ସକାଳୁ ସକାଳୁ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂକମ୍ପର ଝଟକା। ମିଆଁମାର- ଭାରତ ସୀମାରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୬.୩ ଥିଲା। ଭୂକମ୍ପର ଝଟକା ପଶ୍ଚିମବଙ୍ଗର କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି। ଏଠାରେ ଭୂକମ୍ପର ରିକ୍ଟର ସେଲର ତୀବ୍ରତା ୬.୧ ଥିବା ଜଣାପଡ଼ିଛି। ଏ ନେଇ ୟୁରୋପିଆନ୍ ମେଡିଟେରାନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର ସୂଚନା ଦେଇଛି। ୟୁରୋପିଆନ୍ ମେଡିଟେରାନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟରର ସୂଚନା ମୁତାବକ, ବାଂଲାଦେଶର ଚିଟାଗଙ୍ଗର ୧୭୫ କିଲୋମିଟର୍ ପୂର୍ବଭାଗରେ […]

Earthquake

Ranjit Kumar Jena
  • Published: Friday, 26 November 2021
  • , Updated: 26 November 2021, 08:00 AM IST

ନୂଆଦିଲ୍ଲୀ: ସକାଳୁ ସକାଳୁ ଭୂକମ୍ପର ଝଟକା। ମିଆଁମାର- ଭାରତ ସୀମାରେ ଶୁକ୍ରବାର ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୬.୩ ଥିଲା। ଭୂକମ୍ପର ଝଟକା ପଶ୍ଚିମବଙ୍ଗର କୋଲକାତା ଓ ମିଜୋରାମର ଥେନଜୋଲରେ ଅନୁଭୂତ କରାଯାଇଛି। ଏଠାରେ ଭୂକମ୍ପର ରିକ୍ଟର ସେଲର ତୀବ୍ରତା ୬.୧ ଥିବା ଜଣାପଡ଼ିଛି। ଏ ନେଇ ୟୁରୋପିଆନ୍ ମେଡିଟେରାନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର ସୂଚନା ଦେଇଛି।

ୟୁରୋପିଆନ୍ ମେଡିଟେରାନିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟରର ସୂଚନା ମୁତାବକ, ବାଂଲାଦେଶର ଚିଟାଗଙ୍ଗର ୧୭୫ କିଲୋମିଟର୍ ପୂର୍ବଭାଗରେ ୬.୩ ତୀବ୍ରତାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଆଉ ଏହି ଭୂକମ୍ପର ଝଟକା ଭାରତରେ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ମଧ୍ୟ ଅନୁଭୂତ କରାଯାଇଛି। ଏହାବ୍ୟତୀତ ଶୁକ୍ରବାର ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।

https://twitter.com/ANI/status/1464032086503800832?s=20

https://twitter.com/ANI/status/1464022770442928135?s=20

ଏଏନଆଇ ରିପୋର୍ଟ ମୁତାବକ, ଏହି ଭୂକମ୍ପରେ କାହାରିକୁ କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ନ୍ୟାଶନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ମିଜୋରାମର ଥେନଜୋଲରୁ ୭୩ କିଲୋମିଟର୍ ଦୂର ଦକ୍ଷିଣ-ପୂର୍ବରେ ସକାଳ ୫.୧୫ରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହାର ରିକ୍ଟର ସେଲର ତୀବ୍ରତା ଥିଲା।

ଏହା ପୂର୍ବରୁ ଆସାମର ରାଜଧାନୀ ଗୌହାଟୀ ସମେତ ରାଜ୍ୟର କିଛି ସ୍ଥାନରେ ଗତ ଶନିବାର ଦ୍ୱିପହରରେ ୪.୧ ତୀବ୍ରତା ଭୂକମ୍ପର ଝଟକା ଅନୁଭୂତ କରାଯାଇଥିଲା।

ପୃଥିବୀ ଭିତରେ ଥିବା ପ୍ଲେଟଗୁଡିକର ଧକ୍କା ହେଉଛି ଭୂକମ୍ପ ଘଟିବାର ମୁଖ୍ୟ କାରଣ। ପୃଥିବୀ ଭିତରେ ସାତୋଟି ପ୍ଲେଟ ଅଛି, ଯାହା କ୍ରମାଗତ ଭାବରେ ଘୂର୍ଣ୍ଣନ କରିଥାଏ। ଯେତେବେଳେ ଏହି ପ୍ଲେଟଗୁଡିକ କୌଣସି ସ୍ଥାନରେ ଧକ୍କା ହୁଏ, ସେଠାରେ ଏକ ତ୍ରୁଟି ରେଖା ଜୋନ୍ ସୃଷ୍ଟି ହୁଏ ଏବଂ ଏହାଦ୍ୱାରା ଭୂପୃଷ୍ଠର କୋଣଗୁଡ଼ିକ ମୋଡ଼ି ହୋଇଯାଏ। ଭୂପୃଷ୍ଠର କୋଣଗୁଡ଼ିକର ମୋଡ଼ି ହେବା ଯୋଗୁ ସେଠାରେ ଚାପ ସୃଷ୍ଟି ହୋଇଥାଏ ଏବଂ ପ୍ଲେଟଗୁଡିକ ଭାଙ୍ଗିବା ଆରମ୍ଭ କରିଥାଏ। ପ୍ଲେଟଗୁଡିକ ଭାଙ୍ଗିବା ହେତୁ ଭିତରର ଶକ୍ତି ବାହାରକୁ ଆସିବା ପାଇଁ ବାଟ ଖୋଜିଥାଏ, ଯେଉଁ କାରଣରୁ ପୃଥିବୀ ଥରିବାରେ ଲାଗେ ଏବଂ ଏହାକୁ ଭୂକମ୍ପ କୁହାଯାଏ।

Related story