ପାକିସ୍ତାନ ସମର୍ଥନରେ ସ୍ଲୋଗାନକୁ ବିରୋଧ, ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଗତ ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତକୁ ହରାଇବା ପରେ ପାକିସ୍ତାନ ସପକ୍ଷରେ ଦିଆଯାଇଥିବା ସ୍ଲୋଗାନ୍‌କୁ ବିରୋଧ କରିଥିବା ଶ୍ରୀନଗରର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ମିଳିଛି ହତ୍ୟା ଧମକ। ଏହି ଡାକ୍ତରୀ ଛାତ୍ରୀଙ୍କ ନାଁ ଅନନ୍ୟା ଜମୱାଲ। ସେ ଶ୍ରୀନଗରର ସୌରା ସ୍ଥିତ ଏସ୍‌କେଆଇଏମ୍‌ଏସ୍‌ରେ ଏମ୍‌ବିବିଏସ୍‌ କରୁଛନ୍ତି। ଅବଦୁଲ୍ଲା ଗାଜି ନାମକ ଜଣେ ଟ୍ୱିଟର ୟୁଜରଙ୍କ ଟ୍ୱିଟ୍ ପରେ ଅନନ୍ୟାଙ୍କ ନାଁ ସାମ୍ନାକୁ ଆସିଥିଲେ। ଅବଦୁଲ୍ଲା ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଏସ୍‌କେଆଇଏମ୍‌ଏସ୍‌ର କିଛି […]

Ananya Jamwal

Jitendra Garnayak
  • Published: Thursday, 28 October 2021
  • , Updated: 28 October 2021, 11:08 AM IST

ନୂଆଦିଲ୍ଲୀ: ଗତ ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତକୁ ହରାଇବା ପରେ ପାକିସ୍ତାନ ସପକ୍ଷରେ ଦିଆଯାଇଥିବା ସ୍ଲୋଗାନ୍‌କୁ ବିରୋଧ କରିଥିବା ଶ୍ରୀନଗରର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ମିଳିଛି ହତ୍ୟା ଧମକ। ଏହି ଡାକ୍ତରୀ ଛାତ୍ରୀଙ୍କ ନାଁ ଅନନ୍ୟା ଜମୱାଲ। ସେ ଶ୍ରୀନଗରର ସୌରା ସ୍ଥିତ ଏସ୍‌କେଆଇଏମ୍‌ଏସ୍‌ରେ ଏମ୍‌ବିବିଏସ୍‌ କରୁଛନ୍ତି।

ଅବଦୁଲ୍ଲା ଗାଜି ନାମକ ଜଣେ ଟ୍ୱିଟର ୟୁଜରଙ୍କ ଟ୍ୱିଟ୍ ପରେ ଅନନ୍ୟାଙ୍କ ନାଁ ସାମ୍ନାକୁ ଆସିଥିଲେ। ଅବଦୁଲ୍ଲା ସିଧାସଳଖ ଅଭିଯୋଗ କରିଛନ୍ତି ଯେ ଏସ୍‌କେଆଇଏମ୍‌ଏସ୍‌ର କିଛି ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ପଛରେ ଅନନ୍ୟା ଜମୱାଲଙ୍କ ହାତ ରହିଛି। ସେ ଜଣେ ଆର୍‌ଏସ୍‌ଏସ୍‌ ସଦସ୍ୟା। ସେ ପୁଲିସ୍ ଇନ୍‌ଫର୍ମର ଭାବେ କାର୍ଯ୍ୟ କରୁଛନ୍ତି। ଅନନ୍ୟାଙ୍କ ଭଳି ଆଉ କିଛି ଆର୍‌ଏସ୍‌ଏସ୍ କର୍ମୀ ଏବେ ସ୍ଥାନୀୟ କଶ୍ମୀରୀ ଛାତ୍ରଛାତ୍ରୀମାନଙ୍କୁ ଜେଲ୍‌ ପଠାଇ ଦେବାକୁ ତଥା ଏନ୍‌କାଉଣ୍ଟର କରାଇ ଦେବାକୁ ଧମକ ଦେଉଛନ୍ତି। ଏହିଭଳି ସିରିଜ୍‌ ଟ୍ୱିଟ୍ କରିଛନ୍ତି ଅବଦୁଲ୍ଲା।

ଅନ୍ୟପକ୍ଷରେ ଅନନ୍ୟା ତାଙ୍କ ବିପକ୍ଷରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି ସେ କେବଳ ପାକିସ୍ତାନକୁ ସମର୍ଥନ କରୁଥିବା ଦେଶଦ୍ରୋହୀଙ୍କୁ ବିରୋଧ କରିଥିଲେ। କିନ୍ତୁ ତା’ପରେ ସେମାନେ ତାଙ୍କୁ ବିଭିନ୍ନ ଉପାୟରେ ହଇରାଣ କରୁଛନ୍ତି।

ଅନନ୍ୟା ଆହୁରି କହିଛନ୍ତି ଯେ ସେ କୌଣସି ଭିଡିଓ ଲିକ୍ କରି ନାହାନ୍ତି। ସେ ପୁଲିସ୍ ଇନ୍‌ଫର୍ମର ବି ନୁହନ୍ତି। ଏହା ସହିତ ତାଙ୍କ ନାଁରେ ମିଛ ଖବର ପ୍ରଚାର ନ କରିବାକୁ ସେ ସ୍ଥାନୀୟ ସୋଶାଲ୍ ମିଡିଆ ୟୁଜର୍ସଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ରବିବାର ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍ ଜିତିବା ପରେ ବାଣ ଫୁଟାଇ ଓ ସ୍ଲୋଗାନ୍ ଦେଇ ବିଜୟୋତ୍ସବ ପାଳନ କରିବା ଅଭିଯୋଗରେ ଜମ୍ମୁ ଓ କଶ୍ମୀର ପୁଲିସ୍ ଶ୍ରୀନଗରର ଦୁଇଟି ମେଡିକାଲ୍ କଲେଜର କିଛି ଛାତ୍ରଙ୍କ ନାଁରେ ମାମଲା ରୁଜୁ କରିଛି। କରଣ ନଗର ସ୍ଥିତ ସରକାରୀ ଡାକ୍ତରଖାନା ଓ ସୌରା ସ୍ଥିତ ଏସ୍‌କେଆଇଏମ୍‌ଏସ୍‌ର କିଛି ଛାତ୍ରଙ୍କ ନାଁରେ ବେଆଇନ କାର୍ଯ୍ୟକଳାପ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଏହି ଛାତ୍ରମାନେ ନିଜ ନିଜ ମେଡିକାଲ୍‌ କଲେଜର ହଷ୍ଟେଲ୍‌ରେ ରହନ୍ତି।

Related story