ନଭେମ୍ବର ୧୫ପରେ ରାସ୍ତାରେ ଆପଣ ଆଉ ଝୁଣ୍ଟି ପଡ଼ିବେନି !

ଲକ୍ଷ୍ନୌ: ସେ ରାଜପଥ ହେଉ କି ସାଧାରଣ ପକ୍କା ରାସ୍ତା। ଯେତେ ପିଚୁ ଓ ପକ୍କା ସଡ଼କ ହେଲେ ମଧ୍ୟ ଆମ ଦେଶରେ ଏମିତି କୌଣସି ସଡ଼କ ନାହିଁ ଖାଲଖମା ନଥିବା। ଆପଣ ନିତିଦିନିଆ ଚାଲୁଥିବା ପକ୍କା ସଡ଼କରେ କେତେ ଖାଲଖମା ଓ ଆବୁଡ଼ା ଖାବୁଡ଼ାର ସମ୍ମୁଖିନ ହେଉଥିବେ ତାର ହିସାବ ନଥିବ। ଆପଣ ଦୁର୍ଘଟଣାରେ ପଡ଼ି  ହୀନସ୍ତା ହେଉଥିବେ। ଅସନ୍ତୋଷରେ କୁହୁଳୁ ଥିବେ। କିନ୍ତୁ ଉପାୟ ଶୂନ୍ୟ ହୋଇ କାହାକୁ କିଛି ନକହି ନିଜ ବାଟ […]

road

  • Published: Friday, 07 October 2022
  • , Updated: 07 October 2022, 12:03 PM IST

ଲକ୍ଷ୍ନୌ: ସେ ରାଜପଥ ହେଉ କି ସାଧାରଣ ପକ୍କା ରାସ୍ତା। ଯେତେ ପିଚୁ ଓ ପକ୍କା ସଡ଼କ ହେଲେ ମଧ୍ୟ ଆମ ଦେଶରେ ଏମିତି କୌଣସି ସଡ଼କ ନାହିଁ ଖାଲଖମା ନଥିବା। ଆପଣ ନିତିଦିନିଆ ଚାଲୁଥିବା ପକ୍କା ସଡ଼କରେ କେତେ ଖାଲଖମା ଓ ଆବୁଡ଼ା ଖାବୁଡ଼ାର ସମ୍ମୁଖିନ ହେଉଥିବେ ତାର ହିସାବ ନଥିବ। ଆପଣ ଦୁର୍ଘଟଣାରେ ପଡ଼ି  ହୀନସ୍ତା ହେଉଥିବେ। ଅସନ୍ତୋଷରେ କୁହୁଳୁ ଥିବେ। କିନ୍ତୁ ଉପାୟ ଶୂନ୍ୟ ହୋଇ କାହାକୁ କିଛି ନକହି ନିଜ ବାଟ ଧରି ଚାଲି ଯାଉଥିବେ। ଏହା ଏକ ଚିରାଚରିତ ସମସ୍ୟା।

ତେବେ ଏହି ସମସ୍ୟାକୁ ଗୁରୁତର ଭାବେ ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପକ୍କା ରାସ୍ତା ଗୁଡ଼ିକରେ ଯେମିତି ଆଉ ଛୋଟମୋଟ ଖାଲଖମା ନରିବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ସେ। ଏଥିପାଇଁ ଉତ୍ତରପ୍ରଦେଶରେ ଏକ ବିଶାଳୟ ଅଭିଯାନ ଆରମ୍ଭ କରିବାକୁ  ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ରାସ୍ତାର ମରାମତି ସୁନିଶ୍ଚିତ କରିବାକୁ ସେ ନଭେମ୍ବର ୧୫ ସୁଦ୍ଧା ଡେଡଲାନ୍ ସ୍ଥିର କରିଛନ୍ତି । ଏଥିଲାଗି ଲକ୍ଷ୍ନୌସ୍ଥିତ ତାଙ୍କ ସରକାରୀ ବାଷଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା।

ଏଥିରେ  ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରି  ଅକ୍ଟୋବର ୮ରେ  ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ସଡକ କଂଗ୍ରେସର ୮୧ତମ ଅଧିବେଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଥିଲେ। କେନ୍ଦ୍ରସରକାରଙ୍କ ବହୁ ମନ୍ତ୍ରୀ , ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ୧୫୦୦ ପ୍ରତିନିଧି ସଡକ ନିର୍ମାଣ ସହ ଜଡିତ କମ୍ପାନୀଗୁଡିକ ଏହି ଅଧିବେଶନରେ ଉପସ୍ଥିତ ରହିବେ।  ସମୀକ୍ଷା ବୈଠକରେ  ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ ସଡକ ନିର୍ମାଣ କୌଶଳରେ ବ୍ୟପାକ ଉନ୍ନତି ଆସିଛି। ଗ୍ରାମୀଣ ଇଞ୍ଜିନିୟରିଂ ବିଭାଗ କେବଳ ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିନାହିଁ ବରଂ ନିର୍ମାଣ ଖର୍ଚ୍ଚ ମଧ୍ୟ ହ୍ରାସ କରିପାରିଛି।

ଆସନ୍ତା ଆଇଆରସି ସମ୍ମିଳନୀରେ ସଡ଼କ ନିର୍ମାଣ ସମ୍ପର୍କିତ ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ଆଲୋଚନା କରାଯିବ। ଯେଉଁଥିରେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ପ୍ରତିଷ୍ଠାନର ଛାତ୍ରମାନେ ଅଂଶଗ୍ରହଣ କରିବେ। ସେହିପରି କୋଭିଡ ସମୟରେ ରାଜ୍ୟ ସରକାର ପୂର୍ବାଞ୍ଚଳ ଏକ୍ସପ୍ରେସୱେ ସମେତ ବହୁ ରାସ୍ତା ନିର୍ମାଣ କରିଛନ୍ତି । ଆଗାମୀ ସମୟରେ ସମସ୍ତ ରାଜପଥକୁ ବ୍ୟାପକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ରାସ୍ତା ନିର୍ମାଣ ନୁହେଁ ବରଂ ରାସ୍ତାକୁ ଠିକ୍ ସମୟରେ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ନିଶ୍ଚିତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଯୋଗୀ କହିଛନ୍ତି। ଏଥିରେ ଅବହେଳା କଲେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Related story