ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ମାଣିକ ସାହା। ତ୍ରିପୁରା ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମାଣିକ ସାହା କହିଛନ୍ତି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ପ୍ରସଙ୍ଗକୁ ନେଇ ଆମେ ଆଗକୁ ବଢ଼ିବୁ। ରାଜ୍ୟର ଆଇନ ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ। ଲୋକଙ୍କର ଯାହା ସମସ୍ୟା ରହିଛି, ସେଗୁଡ଼ିକର ସମାଧାନ କରାଯିବ। ଆମ ପାଇଁ କିଛି […]

cm

Jitendra Garnayak
  • Published: Sunday, 15 May 2022
  • , Updated: 15 May 2022, 12:35 PM IST

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ମାଣିକ ସାହା। ତ୍ରିପୁରା ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମାଣିକ ସାହା କହିଛନ୍ତି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ପ୍ରସଙ୍ଗକୁ ନେଇ ଆମେ ଆଗକୁ ବଢ଼ିବୁ। ରାଜ୍ୟର ଆଇନ ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ। ଲୋକଙ୍କର ଯାହା ସମସ୍ୟା ରହିଛି, ସେଗୁଡ଼ିକର ସମାଧାନ କରାଯିବ। ଆମ ପାଇଁ କିଛି ରାଜନୀତିକ ଚ୍ୟାଲେଞ୍ଜ ନାହିଁ।

ଶନିବାର ବିପଳ୍ପ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମାଣିକ ସାହାଙ୍କୁ ବିଧାୟକ ଦଳ ନିର୍ବାଚିତ କରାଯାଇଥିଲା। ତା’ପରେ ସେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରି ଥିଲେ।

ବିଧାୟକ ଦଳ ବୈଠକରେ ବିପ୍ଳବ କୁମାର ଦେବ ହିଁ ମାଣିକ ସାହାଙ୍କ ନାମ ପ୍ରସ୍ତାବ ରଖିଥିଲେ। କୁହାଯାଉଛି, ବିପ୍ଳବ କୁମାର ଦେବଙ୍କୁ ବିଜେପି ରାଜ୍ୟ ସଭାପତି କରିବ।

ମାଣିକ ସାହା ଜଣେ ଦନ୍ତ ଚିକିତ୍ସକ
ମାଣିକ ସାହା ଜଣେ ଦନ୍ତ ଚିକିତ୍ସକ। ସେ ପ୍ରଥମେ କଂଗ୍ରେସରେ ଥିଲେ। ୨୦୧୬ରେ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ୨୦୨୦ରେ ତାଙ୍କୁ ବିଜେପିର ତ୍ରିପୁରା ମୁଖ୍ୟ ହୋଇଥିଲେ। ସେ ଜଣେ ଭଲ ବ୍ୟାଡ଼ମିଣ୍ଟନ ଖେଳାଳି। ସେ ଏବେ ତ୍ରିପୁରା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ମଧ୍ୟ ଅଛନ୍ତି।

ତ୍ରିପୁରାକୁ ମିଳିଲେ ଆଉ ଜଣେ ମାଣିକ
ମାଣିକ ସାହାଙ୍କ ପୂର୍ବରୁ ଆଉ ଜଣେ ମାଣିକ ତ୍ରିପୁରାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ହେଉଛନ୍ତି ମାଣିକ ସରକାର। ସାରା ଦେଶରେ ସେ ବେଶ୍ ଜଣାଶୁଣା। ସେ ୨୦ ବର୍ଷ ତ୍ରିପୁରାର ମୁଖ୍ୟମନ୍ତ୍ରୀ ରହିଥିଲେ।

Related story