ଲକ୍‌ଡାଉନ୍‌ରେ ଘରେ ରହିଲେ, ହାସଲ କଲେ ୧୪୫ଟି ଡିଗ୍ରୀ

ଥିରୁବନ୍ତପୁରମ୍‌: ଦେଶରେ ପୁଣି ମୁଣ୍ଡ ଟେକିଛି କରୋନା ମହାମାରୀ। ଚାରିଆଡେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ। ତେବେ କରୋନା କାଳରେ ଲକ୍‌ଡାଉନ୍‌ ନାଁ ଶୁଣିଲେ ଲୋକେ ବିରକ୍ତ ହୋଇପଡନ୍ତି। ପୁଣିଥରେ ତାଙ୍କୁ ଘରେ ବନ୍ଦ ହୋଇ ରହିବାକୁ ପଡିବ ବୋଲି ଭାବି ନିଅନ୍ତି। ଅନେକ ଲୋକ ଲକଡାଉନରେ ମାନସିକ ସ୍ତରରେ ବିବ୍ରତ ହୋଇପଡନ୍ତି, କାରଣ ସେମାନେ ଦିନସାରା ଘରେ ବସି କ’ଣ କରିବେ ବୁଝିପାରନ୍ତି ନାହିଁ। କିନ୍ତୁ, କେରଳର ଜଣେ ବ୍ୟକ୍ତି ଲକ୍‌ଡାଉନର ଭରପୁର […]

145-degrees

Madhupriya Mistry
  • Published: Saturday, 08 January 2022
  • , Updated: 08 January 2022, 01:23 PM IST

ଥିରୁବନ୍ତପୁରମ୍‌: ଦେଶରେ ପୁଣି ମୁଣ୍ଡ ଟେକିଛି କରୋନା ମହାମାରୀ। ଚାରିଆଡେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ। ତେବେ କରୋନା କାଳରେ ଲକ୍‌ଡାଉନ୍‌ ନାଁ ଶୁଣିଲେ ଲୋକେ ବିରକ୍ତ ହୋଇପଡନ୍ତି। ପୁଣିଥରେ ତାଙ୍କୁ ଘରେ ବନ୍ଦ ହୋଇ ରହିବାକୁ ପଡିବ ବୋଲି ଭାବି ନିଅନ୍ତି। ଅନେକ ଲୋକ ଲକଡାଉନରେ ମାନସିକ ସ୍ତରରେ ବିବ୍ରତ ହୋଇପଡନ୍ତି, କାରଣ ସେମାନେ ଦିନସାରା ଘରେ ବସି କ'ଣ କରିବେ ବୁଝିପାରନ୍ତି ନାହିଁ। କିନ୍ତୁ, କେରଳର ଜଣେ ବ୍ୟକ୍ତି ଲକ୍‌ଡାଉନର ଭରପୁର ଫାଇଦା ଉଠାଇଛନ୍ତି। ଯାହାକୁ ଶୁଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ।

ଶଫି ବିକ୍ରମନ୍‌। ସେ ଥିରୁବନ୍ତପୁରମ୍‌ରେ ରୁହନ୍ତି। ସେ କରୋନା କାଳର ଲକଡାଉନ୍‌ ବେଳେ ବିଶ୍ୱର ପ୍ରାୟ ୧୬ଟି ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟରୁ ୧୪୫ଟି ଡିଗ୍ରୀ ହାସଲ କରିଥିବା ଦାବି କରିଛନ୍ତି। ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତକ୍‌ରେ ବିକ୍ରମନ୍‌ କହିଛନ୍ତି, ସେ ଲକଡାଉନ୍‌ ବେଳେ ପାଠ ପଢ଼ିବା ଆରମ୍ଭ କରିଥିଲେ। ଆଉ ଏହି ଡିଗ୍ରୀଗୁଡିକୁ ହାସଲ କରିବା ପାଇଁ ପ୍ରତିଦିନ ୨୦ ଘଣ୍ଟାରୁ ଅଧିକ ସମୟ ବିତାଉଥିଲେ। ଲକଡାଉନ୍‌ ଏକ ଏଭଳି ପରିସ୍ଥିତି ଥିଲା ଯେଉଁଠି ଲୋକେ ଘରୁ ବାହାରିବା ପାଇଁ ସକ୍ଷମ ନଥିଲେ। ସେହି ସମୟର ମୁଁ ଭରପୁର ଉପଯୋଗ କରିଥିଲି ବୋଲି ବିକ୍ରମନ୍‌ କହିଛନ୍ତି।

ନିଜ ଅଭିଜ୍ଞତା ବଖାଣି ବିକ୍ରମନ୍‌ ଆହୁରି କହିଛନ୍ତି, 'ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପାଇଥିବା କିଛି ପାଠ୍ୟକ୍ରମ ବେଶ୍‌ ଜଟିଳ ଥିଲା। କିନ୍ତୁ ଗୋଟିଏ ପରେ ଗୋଟିଏ ଶେଷ କରିବା ପରେ ସେ ଅନୁଭବ କଲେ ଯେ ଏହା ତାଙ୍କ ପାଇଁ ଏକ ଭଲ ସୁଯୋଗ। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ପାଠ୍ୟକ୍ରମ ସମାପ୍ତ କରିବାକୁ ହେଲେ ଆପଣଙ୍କୁ ଏକାଡେମିକ୍ ରୂପେ ପ୍ରତିଭାବାନ କିମ୍ବା ଯଥେଷ୍ଟ ସ୍ମାର୍ଟ ହେବାକୁ ପଡିବ, ତେବେ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ନୁହେଁ।'

'ଏହି ଡିଗ୍ରୀଗୁଡିକୁ ହାସଲ କରିବା ପାଇଁ ଲୋକଙ୍କୁ ଅନେକ ଖର୍ଚ୍ଚ କରିବାକୁ ପଡୁଛି, କିନ୍ତୁ ମୁଁ ଭାଗ୍ୟଶାଳୀ ଯେ ମୋତେ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିନି। ଯଦି ଏହା ମାଗଣା ହୋଇନଥାନ୍ତା ତେବେ ନିଶ୍ଚିତ ରୂପେ ମୁଁ ମୋର ପାଠ୍ୟକ୍ରମଗୁଡିକୁ ପୂରଣ କରିପାରିନଥାନ୍ତି କି ଏସବୁ ଡିଗ୍ରୀ ହାସଲ କରିପାରିନଥାନ୍ତି ବୋଲି କହିଛନ୍ତି ବିକ୍ରମନ୍‌।'

https://twitter.com/ANI/status/1479560068383215618?s=20

Related story