ଗାଁ ଲୋକଙ୍କ ସହ ନାଚିଲେ କେନ୍ଦ୍ରମନ୍ତ୍ରୀ, ପ୍ରତିକ୍ରିୟା ରଖିଲେ ମୋଦି

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କରିଣ ରିଜିଜୁଙ୍କ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡିଓରେ ଅରୁଣାଚଳ ପ୍ରଦେଶର କାଜାଲାଙ୍ଗ ଗାଁରେ ଲୋକମାନଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଗାଁକୁ ବିକାଶମୂଳକ କାମର ସମୀକ୍ଷା କରିବାକୁ ରିଜିଜୁ ଯାଇଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଗାଁ ଲୋକଙ୍କ ସହ ତାଳରେ ତାଳ ମିଳାଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Dance

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 05:23 PM IST

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କରିଣ ରିଜିଜୁଙ୍କ ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡିଓରେ ଅରୁଣାଚଳ ପ୍ରଦେଶର କାଜାଲାଙ୍ଗ ଗାଁରେ ଲୋକମାନଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଗାଁକୁ ବିକାଶମୂଳକ କାମର ସମୀକ୍ଷା କରିବାକୁ ରିଜିଜୁ ଯାଇଥିଲେ।

ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଗାଁ ଲୋକଙ୍କ ସହ ତାଳରେ ତାଳ ମିଳାଇ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ରିଜିଜୁଙ୍କ ନାଚକୁ ପସନ୍ଦ କରିଛନ୍ତି। ଏଥିସହ ରିଜିଜୁ ଜଣେ ସଭ୍ୟ ବା ଭଲ ଡ୍ୟାନ୍ସର ବୋଲି ମୋଦି କହିଛନ୍ତି।

କାଜାଲାଙ୍ଗରେ ରିଜିଜୁ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ସାଜୋଲାଙ୍ଗ ଲୋକମାନେ ସ୍ୱାଗତ କରିଥିଲେ। ଏହି ସମୟରେ ସେମାନେ ପାରମ୍ପରିକ ନାଚ ଓ ଗୀତ ପରିବେଷଣ କରିଥିଲେ। ଗାଁ ଲୋକଙ୍କ ନାଚ ଓ ଗୀତ ଦେଖି ରିଜିଜୁ ମଧ୍ୟ ଠୁମକା ଲଗାଇଥିଲେ। ଗାଁ ଲୋକମାନେ ଏହାର ଶୁଟିଂ କରିଥିଲେ।

ରିଜିଜୁ ନିଜେ ଟ୍ୱିଟ କରି ଭିଡିଓକୁ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ବିବେକାନନ୍ଦ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ମୁଁ ସୁନ୍ଦର କାଜାଲାଙ୍ଗ ଗାଁକୁ ଯାଇଥିଲି। ଏହି ସମୟରେ ସାଜୋଲାଙ୍ଗ ଲୋକମାନେ ଖୁସିରେ ଅତିଥିଙ୍କୁ ସ୍ୱାଗତ କରିଥିଲେ। ସେମାନେ ପାରମ୍ପରି ରୀତିନୀତିରେ ନାଚ ଓ ଗୀତ ମଧ୍ୟ ପରିବେଷଣ କରିଥିଲେ। ଏଭଳି ନାଚ ଗୀତ ଅରୁଣାଚଳ ପ୍ରଦେଶରେ ସ୍ୱତନ୍ତ୍ର।”


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅନ୍ୟମାନଙ୍କ ଭଳି ରିଜିଜୁଙ୍କ ନାଚ ବେଳର ଭିଡିଓକୁ ରି-ଟ୍ୱିଟ କରିଛନ୍ତି। ସେ କହିଛନ୍ତି, “ଆମ ଆଇନମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଜଣେ ଭଲ ଡ୍ୟାନ୍ସର। ଅରୁଣାଚଳ ପ୍ରଦେଶର ଗୌରବମୟ ଓ ଜୀବନ୍ତ ଐତହ୍ୟକୁ ଦେଖି ଖୁସି ଲାଗିଲା।”

ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ୨ ଲକ୍ଷରୁ ଅଧିକ ଲୋକ ଇତିମଧ୍ୟରେ ଏହାକୁ ଦେଖି ସାରିଲେଣି।

Related story