ମହିଳା ପୁଲିସ୍‌ଙ୍କ କାନ୍ଧରେ ବୁହା ହୋଇଥିବା ଯୁବକ ହସ୍ପିଟାଲରେ ପ୍ରାଣ ହରାଇଲେ

ଚେନ୍ନାଇ: ପ୍ରବଳ ବର୍ଷା ମଧ୍ୟରେ ଜଣେ ମହିଳା ପୁଲିସ୍‌ ଇନସପେକ୍ଟରଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ୨୫ ବର୍ଷୀୟ ଯୁବକ ଶେଷରେ ପ୍ରାଣ ହରାଇଛନ୍ତି। ମହିଳା ଇନସପେକ୍ଟର ରାଜେଶ୍ୱରୀ ଉକ୍ତ ଯୁବକଙ୍କୁ ନିଜ କାନ୍ଧରେ ପକାଇ ଦୌଡ଼ିବା ସହ ହସ୍ପିଟାଲ ପଠାଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଯୁବକ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି। ଚେନ୍ନାଇର ଟିପି ଛତ୍ରମ ଅଞ୍ଚଳରେ ଥିବା ଗୋଟିଏ ଫୁଟପାତରେ ୨୫ ବର୍ଷୀୟ ଉଦୟ କୁମାର ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। […]

Chennai

Hemant Lenka
  • Published: Friday, 12 November 2021
  • , Updated: 12 November 2021, 09:34 PM IST

ଚେନ୍ନାଇ: ପ୍ରବଳ ବର୍ଷା ମଧ୍ୟରେ ଜଣେ ମହିଳା ପୁଲିସ୍‌ ଇନସପେକ୍ଟରଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ୨୫ ବର୍ଷୀୟ ଯୁବକ ଶେଷରେ ପ୍ରାଣ ହରାଇଛନ୍ତି। ମହିଳା ଇନସପେକ୍ଟର ରାଜେଶ୍ୱରୀ ଉକ୍ତ ଯୁବକଙ୍କୁ ନିଜ କାନ୍ଧରେ ପକାଇ ଦୌଡ଼ିବା ସହ ହସ୍ପିଟାଲ ପଠାଇଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଯୁବକ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି।

ଚେନ୍ନାଇର ଟିପି ଛତ୍ରମ ଅଞ୍ଚଳରେ ଥିବା ଗୋଟିଏ ଫୁଟପାତରେ ୨୫ ବର୍ଷୀୟ ଉଦୟ କୁମାର ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ପ୍ରବଳ ବର୍ଷା ଯୋଗୁ ଉଦୟ ଗୋଟିଏ ଗଛ ତଳେ ଚାପି ହୋଇଯାଇଥିଲେ। ଖବର ପାଇ ରାଜେଶ୍ୱରୀ ନିଜ ଟିମ୍‌ ସହ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ଏଥିସହ ଗଛ ତଳୁ ଯୁବକଙ୍କୁ ଉଦ୍ଧାର କରି ଗୋଟିଏ କମ୍ବଳରେ ଘୋଡ଼ାଇ ଦେଇଥିଲେ।

ଏହାପରେ ରାଜେଶ୍ୱରୀ ତାଙ୍କୁ ନିଜ କାନ୍ଧରେ ପକା ରାସ୍ତାରେ ଦୌଡ଼ିଥିଲେ। ଅଚେତ ଯୁବକଙ୍କ ଜୀବନ ବଞ୍ଚାଇବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥିଲା। କିଛି ବାଟ ଯୁବକଙ୍କୁ କାନ୍ଧରେ ବୋହିବା ପରେ ସେ ତାଙ୍କୁ ଅଟୋରେ ମେଡିକାଲ ପଠାଇଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ରାଜେଶ୍ୱରଙ୍କ ଏପରି କାମକୁ ସମସ୍ତେ ପ୍ରଶଂସା କରିଥିଲେ। ହେଲେ ତାଙ୍କର ଶତ ଚେଷ୍ଟା ସତ୍ତ୍ୱେ ଉଦ୍ଧାର ହୋଇଥିବା ଯୁବକ ପ୍ରାଣ ହରାଇଛନ୍ତି। ଗତକାଲି ଠାରୁ ଉଦୟ କୁମାର ଆଇସିୟୁରେ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁ ଥିବା ମଧ୍ୟ ଖବର ପ୍ରକାଶ ପାଇଥିଲେ। ହେଲେ ସନ୍ଧ୍ୟା ବେଳକୁ ତାଙ୍କର ଦେହାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଖବରରେ ରାଜେଶ୍ୱର ଖୁବ ଦୁଃଖ ପ୍ରକାଶ କରିଛନ୍ତି।


ଚେନ୍ନାଇ ସମେତ ଏବେ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଲୋକେ ବାସହରା ହୋଇଛନ୍ତି। ରାସ୍ତାଘାଟ ସବୁ ଜଳମଗ୍ନ ହୋଇଯାଇଛି। କେବଳ ସେତିକି ନୁହେଁ ବର୍ଷା ଯୋଗୁ ଏଯାଏ ୧୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Related story