Advertisment

ଚମତ୍କାରୀ ଔଷଧ ଖାଇ କରୋନାରୁ ସୁସ୍ଥ ହେବାର ଦାବି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ

ହାଇଦ୍ରାବାଦ: ଚମତ୍କାରୀ ଔଷଧ ଖାଇବାର କିଛି ସମୟରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଦାବି କରି ଚର୍ଚ୍ଚାରେ ଥିବା ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏନ କୋଟାୟା। ସେ ଚମତ୍କାରୀ ଆୟୁର୍ବେଦ ଔଷଧ ଖାଇ କରୋନାକୁ ତୁରନ୍ତ ମାତ ଦେଇଥିବା ଦାବି କରି ଭିଡିଓ ଜାରି କରିଥିଲେ। ସେ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ରହୁଥିଲେ। ଆଜି ମଧ୍ୟାହ୍ନରେ ନେଲ୍ଲୋର ସ୍ଥିତ ଜିଜିଏଚ୍‌ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ […]

ଅଦ୍ୟତନ ହୋଇଛି
ଚମତ୍କାରୀ ଔଷଧ ଖାଇ କରୋନାରୁ ସୁସ୍ଥ ହେବାର ଦାବି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ

miracle

Advertisment

ହାଇଦ୍ରାବାଦ: ଚମତ୍କାରୀ ଔଷଧ ଖାଇବାର କିଛି ସମୟରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଦାବି କରି ଚର୍ଚ୍ଚାରେ ଥିବା ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏନ କୋଟାୟା। ସେ ଚମତ୍କାରୀ ଆୟୁର୍ବେଦ ଔଷଧ ଖାଇ କରୋନାକୁ ତୁରନ୍ତ ମାତ ଦେଇଥିବା ଦାବି କରି ଭିଡିଓ ଜାରି କରିଥିଲେ।

Advertisment

ସେ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ରହୁଥିଲେ। ଆଜି ମଧ୍ୟାହ୍ନରେ ନେଲ୍ଲୋର ସ୍ଥିତ ଜିଜିଏଚ୍‌ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗୋଟିଏ ଭାଇରାଲ ଭିଡିଓରେ କହିଥିଲେ ଯେ ଚମତ୍କାରୀ ଔଷଧ ଖାଇବା ପରେ ତାଙ୍କର ଅକ୍ସିଜେନ ସ୍ତର ୧୦ ମିନିଟ୍ ମଧ୍ୟରେ ବୃଦ୍ଧି ପାଇଥିଲା। ଏହି ଭିଡିଓ ପରେ ଚମତ୍କାରୀ ଆୟୁର୍ବେଦ ଔଷଧ ନେବାକୁ କୋଟାୟାଙ୍କ ଗାଁରେ ପ୍ରବଳ ଭିଡ଼ ଜମି ଥିଲା।

ସୂଚନା ଅନୁସାରେ, ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ କୋଟାୟାଙ୍କୁ ଶୁକ୍ରବାର ରାତିରେ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆଜି ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜିଜିଏଚ୍‌ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ଡା ସୁଧାକର ରେଡ୍ଡୀ କହିଛନ୍ତି।

Advertisment

କୋଟାୟା ଭିଡିଓ ଜାରି କରି କହିଥିଲେ ଯେ କ୍ରିଷ୍ଣାପଟନମର ବୋଜ୍ଞି ଅନାନଦାହିହା ପ୍ରସ୍ତୁତ କରିଥିବା ହର୍ବାଲ ଆଇ ଡ୍ରପ୍ ବ୍ୟବହାର କରିଥିଲେ। ଏହାକୁ ବ୍ୟବହାର କରିବା ପରେ ସେ କରୋନାରୁ ସୁସ୍ଥ ହୋଇଯାଇଥିଲେ। ଏହି ଦାବି ପରେ କ୍ରିଷ୍ଣାପଟନମରେ ହର୍ବାଲ ଆଇ ଡ୍ରପ୍‌ ନେବା ପାଇଁ ହଜାର ହଜାର ଲୋକ ସମବେତ ହୋଇଥିଲେ।

କେହି ବି ସାମାଜିକ ଦୂରତାକୁ ମାନି ନଥିଲେ। ତେବେ ପ୍ରକୃତରେ ଏହି ଚମତ୍କାରୀ ଆୟୁର୍ବେଦ କରୋନା ବିରୋଧରେ ଲଢ଼େଇ କରିବାକୁ ସକ୍ଷମ କି ନୁହେଁ, ସେକଥା ଜଣାପଡ଼ିନି। ସେହିପରି ବୋଜ୍ଞିଙ୍କ ଟିମର ୩ ଜଣ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଉକ୍ତ ଗାଁର ଆଉ ୨୦ ଜଣଙ୍କ କରୋନା ଲକ୍ଷଣ ଦେଖାଯିବାରୁ ସେମାନଙ୍କ ନମୁନାର ଆରଟି-ପିସିଆର ଟେଷ୍ଟ ପାଇଁ ପଠାଯାଇଛି।

Andhra Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe