତକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ମାମଲାର ତଦନ୍ତ କରାଯିବ ବୋଲି ପୁଲିସ ଚାଷୀଙ୍କୁ ଆଶ୍ୱାସନା ଦେଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ଯିଏ ଦୋଷୀ ସେମାନଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story