ପଛରେ ପଡିଲେ ପଦ୍ମ ଛାଡି ସାଇକେଲରେ ବସିଥିବା ସ୍ୱାମୀ

ଲକ୍ଷ୍ନୌ: ଉତ୍ତରପ୍ରେଦଶରେ ଜାରି ରହିଛି ଭୋଟ ଗଣତି। ପ୍ରାରମ୍ଭିକ ଟ୍ରେଣ୍ଡରେ ୨୬୮ ସିଟ୍‌ରେ ଆଗୁଆ ରହିଛି ବିଜେପି। ଆଗୁକୁ ବଢ଼ି ଚାଲିଛନ୍ତି ‘ବୋଲଡୋଜର ବାବା’ ତଥା ଯୋଗୀ ଆଦିତ୍ୟ ନାଥ। ଏଥିସହ ପୁଣି ଥରେ ଉତ୍ତରପ୍ରଦେଶରେ ପଦ୍ମ ଫୁଟିବା ନେଇ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି। ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ପୁଣିଥରେ କ୍ଷମତା ଦଖଲ ଆଡକୁ ପାଦ ବଢାଉଥିବା ବେଳେ ପଦ୍ମ ଛାଡି ସାଇକେଲରେ ବସିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲାଗିଛି  ଝଟ୍‌କା। ପଛରେ ପଡିଛନ୍ତି ବିଜେପି […]

swami-prasad-maurya

Madhupriya Mistry
  • Published: Thursday, 10 March 2022
  • , Updated: 10 March 2022, 12:36 PM IST

ଲକ୍ଷ୍ନୌ: ଉତ୍ତରପ୍ରେଦଶରେ ଜାରି ରହିଛି ଭୋଟ ଗଣତି। ପ୍ରାରମ୍ଭିକ ଟ୍ରେଣ୍ଡରେ ୨୬୮ ସିଟ୍‌ରେ ଆଗୁଆ ରହିଛି ବିଜେପି। ଆଗୁକୁ ବଢ଼ି ଚାଲିଛନ୍ତି 'ବୋଲଡୋଜର ବାବା' ତଥା ଯୋଗୀ ଆଦିତ୍ୟ ନାଥ। ଏଥିସହ ପୁଣି ଥରେ ଉତ୍ତରପ୍ରଦେଶରେ ପଦ୍ମ ଫୁଟିବା ନେଇ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି। ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ପୁଣିଥରେ କ୍ଷମତା ଦଖଲ ଆଡକୁ ପାଦ ବଢାଉଥିବା ବେଳେ ପଦ୍ମ ଛାଡି ସାଇକେଲରେ ବସିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲାଗିଛି  ଝଟ୍‌କା।

ପଛରେ ପଡିଛନ୍ତି ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ। ପ୍ରାରମ୍ଭିକ ଟ୍ରେଣ୍ଡରେ ଫାଜିଲନଗର ଆସନରୁ ନିର୍ବାଚନ ଲଢୁଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯଥେଷ୍ଟ ପଛରେ ରହିଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର କୁଶୱାହାଙ୍କ ଠାରୁ ସ୍ୱାମୀ ପ୍ରସାଦ ୧୧ ହଜାର ଭୋଟରେ ପଛରେ ଥିବା ସୂଚନା ମିଳିଛି।

ଏତେ ଭୋଟ ବ୍ୟବଧାନକୁ ଡେଇଁ  ପୁଣିଥରେ କମବ୍ୟାକ୍ କରିବା ଏବେ ସ୍ୱାମୀ ପ୍ରସାଦଙ୍କ ପାଇଁ କଷ୍ଟକର ହୋଇପଡିଛି । ବିଜେପି ଛାଡି ଅଖିଳେଶଙ୍କ ହାତ ଧରିବା ପରେ ଫାଜିଲନଗରରୁ ପ୍ରାର୍ଥୀ ହୋଇଥିଲେ ସ୍ୱାମୀ ପ୍ରସାଦ। ଏହାସହ ବିଜେପିକୁ ମଧ୍ୟ କଡା ଟାର୍ଗେଟ କରିଥିଲେ। ଯେଉଁଥିପାଇଁ ଏହି ଆସନ ଉପରେ ସମସ୍ତଙ୍କର ନଜର ରହିଥିଲା। ଏହା ସବୁଠାରୁ ହଟ୍‌ସିଟ୍‌ ପାଲଟିଥିଲା।

ବିଶ୍ୱାସ କରାଯାଉଥିବା ଯେ, ବିଜେପିର ସୁରେନ୍ଦ୍ର ସିଂହ କୁଶୱାହଙ୍କୁ ସ୍ୱାମୀ ପ୍ରସାଦ କଡା ଟକ୍କର ଦେବେ। କିନ୍ତୁ ସମାଜବାଦୀ ପାର୍ଟିର ଏହି ଆଶା ଏବେ ମଉଳି ବାରେ ଲାଗିଛି। ଏହାବ୍ୟତୀତ କଂଗ୍ରେସର ସୁନୀଲ ମନୋଜ ସିଂହ ଓ ବିଏସ୍‌ପିର ଇଲିଆସ ଅଂସାରୀ ମଧ୍ୟ ଏହି ଆସନରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

Related story