ଅଗଷ୍ଟ ୧୬କୁ ‘ଖେଲା ହୋବେ ଦିବସ’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସହିଦ ଦିବସରେ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ସେ ବ୍ୟବହାର କରୁଥିବା ‘ଖେଲା ହୋବେ’ ନାରା ଏବେ ଆହୁରି ବ୍ୟାପକ ହେବ। ଏଣିକି ଅଗଷ୍ଟ ୧୬କୁ ‘ଖେଲା ହୋବେ ଦିବସ’ ଭାବେ ପାଳନ କରାଯିବ। ଯେଉଁ ପର୍ଯ୍ୟନ୍ତ ସମଗ୍ର ଦେଶରୁ ବିଜେପିକୁ ହଟାଇ ଦିଆଯାଇ ନାହିଁ, ସେ ଯାଏ ଖେଲା ହୋବେ ବୋଲି ସେ କହିଛନ୍ତି। ସହିଦ ଦିବସରେ ଆୟୋଜିତ ଭର୍ଚୁଆଲ ସଭାରେ ମମତା ପ୍ରଧାନମନ୍ତ୍ରୀ […]

Mamata1

Hemant Lenka
  • Published: Wednesday, 21 July 2021
  • , Updated: 21 July 2021, 09:40 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ସହିଦ ଦିବସରେ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ପ୍ରଚାର ବେଳେ ସେ ବ୍ୟବହାର କରୁଥିବା ‘ଖେଲା ହୋବେ’ ନାରା ଏବେ ଆହୁରି ବ୍ୟାପକ ହେବ। ଏଣିକି ଅଗଷ୍ଟ ୧୬କୁ ‘ଖେଲା ହୋବେ ଦିବସ’ ଭାବେ ପାଳନ କରାଯିବ। ଯେଉଁ ପର୍ଯ୍ୟନ୍ତ ସମଗ୍ର ଦେଶରୁ ବିଜେପିକୁ ହଟାଇ ଦିଆଯାଇ ନାହିଁ, ସେ ଯାଏ ଖେଲା ହୋବେ ବୋଲି ସେ କହିଛନ୍ତି।

ସହିଦ ଦିବସରେ ଆୟୋଜିତ ଭର୍ଚୁଆଲ ସଭାରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି, “ଅଗଷ୍ଟ ୧୬ରେ ଖେଲା ହୋବେ ଦିବସ ପାଳନ କରାଯିବ। ଏହି ଦିନ ସବୁ ଗରିବ ପିଲାଙ୍କୁ ମାଗଣାରେ ଫୁଟବଲ ବଣ୍ଟାଯିବ। ଯେଉଁ ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ ବିଜେପିକୁ ପରାସ୍ତ କରାଯାଇ ନାହିଁ, ସେଯାଏ ଖେଲା ହୋବେ। ଆଜି ଦେଶର ସ୍ୱାଧୀନତା ବିପଦରେ ଅଛି। କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର। ବିଜେପି ଗୋଟିଏ ହାଇ ଲୋଡଡେ ଭାଇରସ୍ ପାର୍ଟି। ବିଜେପିରେ କରୋନା ଅପେକ୍ଷା ଅଧିକ ଭାଇରସ ଅଛି। ବେକାରୀ ବୃଦ୍ଧି ପାଇଛି। ଗୁଳି ଓ ଗାଳିର ରାଜନୀତି ଚାଲିଛି।”

ଅନ୍ୟପକ୍ଷରେ ମମତାଙ୍କ ଖେଲା ହୋବେ ଦିବସକୁ ବିଜେପି ମୁସଲିମ ଲିଗ୍‌ ସହ ଯୋଡ଼ିଛି। ବିଜେପିର ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା କହିଛନ୍ତି, ମମତା ବାନାର୍ଜୀ ଅଗଷ୍ଟ ୧୬କୁ ଖେଲା ହୋବେ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ୧୯୪୬ ମସିହା ଅଗଷ୍ଟ ୧୬ରେ ମୁସଲିମ ଲିଗ୍ ଡାଇରେକ୍ଟ ଆକ୍ସନ ଡେ’ ଅଫ ମୁସଲିମ ଲିଗ୍ ଆରମ୍ଭ କରି ଗ୍ରେଟ କ୍ୟାଲକାଟା କିଲିଂର ମୂଳଦୁଆ ପକାଇଥିଲା। ତେଣୁ ବିରୋଧୀଙ୍କ ଉପରେ ଆତଙ୍କ ରାଜ ଚଳାଇବାକୁ ଖେଲା ହୋବେ ନାରା ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

 

Related story