ପୁଅ କଲା ଆତ୍ମହତ୍ୟା, ବାପା ଉପରେ ମାଡ଼ିଗଲା ଟ୍ରେନ୍

ହୋଶାଙ୍ଗବାଦ: ପ୍ରଥମେ ପୁଅ କଲା ଆତ୍ମହତ୍ୟା। କଷ୍ଟ ସହି ନପାରି ବାପା ମଧ୍ୟ ଚାଲିଗଲେ। ଏମିତି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ହୋଶାଙ୍ଗବାଦ ଜିଲ୍ଲାର ସୋହାଗପୁରର ମାରୁପୁରାରେ। ଏଠାରେ ରହୁଥିବା ବିଶ୍ୱକର୍ମା ନାମକ ଏକ ପରିବାରର ପୁଅ ଛୋଟେଲାଲର ନିଜ ପିତା ମୋହନାଲାଲଙ୍କ ସହ ବିବାଦ ହୋଇଥିଲା। ଯେଉଁକାରଣରୁ ଛୋଟେଲାଲ୍ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଅ ଯିବାର କଷ୍ଟକୁ ସହିନପାରି ବାପା ମଧ୍ୟ ଟ୍ରେନ୍ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଛନ୍ତି। ଛୋଟେଲାଲଙ୍କ ପତ୍ନୀ ଦୀପାବଳି […]

train

Ranjit Kumar Jena
  • Published: Friday, 03 December 2021
  • , Updated: 03 December 2021, 10:23 PM IST

ହୋଶାଙ୍ଗବାଦ: ପ୍ରଥମେ ପୁଅ କଲା ଆତ୍ମହତ୍ୟା। କଷ୍ଟ ସହି ନପାରି ବାପା ମଧ୍ୟ ଚାଲିଗଲେ। ଏମିତି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ହୋଶାଙ୍ଗବାଦ ଜିଲ୍ଲାର ସୋହାଗପୁରର ମାରୁପୁରାରେ। ଏଠାରେ ରହୁଥିବା ବିଶ୍ୱକର୍ମା ନାମକ ଏକ ପରିବାରର ପୁଅ ଛୋଟେଲାଲର ନିଜ ପିତା ମୋହନାଲାଲଙ୍କ ସହ ବିବାଦ ହୋଇଥିଲା। ଯେଉଁକାରଣରୁ ଛୋଟେଲାଲ୍ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଅ ଯିବାର କଷ୍ଟକୁ ସହିନପାରି ବାପା ମଧ୍ୟ ଟ୍ରେନ୍ ଦୁର୍ଘଟଣାରେ ଆରପାରିକୁ ଚାଲିଯାଇଛନ୍ତି।

ଛୋଟେଲାଲଙ୍କ ପତ୍ନୀ ଦୀପାବଳି ଦିନ ଘର ଛାଡ଼ି ପଳାଇଥିଲେ। ସେବେଠାରୁ ଘରେ ବିବାଦ ଲାଗି ରହୁଥିଲା ଏବଂ ବାରମ୍ବାର ଝଗଡ଼ା ହେଉଥିଲା। ଗୁରୁବାର ମଧ୍ୟ ଏହି କଥାକୁ ନେଇ ପରିବାରରେ ବିବାଦ ଉଗ୍ର ରୂପ ନେଇଥିଲା। ଯାହା ପରେ ଛୋଟେଲାଲ୍ ରାଗିକି ଘରୁ ବାହାରି ଆସିଥିଲେ। ପୁଅକୁ ମନାଇବା ପାଇଁ ପିତା ମୋହନଲାଲ୍ ମଧ୍ୟ ତା ପଛେ ପଛେ ଆସିଥିଲେ।

ରାଗରେ ତମତମ୍ ଛୋଟେଲାଲ୍ ରେଲୱେ ଟ୍ରାକ୍ ଉପରେ ଚାଲିବାକୁ ଲାଗିଲା। ସେ ଆତ୍ମହତ୍ୟା କରିବାକୁ ଜିଦ୍ ଧରି ବସିଥିଲା। ପିତା ମୋହନଲାଲ୍ ତାଙ୍କୁ ବୁଝାସୁଝା କରୁଥିଲେ। ଏହି ସମୟରେ ମାଡ଼ିଆସୁଥିବା ଟ୍ରେନ୍ ଆଡ଼କୁ ଡେଇଁ ପଡ଼ିଥିଲେ ଛୋଟେଲାଲ୍। ଏହା ପରେ କ୍ଷଣିକ ଭିତରେ ଛୋଟେଲାଲ ଶରୀର ଖଣ୍ଡବିଖଣ୍ଡିତ ହୋଇଗଲା। ପୁଅର ଖଣ୍ଡବିଖଣ୍ଡିତ ମୃତଦେହକୁ ଦେଖି ଗଭୀର ଧକ୍କା ପାଇଥିବ ପିତା ସେହିଠାରେ ଛିଡ଼ା ହୋଇ ଭୋ ଭୋ କାନ୍ଦିବାକୁ ଲାଗିଲେ। ଏହାରି ଭିତରେ ଆଉ ଏକ ଟ୍ରେନ୍ ଆସିଥିଲା ଏବଂ ମୋହନଲାଲ୍ ଇଞ୍ଜିନ୍ ସହ ଧକ୍କା ଖାଇ ଦୂରକୁ ଛିଟକି ପଡ଼ିଥିଲେ। ଗୁରୁତର ଭାବେ ଆଘାତ ପାଇଥିବା ମୋହନଲାଲଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ଅଧା ବାଟରେ ସେ ପ୍ରାଣ ହରାଇଥିଲେ।

ଏକାଥରକେ ଦୁଇଜଣଙ୍କ ଦୁଃଖଦ ମୃତ୍ୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ଛୋଟେଲାଲଙ୍କର ଏକ ୩ ଓ ୫ ବର୍ଷର ଦୁଇଟି ଝିଅ ଅଛନ୍ତି। ଛୋଟେଲାଲ୍ ନିଜ ଦୁଇ ଝିଅ ଓ ମାତାପିତା ସହ ଘରେ ରହୁଥିଲେ।

Related story