ବିମାନରେ ସାମାନ୍ୟ କଳିରୁ ବାଜିଲା ବୋମା ସାଇରନ୍‌, ତାପରେ...

ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ। ଶୁକ୍ରବାର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବିମାନର  ଫଲସ୍‌ ବୋମା ଆତଙ୍କ ସାଇରନ ବାଜିଥିଲା। ଫଳରେ ମାଲେସିଆ ଯିବାକୁ ଥିବା ଏକ ବିମାନ ଘଣ୍ଟାଏ ବିଳମ୍ବରେ  ଛାଡ଼ି ଥିଲା।  ଉକ୍ତ ବିମାନରେ ଦୁଇ ଜଣ ଯାତ୍ରୀ ଝଗଡ଼ା ଲାଗିବା ପରେ ବୋମା ଆତଙ୍କ  ସାଇରନ ବାଜିଥିଲା।  ଆଜି ଦିନ ଗୋଟାଏ ବେଳେ ମାଲେସିଆ ଏୟରଲାଇନ୍ସ MH173ରେ ବୋମା ଆତଙ୍କର ସାଇରନ ବାଜିଥିଲା। ବିମାନବନ୍ଦରର ସୁରକ୍ଷା ଅଧିକାରୀ କହିଛନ୍ତି […]

BANGLADESH-FLIGHT

  • Published: Friday, 30 September 2022
  • , Updated: 30 September 2022, 09:35 PM IST

ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ। ଶୁକ୍ରବାର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବିମାନର  ଫଲସ୍‌ ବୋମା ଆତଙ୍କ ସାଇରନ ବାଜିଥିଲା। ଫଳରେ ମାଲେସିଆ ଯିବାକୁ ଥିବା ଏକ ବିମାନ ଘଣ୍ଟାଏ ବିଳମ୍ବରେ  ଛାଡ଼ି ଥିଲା।  ଉକ୍ତ ବିମାନରେ ଦୁଇ ଜଣ ଯାତ୍ରୀ ଝଗଡ଼ା ଲାଗିବା ପରେ ବୋମା ଆତଙ୍କ  ସାଇରନ ବାଜିଥିଲା।  ଆଜି ଦିନ ଗୋଟାଏ ବେଳେ ମାଲେସିଆ ଏୟରଲାଇନ୍ସ MH173ରେ ବୋମା ଆତଙ୍କର ସାଇରନ ବାଜିଥିଲା।

ବିମାନବନ୍ଦରର ସୁରକ୍ଷା ଅଧିକାରୀ କହିଛନ୍ତି ଯେ ବ୍ୟାଗକୁ ରଖିବା ନେଇ ଦୁଇ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜଣେ ଯାତ୍ରୀ ଅନ୍ୟ ଜଣକୁ ତାଙ୍କ ବ୍ୟାଗରେ କଣ ପଚାରିଥିଲେ ଏବଂ ଅନ୍ୟଜଣେ ବୋମା  ଥିବାର କହିଥିଲେ ।

ପାଇଲଟଙ୍କୁ ଏ ବିଷୟରେ ଅବଗତ କରାଯିବା ପରେ ପାଇଲଟ ଏଟିସିକୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ବିମାନରେ ବୋମା ସାଇରନ ବାଜିଥିଲା। ପରେ  ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲେଇ ଯାଞ୍ଚ କରାଯାଇଥିଲା । ଏହା ପରେ ସୁରକ୍ଷାକର୍ମୀମାନେ ବୋମା ଥିବା ଭାବି ବିମାନଟିକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ଶେଷରେ ବିମାନଟି  ୨ ଘଣ୍ଟା ୪୦ ମିନିଟ ବିଳମ୍ବରେ କୁଆଲାମ୍ପରକୁ  ଯାତ୍ରା କରିଥିଲା। ସାମାନ୍ୟ ଯୁକ୍ତିତର୍କ ପାଇଁ ଯାତ୍ରୀଙ୍କ ସହ ସୁରକ୍ଷାକର୍ମୀଙ୍କୁ ନାକେଦମ ହେବାକୁ ପଡିଛି।  ଆଉ ଏହି ଗୁଜବ ପ୍ରସାରିତ କରିଥିବା ଚାରି ଜଣ ଯାତ୍ରୀଙ୍କୁ ଏବେ ଅଟକ ରଖାଯାଇଛି |

Related story