ନୂପୁର ଶର୍ମାଙ୍କ ସମର୍ଥନ କରିଥିବା ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ମୁମ୍ବାଇ: ଥମୁନି ନୂପୁର ଶର୍ମାଙ୍କୁ ନେଇ ବିବାଦ। ଯିଏ ଏହି ବିଜେପିର ନିଲମ୍ବିତ ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ସମର୍ଥନ କରୁଛି ସେ ଆକ୍ରମଣର ଶିକାର ହେଉଛି। ଏପରିକି ନୂପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ହତ୍ୟା ମଧ୍ୟ କରାଯାଇଛି। ପୁଣି ଏଭଳି ଏକ ଘଟଣା ସାମନାକୁ ଆସିଛି ମହାରାଷ୍ଟ୍ରରୁ। ଜଣେ ଯୁବକଙ୍କୁ କିଛି ଲୋକେ ଘେରିଯାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି। ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ସୋଶାଲ ମିଡିଆରେ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସମର୍ଥନ କରିବା ପରେ […]

Nupur Sharma

Madhupriya Mistry
  • Published: Sunday, 07 August 2022
  • , Updated: 07 August 2022, 10:20 AM IST

ମୁମ୍ବାଇ: ଥମୁନି ନୂପୁର ଶର୍ମାଙ୍କୁ ନେଇ ବିବାଦ। ଯିଏ ଏହି ବିଜେପିର ନିଲମ୍ବିତ ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ସମର୍ଥନ କରୁଛି ସେ ଆକ୍ରମଣର ଶିକାର ହେଉଛି। ଏପରିକି ନୂପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ହତ୍ୟା ମଧ୍ୟ କରାଯାଇଛି। ପୁଣି ଏଭଳି ଏକ ଘଟଣା ସାମନାକୁ ଆସିଛି ମହାରାଷ୍ଟ୍ରରୁ। ଜଣେ ଯୁବକଙ୍କୁ କିଛି ଲୋକେ ଘେରିଯାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି।

ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ସୋଶାଲ ମିଡିଆରେ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ସମର୍ଥନ କରିବା ପରେ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ୧୫ରୁ ୨୦ ଜଣ ଲୋକେ ଭିଡ ଭିତରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କେବଳ ସେତକି ନୁହେଁ ହକି ଷ୍ଟିକ୍‌ରେ ମଧ୍ୟ ତାଙ୍କୁ ମାର୍‌ପିଟ୍‌ କରାଯାଇଛି। ଉକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ଶୁକ୍ରବାର ସନ୍ଧ୍ୟାରେ ଅହମଦନଗର ଜିଲ୍ଲାର କର୍ଜତ ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

ପୀଡିତ ଯୁବକ ପ୍ରତୀକ ପୱାର୍‌ଙ୍କ ଭାଇଙ୍କ କହିବା ମୁତାବକ, ପ୍ରତୀକ ଜଣେ ସାମାଜିକ କର୍ମୀ ଏବଂ ସୋସିଆଲ ମିଡିଆରେ ପୋଷ୍ଟ ଲେଖନ୍ତି। ସେ ଉମେଶ କୋଲହେ ଏବଂ କହ୍ନେୟା ଲାଲଙ୍କ ବିଷୟରେ ମଧ୍ୟ ପୋଷ୍ଟ କରିଥିଲେ। ଶୁକ୍ରବାର ଦିନ ସେ ଏକାକୀ ଥିବାବେଳେ ତାଙ୍କୁ ୧୫-୨୦ ଜଣ ଲୋକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଖଣ୍ଡା ଓ ଛୁରୀ ଭଳି ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। କହ୍ନେୟା ଲାଲ ଏବଂ ଉମେଶ କୋଲହେଙ୍କ ବିଷୟରେ ପୋଷ୍ଟ କରିବା ଏବଂ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ପାଇଁ ତାଙ୍କୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ମଧ୍ୟ ମିଳିଥିଲା।

ଏହି ମାମଲାରେ ପ୍ରତୀକଙ୍କ ଭାଇ ପ୍ରଜ୍ୟେତ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ତଦନ୍ତ ଦାବି କରିଛନ୍ତି। ପ୍ରଜ୍ୟେତ କହିଛନ୍ତି, “ପ୍ରତୀକ ଗୁରୁତର ଆହତ ହୋଇଛନ୍ତି। ଆମେ ସମସ୍ତେ ଚିନ୍ତିତ। ଆମେ ଚାହୁଁ ଏହି ତଦନ୍ତ ଏନଆଇଏ କରୁ।"

ସେପଟେ ମହାରାଷ୍ଟ୍ର ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଏହି ୪ ଜଣଙ୍କୁ ଗିରଫ କରିଛି। ଅହମ୍ମଦନଗର ପୁଲିସ ଅଧୀକ୍ଷକ ମନୋଜ ପାଟିଲ କହିଛନ୍ତି, “ଏହି ଘଟଣାରେ ଏପର୍ଯ୍ୟନ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆମେ ପୀଡିତ ପକ୍ଷଙ୍କ ଠାରୁ ଅଭିଯୋଗ ପାଇଛୁ। ପ୍ରତୀକ ପୱାରଙ୍କୁ ଆକ୍ରମଣ କରୁଥିବା ବେଳେ କିଛି ଅଭିଯୁକ୍ତ ସେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିଲେ ବୋଲି ଏହି ଆକ୍ରମଣ କରାଯାଇଥିବା କହିଥିଲେ ବୋଲି ଅଭିଯୋଗରେ କୁହାଯାଇଛି।

Related story