ଅକ୍ସିଜେନ ପାଇଁ ଯୁକ୍ତିତର୍କ, ଚାଲିଲା ଗୁଳି

କଛ: କରୋନାର ଦ୍ରୁତ ସଂକ୍ରମଣ ମଧ୍ୟରେ ଅକ୍ସିଜେନ ସଙ୍କଟ ଉତ୍କଟ ସ୍ଥିତି ସୃଷ୍ଟି କରିଛି। କେଉଁଠି ଲୋକମାନେ ଅକ୍ସିଜେନ ସିଲିଣ୍ଡର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ତ ଆଉ କେଉଁଠି ଚଢ଼ା ଦର୍‌ରେ ଏହାକୁ କିଣୁଛନ୍ତି। ତେବେ ଗୁଜରାଟର କଛରେ ଅକ୍ସିଜେନ ରିଫିଲିଂ ପାଇଁ ଗୁଳି ମାଡ଼ ହୋଇଛି। ଏଠାରେ ଥିବା ଗୋଟିଏ ଅକ୍ସିଜେନ୍‌ ରିଫିଲିଂ ସେଣ୍ଟର୍‌ର କର୍ମଚାରୀଙ୍କୁ ଭୟଭୀତ କରାଇବା ପାଇଁ ୪ ଜଣ ଯୁବକ ଫାଙ୍କା ଗୁଳି ଚାଳନା କରିଛନ୍ତି। ଅକ୍ସିଜେନ ଭର୍ତ୍ତିକୁ […]

Oxygen1

Hemant Lenka
  • Published: Wednesday, 28 April 2021
  • , Updated: 28 April 2021, 02:30 PM IST

କଛ: କରୋନାର ଦ୍ରୁତ ସଂକ୍ରମଣ ମଧ୍ୟରେ ଅକ୍ସିଜେନ ସଙ୍କଟ ଉତ୍କଟ ସ୍ଥିତି ସୃଷ୍ଟି କରିଛି। କେଉଁଠି ଲୋକମାନେ ଅକ୍ସିଜେନ ସିଲିଣ୍ଡର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ତ ଆଉ କେଉଁଠି ଚଢ଼ା ଦର୍‌ରେ ଏହାକୁ କିଣୁଛନ୍ତି। ତେବେ ଗୁଜରାଟର କଛରେ ଅକ୍ସିଜେନ ରିଫିଲିଂ ପାଇଁ ଗୁଳି ମାଡ଼ ହୋଇଛି।

ଏଠାରେ ଥିବା ଗୋଟିଏ ଅକ୍ସିଜେନ୍‌ ରିଫିଲିଂ ସେଣ୍ଟର୍‌ର କର୍ମଚାରୀଙ୍କୁ ଭୟଭୀତ କରାଇବା ପାଇଁ ୪ ଜଣ ଯୁବକ ଫାଙ୍କା ଗୁଳି ଚାଳନା କରିଛନ୍ତି। ଅକ୍ସିଜେନ ଭର୍ତ୍ତିକୁ ନେଇ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହେବାରୁ ୪ ଜଣଙ୍କ ମଧ୍ୟରୁ ଜଣେ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି।

କଛର ଭାଚାଉ ତାଲୁକାରେ ଏହି ଘଟଣା ଘଟିଛି। ଏଠାରେ ଥିବା ରିଫିଲିଂ ସେଣ୍ଟର ବାହାରେ ଅନେକ ଲୋକ ଅକ୍ସିଜେନ ପାଇଁ ଲମ୍ବା ଲାଇନ ଲଗାଇ ଛିଡ଼ା ହୋଇଥିଲେ। ଏହି ସମୟରେ ବନ୍ଧୁକ ଧରି ୪ ଜଣ ଯୁବକ ସେଠାରେ ପହଞ୍ଚି ସେଣ୍ଟର୍‌ର କର୍ମଚାରୀଙ୍କୁ ତୁରନ୍ତ ସିଲିଣ୍ଡର ଭର୍ତ୍ତି କରିବାକୁ କହିଥିଲେ।

ହେଲେ ସେମାନେ ସମସ୍ତଙ୍କୁ ଧାଡ଼ିରେ ଛିଡ଼ା ହେବାକୁ କହିଥିଲେ। ସେଠାରେ ଥିବା ଲୋକମାନେ ମଧ୍ୟ ସମାନ ଦାବି କରିଥିଲେ। ଏହାକୁ ନେଇ ୪ ଜଣ ଯୁବକ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। କଥା ଅଧିକ ବିଗିଡ଼ିବାରୁ ୪ ଜଣଙ୍କ ମଧ୍ୟରୁ ଜଣେ କର୍ମଚାରୀଙ୍କୁ ଡରାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ।

ଲୋକମାନେ ଏହାର ପ୍ରତିବାଦ କରିବାରୁ ସେ ଆଉ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଶେଷରେ ସମସ୍ତ ୪ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଫେରାର ୪ ଯୁବକଙ୍କ ପତ୍ତା ମିଳିନାହିଁ।

Related story